ନମସ୍କାର ବନ୍ଧୁଗଣ । ଜଣେ ମହିଳା ନିଜର ଛାଡପତ୍ର କୁ ନେଇ ଗଣମାଧ୍ୟମରେ କିଛି ଏମିତି କଥା କହିଛନ୍ତି ଯାହା ହୃଦୟ କୁ ଛୁଇଁଯିବ । ସେ କହିଛନ୍ତି ଯେ “ସମ୍ପର୍କ ଉଭୟ ପରିବାର ତରଫରୁ ଆରମ୍ଭ ହୋଇଥିଲା । କିନ୍ତୁ ମୁଁ କାହିଁକି ସବୁବେଳେ ସଫର ହେବି । ଯଦି ତାଙ୍କୁ କିଛି ଫରକ ପଡୁ ନାହିଁ ତେବେ ମୁଁ କାହିଁକି ସବୁବେଳେ କାନ୍ଦିବି ? ମୁଁ କାହିଁଙ୍କି ସମାଜ କଥା ଶୁଣିବି । ଏମିତି ଦେଖିବାକୁ ଗଲେ ମୁଁ 50+ ଲୋକଙ୍କର ଝିଅ ଏବେ ହୋଇ ସାରିଛି ।
ଯେଉଁ ଦିନ ମୁଁ 50 ହଜାର ଲୋକଙ୍କର ସେବା କରିବି ଓ ସେମାନେ ମୋତେ ହୃଦୟରୁ ଗ୍ରହଣ କରିବେ ସେହି ଦିନ ମୁଁ ଭାବିବି ଭଗବାନ ମୋତେ ମଣିଷ ଯାଇବାନ ଦେଇଛନ୍ତି ମୋର ଜୀବନ ସାର୍ଥକ ହୋଇଯିବ । ମୋ ସ୍ଵାମୀ କହିଲେ 10 ଲକ୍ଷ ଦେବାକୁ । 10 ଲକ୍ଷ କଣ ଗୋଟେ ଜୀବନର ମୂଲ୍ୟ ନା ବୋହୂର ଇଜ୍ଜତର ମୂଲ୍ୟ 0 ଲକ୍ଷ । ଯଦି 10 ଲକ୍ଷ ତେବେ ମୁଁ ଆଜି ଗଣମାଧ୍ୟମରେ କହୁଛି ମୁଁ ତାଙ୍କୁ ତାର ଦୁଇ ଗୁଣା 20 ଲକ୍ଷ ଟଙ୍କା ଦେବି ।
ମୋ ସ୍ଵାମୀ ମୋର ଯାହା ନଷ୍ଟ କରିଛନ୍ତି ମାନ ସମାନ ଇଜ୍ଜତ ଆଉ ଯେଉଁ 5 ବର୍ଷ ମୋର ନଷ୍ଟ କରି ଦେଇଛନ୍ତି ସେଟା ମୋତେ ଫେରାଇ ଦେଇପାରିବେ କି ? ସମାଜରେ ଲୋକେ ସତ କଣ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ସମାଜ ଭାବିବା ଦରକାର ଗୋଟେ ଝିଅ ସହ କଣ ହୋଇଛି ତା ପରିବାର ଉପରେ କେମିତି ପ୍ରଭାବ ପଡୁଥିବ । ସେଟା କେବେ ସମାଜ ଦେଖେନି ।
ଖାଲି କହି ଚାଲେ କାହାର ଦୋଷ କି ଦୁର୍ବଳତା ରହିଛି । ସେହି ସମୟରେ ମୁଁ ଜୀବନ ହାରିବାକୁ ଚେଷ୍ଟା କରିଛି କିନ୍ତୁ ମୁଁ ସଂଘର୍ଷ କରିଛି । ମୋର ମା ଙ୍କର ଅପଶୋଷ ରହିଗଲା ମୋ ଲାଇଫକୁ ନେଇ । ଆମେ ଯେବେ ଯାଏଁ ସମାଜ କଥା କହିବା ସେବେ ଯାଏଁ ସମାଜ ଆମକୁ କହିବ । ଯେଉଁ ଦିନ ଶୁଣିବା ଛାଡି ଦେବା ସେଦିନ ସମାଜ କହିବା ବନ୍ଦ କରିଦେବ ।
ଛାଡପତ୍ର ମୁଁ ନିଜକୁ ଲୋକଙ୍କ ସେବାରେ ଲାଗାଇ ଦେଲି । ଯାହା ପରେ ମାଇଣ୍ଡ ଆଉ ସେଠାରେ ପଶିଲା ନାହିଁ । ମୋ ଝିଅର ଦାୟିତ୍ଵ ମୋ ବାପା ଭାଇ ନେଇଛନ୍ତି । ମୋ ଝିଅ ବାପା ବିଷୟରେ ପଚାରେ ଆଉ ସତ କଥା ମଧ୍ୟ କୁହେ । ମୋ ସ୍ବାମୀଙ୍କୁ କହିଲି ମୋର ଯେଉଁ ଅପମାନ ନିନ୍ଦା କରୁଛ ସେଟା କଣ ଠିକ ? ସେ ମୋତେ କହିଥିଲେ କି ଆମ ପାଖରେ ପଇସା ଅଛି ଆମର କେହି ଦରକାର ନାହିଁ ।
ମୁଁ ଯେବେ ବାହା ହେଇକି ଯାଇଥିଲି ସେମାନେ ଜାଣିଥିଲେ ବାପା ମୋତେ ବହୁତ ଭଲ ପାଆନ୍ତି । ଚତୁର୍ଥି ଦିନ ଶାଶୁଘର ଲୋକେ କହିଲେ ବାପା ସହ ସମ୍ପର୍କ କାଟିବାକୁ । ମୋ ଶାଶୁଘର ଲୋକେ ମୋତେ ମାନସିକ ନିର୍ଯ୍ୟାତନା ବହୁତ ଦେଇଛନ୍ତି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।