Special Story: ଦିନେ ଟ୍ରେନ ଲାଇନ ରୁ ଉଧାର କରି ଦେଇଥିଲେ ନୂଆ ଜୀବନ, ଆଜି କଲେ କନ୍ୟାଦାନ, ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ, ଦେଖନ୍ତୁ Video

ବନ୍ଧୁଗଣ  ଆମ ଦେଶରେ ଗୋଟେ ଝିଅକୁ ନେଇ ଲୋକ ମାନଙ୍କର ଅନେକ ପ୍ରକାର ଚିନ୍ତାଧାରା ରହିଥାଏ । କିଛି ଲୋକ ମାନେ ଝିଅକୁ ବୋଝ ଭାବି ନିଜ ଠାରୁ ଦୂରେଇ ଦେଇଥାନ୍ତି ତ ଆଉ କିଛି ଲୋକେ ଝିଅର ଖୁସି ପାଇଁ  ସବୁ କିଛି କରିଥାନ୍ତି ।

ଆଜିର ଆମର ଏହି ଲେଖାରେ ଏମିତି ଏକ ଘଟଣା ରହିଛି ଯେଉଁଠି ଜଣେ ଅନାଥ ଝିଅକୁ ମେଡିକାଲରୁ ଆଣି ନିଜ ଘରେ ଝିଅ କରି ରଖି ଆଜି ତାର ବିବାହ କରୁଛନ୍ତି । ଏହି ଝିଅଟିର ନାଁ ହେଉଛି ଅନିତା ଯାହାକୁ ସମାଜସେବୀ ବିଭୁତି ରାଏ ଓ ତାଙ୍କ ସ୍ତ୍ରୀ ନିବେଦିତା ରାଏ ୧୨ ବର୍ଷ ତଳେ ଏକ ଟ୍ରେନ ଦୁର୍ଘଟଣାରୁ ପାଇଥିଲେ । ସେହି ସମୟରେ ଅନିତାଙ୍କର ସ୍ମରଣ ଶକ୍ତି ଚାଲି ଯାଇଥିଲା ।

ଅନିତାଙ୍କର ହୋସ ଆସିବା ପରେ ବିଭୁତି ରାଏ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ଅନିତାଙ୍କ ମାନସିକ ଅବସ୍ଥାକୁ ନେଇ ତାଙ୍କୁ ଗ୍ରହଣ କରି ନ ଥିଲେ । ଏହା ପରେ ବିଭୁତି ରାଏ ଅନିତାଙ୍କୁ କଟକର ଏସସିବି ମେଡିକାଲରୁ ନିଜ ଘରକୁ ଆଣି ନିଜ ଝିଅ କରି ରଖିଥିଲେ ।

ବିଭୁତି ରାଏଙ୍କର ଦୁଇ ଝିଅ ଥିଲେ ମଧ୍ୟ ସେ ଅନିତାଙ୍କୁ ସେତିକି ଭଲ ପାଇବା ଦେଇଥିଲେ ଯାହା ସେ ନିଜ ଝିଅଙ୍କୁ ଦେଉଥିଲେ । ଅନିତାଙ୍କ ମା ନିବେଦିତା ରାଏ ଯିଏ ତାଙ୍କ ନିଜ ଝିଅ ଠାରୁ ବି ଅଧିକ ଭଲ ପାଆନ୍ତି ବୋଲି କହିଛନ୍ତି । ଏହା ସହ ଅନିତା ମଧ୍ୟ ନିଜ ମତରେ କହିଛନ୍ତି ଯେ ଯିଏ ଦିନେ ତାଙ୍କୁ ନୂଆ ଜୀବନ ଦେଇଥିଲେ ଆଜି ତାଙ୍କର ଗୋଟେ ଭଲ ଜାଗାରେ ବିବାହ କରାଉଛନ୍ତି ।

ଅନିତା ଖୁସି ଥିଲେ ମଧ୍ୟ ସେ ତାଙ୍କ ମା ଓ ବାପାଙ୍କୁ ଛାଡି ଚାଲିଯିବାକୁ ଚାହୁଁ ନାହାନ୍ତି । ଏହି ସବୁ କଥା କହିବ ସମୟରେ ଅନିତାଙ୍କର ଆଖିରେ ଲୁହ ରହୁ ନାହି । ନିବେଦିତା ରାଏ କହିଛନ୍ତି ଯେ ଅନିତା ତାଙ୍କୁ ମା ଭଳି ଭଲ ପାଉଥିଲେ । କେବେ ବି ସେ ପର ଝିଅ ଭଳି ତାଙ୍କ ସହ ବ୍ୟବହାର କରି ନାହାନ୍ତି । ଏଭଳି ମା ବାପା ସବୁ ଝିଅଙ୍କୁ ମିଳୁ ବୋଲି ଅନିତା ଦୁଖ ପ୍ରକାଶ କରି କହିଛନ୍ତି ।

ଅନିତା ପାଠପଢି ତୃତୀୟ ସ୍ଥାନରେ ୧୦ମ ପାସ କରିଛନ୍ତି ବୋଲି ବିଭୁତି ରାଏ କହିଛନ୍ତି । ଏଭଳି ଝିଅକୁ ପାଇ ନିବେଦିତା ରାଏ ବହୁତ ଖୁସି ବୋଲି ନିଜ ମତରେ କହିଛନ୍ତି । ସମାଜସେବୀ ବିଭୁତି ରାଏ ଓ ତାଙ୍କ ସ୍ତ୍ରୀ ନିବେଦିତା ରାଏ ଆମ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ଝିଅ ହେଲେ ମଧ୍ୟ ସମଯରେ ବଞ୍ଚିବାର ଅଧିକାର ରହିଛି ।

ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଗୋଟେ ଝିଅ ଏ ଦୁନିଆରେ ବଞ୍ଚିବା ପାଇଁ କେତେ କଷ୍ଟର ସାମନା କରିବାକୁ ପଡିଥାଏ । ଏନିତା ଏଭଳି ମା ବାପା ପାଇ ନିଜକୁ ଧନ୍ଯ ମନେ କରୁଛନ୍ତି । ଆଜି ତାଙ୍କର ବିବାହ ହେଉଛି ଓ ସେ ଆଗକୁ ଯାଇ ସୁଖର ଜୀବନ ବିତାଇବେ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।