ଏହି ଜୀବ ଏତେ ବଡ ଯେ ଜାହାଜକୁ ବି ଓଲଟାଇ ଦେଇପାରେ, ଏହାର ସତ୍ୟତା ସାମ୍ନାକୁ ଆସିବା ପରେ ବୈଜ୍ଞାନିକ ମାନେ ବି ହେଲେ ଆଶ୍ଚର୍ଯ୍ୟ…

ଆପଣ ଖାଲି ଆଖିରେ ହାତୀ ଓ ଜିରାଫ ଭଳି ବିଶାଳକାୟ ଜୀବ ଦେଖିଥିବେ ଏବଂ ଫିଲ୍ମରେ ଡାଇନୋସର ଭଳି ଭୟଙ୍କର ଜୀବ ମଧ୍ୟ ଦେଖିଥିବେ । ଯାହା ପୃଥିବୀରୁ ଲୋପ ହୋଇ ଯାଇଛନ୍ତି ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ସମୁଦ୍ରରେ ଥିବା କିଛି କିଛି ବିଶାଳକାୟ ସହସ୍ୟମୟ ଜୀବଙ୍କ ବିଷୟରେ କହିବୁ ଯାହା ଆପଣ କେବେ ଦେଖି ନଥିବେ କି ଶୁଣି ନଥିବେ । ୧୧୨୮ ମସିହାରେ ନରୱେଏ ରାଜା ସମୁଦ୍ର ପଥ ଦେଇ ଯାତ୍ରା କରୁଥିବା ବେଳେ ଅଚାନକ ଝଡ ବର୍ଷା ହେଲା ।

ଏହାରି ମଧ୍ୟରେ ରାଜା ଏକ ବିଶାଳ ଦାନବ ଭଳି ଦିଶୁଥିବା ଜୀବ ଦେଖିବାକୁ ପାଇଥିଲେ । ଯାହାର ଦେହସାରା କଣ୍ଟା ଓ ଦାନ୍ତ ଭଳି ଧାରୁଆ ଜିନିଷ ଲାଗିଥିଲା । ଏହାକୁ ପ୍ରକୃତରେ ଟେଣ୍ଟିକାଲ୍ସ କୁହନ୍ତି । ଏହି କଥାକୁ ସେତେବେଳେ ବିଶ୍ୱାସ କରାଗଲା ଯେତେବେଳେ ଏହାର ୧୦ ବର୍ଷ ପରେ କିଛି ମାଛଧରାଳି ଡଙ୍ଗା ନେଇ ସମୁଦ୍ର ଭିତରକୁ ଯାଇଥିଲେ । ଲୋକକଥା ଅନୁଯାୟୀ ଏହି ଜୀବକୁ କାର୍କୁନ ବୋଲି ନାମ ଦିଆ ଯାଇଥିଲା । ଯେଉଁ ମାଛଧରାଳି ଅଧିକ ମାଛ ଧରିଥାଏ ଟାକୁ ତୁରନ୍ତ ସେଠାରୁ ପଳାଇଯିବାକୁ କୁହାଯାଏ ।

କାରଣ ସେହି ସ୍ଥାନରେ କାର୍କୁନ ଲୁଚି ରହିଥାଏ ଓ ସୁଯୋଗ ଦେଖି ମାଛଧରା ଡଙ୍ଗାଗୁଡିକୁ ଓଲଟାଇ ଦିଏ । ଏହି ଜୀବକୁ କେହିବି ଜୀଅଁନ୍ତା ଦେଖିଥାଇ ନ ପାରନ୍ତି, କାରଣ ଏହାକୁ ଜୀଅଁନ୍ତା ଦେଖି ଫେରିବା କାଠିକର ପାଠ । ଏହି ସବୁ ଲୋକକଥା ଏତେ ଭୟଙ୍କର ଯେ ଏହି ଭୟଙ୍କର ଜନ୍ତୁମାନଙ୍କୁ ଫିଲ୍ମରେ କାଳ୍ପନିକ ଭାବେ ଦେଖାଯାଏ । କିନ୍ତୁ ବୈଜ୍ଞାନିକମାନେ ତଥ୍ୟ ଉପରେ ବିଶ୍ୱାସ କରନ୍ତି ।

ତେଣୁ ପ୍ରଥମ ଥର ପାଇଁ ଏହି ଜୀବର ଜୀଅଁନ୍ତା ଚିତ୍ର ୧୫ ଜାନୁୟାରୀ ୨୦୦୨ରେ ଜାପାନର ଗେସିକ ସମୁଦ୍ରକୂଳରେ ଦେଖିବାକୁ ମିଳିଥିଲା । ସେତେବେଳେ ଏହା ୧୩ଫୁଟ ଲାମ୍ବା ଥିଲା ଓ ଗୋଟିଏ ରାତିରେ ଏହା ମୃତ୍ୟୁବରଣ କରିଥିଲା । ସେବେଠାରୁ ଏହାର ଗବେଷଣା ପଛରେ ଲାଗିପଡିଲେ ବୈଜ୍ଞାନିକ । ଏହି ଜୀବର ଅସ୍ଥି କଙ୍କାଳକୁ ଆଜିବି ଜାପାନର ସାଇନ୍ସ ମ୍ୟୁଜିୟମରେ ରଖାଯାଇଛି । ଏହି ଘଟଣା ପରେ ଏହି ଜୀବର ନାଁ ରଖାଗଲା ଜାୟାଣ୍ଟ ସ୍କ୍ବିଡ (Giant Squid) ।

ଏହା ଗଭୀର ସମୁଦ୍ରରେ ରହୁଥିବା ଏକ ଅନୁଖାପ ଜାତି । ଦୁନିଆର ପ୍ରାୟ ସବୁ ମହାସାଗରରେ ଏମାନେ ରହିଥାନ୍ତି । କିନ୍ତୁ ବେଳେବେଳେ ବାଟବଣା ହୋଇ କିମ୍ବା ଅସୁସ୍ଥ ହୋଇ ଏମାନେ ସମୁଦ୍ରକୂଳ ଆଡେ ଭାସି ଆସନ୍ତି ଓ ଗଘିର ପାଣି ବିନା ମରିଯାଆନ୍ତି । ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିଥିବା ସବୁଠାରୁ ବଡ ଜାୟାଣ୍ଟ ସ୍କ୍ବିଡର ଲମ୍ବ ୫୯ ଫୁଟ୍ ଓ ଓଜନ ଏକ ଟନ୍ ଅଟେ । ବୈଜ୍ଞାନିକଙ୍କ ଅନୁସାରେ ମେଲ ଜାୟାଣ୍ଟ ସ୍କ୍ବିଡ ଫିମେଲ ଠାରୁ ଛୋଟ ହୋଇଥାନ୍ତି ।

ଫିମେଲ ଜାୟାଣ୍ଟ ସ୍କ୍ବିଡ ଏକ ସ୍କୁଲ ବସ୍ ଠାରୁ ମଧ୍ୟ ବଡ ହୋଇପାରେ । ଏମାନଙ୍କର ବିଶାଳକାୟ ମୁଣ୍ଡ, ବଡ ବଡ ଆଖି ସହ ଆଠଟି ହାତ ଥାଏ । ଯାହାକି ଅକ୍ଟୋପସ ଭଳି ଲମ୍ବି ଥାଏ ଓ ଶିକାରକୂ ଧରିବାରେ ସାହାଯ୍ୟ କରିଥାଏ । ଏମାନେ ତିନି ହଜାରରି ଛଅ ହଜାର ଫୁଟ ଗଭୀରରେ ରୁହନ୍ତି ଓ ଆକାରରେ ଛୋଟ ତିମି ମାଛଙ୍କୁ ଖାଇଥାନ୍ତି । ଏମାନଙ୍କ ଆଖି ଏତେ ବଡ ଯେ ଯାହା ଦେଖିଲେ ସାଧାରଣ ଲୋକ ଡରିଯାନ୍ତି । ଏହି ଜାୟାଣ୍ଟ ସ୍କ୍ବିଡ ଛୋଟ ମାଛ ଆକାରରେ ମଧ୍ୟ ସମୁଦ୍ରରେ ଦେଖିବାକୁ ମିଳନ୍ତି ।

ଅନେକ ସ୍ଥାନରେ ଏହାକୁ ଲୋକେ ସି-ଫୁଡ୍ ଭାବେ ଖାଇଥାନ୍ତି । କିନ୍ତୁ ପ୍ରକୃତରେ ଏମାନେ ବହୁତ ବିଷାକ୍ତ । ଏମାନଙ୍କୁ ନେଇ ଅନେକ ଫିଲ୍ମ ଓ ବହି ମଧ୍ୟ ଲେଖାଯାଇଛି । ଅନେକ ସ୍ଥାନରେ ଏମାନଙ୍କୁ ସାମୁଦ୍ରିକ ଦାନବ ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୂ ଲାଇକ କରନ୍ତୁ ।