କଣ ଆପଣଙ୍କୁ ପ୍ରେମରେ ଧୋକା ମିଳିଛି ? ଆପଣ ଏକୁଟିଆ ଅନୁଭବ କରୁଛନ୍ତି ? ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ସବୁ କଷ୍ଟ ଦୂର ହୋଇଯିବ- Krishna Vani

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯେଉଁ ଲୋକମାନେ ସବୁବେଳେ କୁହନ୍ତି କି ମୁଁ ବହୁତ ଖୁସି ଅଛି ଠିକ ଅଛି । ପ୍ରକୃତରେ ସେମାନେ ହିଁ ଏକଲା ରେ ବହୁତ କାନ୍ଦିଥାନ୍ତି । ସେହି ମଣିଷ କୁ କେବେ କଷ୍ଟ ଦେବାକଥା ନୁହେଁ ଯିଏ କି ଆପଣଙ୍କୁ ପୁରା ମନ ରୁ ଚାହୁଁଥିବ ନ ହେଲେ ଏମିତି ଗୋଟେ ଦିନ ଆସିବ ଯେଉଁଦିନ କି ଆପଣଙ୍କ ପାଖରେ ହୃଦୟ ତ ଥିବ କିନ୍ତୁ ହୃଦୟ ରୁ ଚାହିଁବା ଵାଲା କେହି ନ ଥିବେ । ବହୁତ ସ୍ୱାର୍ଥପର ହୋଇଥାନ୍ତି ସେହି ଲୋକମାନେ ଯାହା ପାଇଁ କି ଆମେ ପୁରା ବିନା କୌଣସି ସର୍ତ୍ତ ରେ କିଛି ଲାଭ ନ ଥାଇ ଆମର ସବୁକିଛି ଆମେ ତାଙ୍କୁ ଦେଇଦେଇଥାଉ ।

କାହାର ମେସେଜ କିଛି ନ ଆସିବା ମଧ୍ୟ ଆପଣଙ୍କ ପାଇଁ ଗୋଟେ ମେସେଜ ହୋଇଥାଏ କି ଏବେ ତା ମନରେ ଆପଣଙ୍କ ପାଇଁ ଆଉ କିଛି ବି ଭାବନା କିମ୍ବା ଜାଗା ନାହିଁ । ସମସ୍ତଙ୍କୁ ସବୁ କଥା ର ଉତ୍ତର ଦେବା ଜରୁରୀ ହୋଇ ନ ଥାଏ । କାରଣ ବହୁତ ଜାଗାରେ ମନ କୁ ରଖିବାକୁ ପଡ଼ିଥାଏ । ଆପଣଙ୍କୁ ସମସ୍ତେ କେହି ବୁଝିପାରନ୍ତି ନାହିଁ ଏବଂ ଆପଣ ମଧ୍ୟ ସମସ୍ତଙ୍କୁ ବୁଝାଇ ପାରନ୍ତି ନାହିଁ । ବେଳେ ବେଳେ ଆପଣ କିଛି ନ କରି ମଧ୍ୟ ଖରାପ ହୋଇଯାଇଥାନ୍ତି । କାରଣ ଆପଣ ସେମିତି କିଛି କରି ନ ଥାନ୍ତି ଯେମିତି କି ସେମାନେ ଚାହିଁଥାନ୍ତି ।

ଏହି କଷ୍ଟକର ପରିସ୍ଥିତି କୁ କିଏ ତ ସମାଧାନ କରିଦିଅ । କାହାକୁ କେମିତି ଭୁଲା ଯାଇ ପାରିବ । କିଏ ତ କହିଦିଅ । ସିଏ ମନୁଷ୍ୟ ହେଉ କିମ୍ବା ପଶୁ ଲୁହ ସେତେବେଳେ ହିଁ ବାହାରକୁ ଆସିଥାଏ ଯେତେବେଳେ ଜଣଙ୍କୁ ବହୁତ କଷ୍ଟ ହୋଇଥାଏ । ଯେଉଁ ଲୋକ ଙ୍କୁ ସମ୍ପର୍କ ର ସମ୍ମାନ ଥାଏ ସେମାନଙ୍କୁ ତ ଟିକେ ମନେଇବା ଦ୍ବାରା ସେ ମାନି ଯାଇଥାନ୍ତି ଏବଂ ଯେଉଁ ଲୋକ ମାନଙ୍କୁ ସମ୍ପର୍କ ର କୌଣସି ସମ୍ମାନ ନ ଥାଏ ସେମାନେ ଟିକେ ଟିକେ କଥା ରେ ମଧ୍ୟ ସମ୍ପର୍କ ଭାଙ୍ଗିବା କୁ ବାହାନା ଖୋଜିଥାନ୍ତି ।

ବିଶ୍ୱାସ ଏବଂ ପ୍ରେମ ଏମିତି ଦୁଇଟି ଜିନିଷ ହୋଇଥାଏ ଯାହା ଯଦି ହେଇଯାଏ ତେବେ ଭାଙ୍ଗେ ନାହିଁ । ଯଦି ଭାଙ୍ଗିଯାଏ ତେବେ ତାହା କେବେ ହୋଇ ହିଁ ନ ଥାଏ । ଭଲ ଲୋକ ମାନଙ୍କର ଗୋଟେ ଖାସ କଥା ହୋଇଥାଏ କି ସେମାନେ ଖରାପ ସମୟରେ ମଧ୍ୟ ଭଲ ହିଁ ହୋଇଥାନ୍ତି ।

ସେଥି ପାଇଁ ବୋଧେ ପ୍ରଥମ ପ୍ରେମ କେବେ ସଫଳ ହୋଇ ନ ଥାଏ । କାରଣ ଆପଣଙ୍କୁ ଦ୍ୱିତୀୟ ପ୍ରେମ ର ମୂଲ୍ୟ ଜଣାପଡିପାରୁ । ବିଲକୁଲ ମଧ୍ୟ କାହାକୁ ଆପଣଙ୍କ ର ଏତେ ଖାସ ବନାନ୍ତୁ ନାହିଁ । କାରଣ ଯଦି ସିଏ ଚାଲିଯାଇଥାଏ ତେବେ ଆପଣଙ୍କ ପାଖରେ ଆଉ କିଛି ବି ବଞ୍ଚି ନ ଥାଏ । ସମ୍ମାନ କର ସେହି ଲୋକମାନଙ୍କର ଯେଉଁ ମାନେ କି ଆପଣଙ୍କୁ ଭଲ ପାଉଛନ୍ତି ଆପଣଙ୍କୁ ସମ୍ମାନ କରୁଛନ୍ତି ।

କାରଣ ଏହି ଦୁନିଆ ରେ ଯତ୍ନ ନେବା ଵାଲା ବହୁତ କମ ଅଛନ୍ତି ଏବଂ କଷ୍ଟ ଦେବା ଵାଲା ବହୁତ ଅଧିକ ଅଛନ୍ତି । ତେଣୁ ଆପଣ ତାକୁ ନିଜର କରନ୍ତୁ ଯିଏ ଆପଣଙ୍କୁ ନିଜର କରୁଛି । ଯଦି ଆପଣଙ୍କୁ ସେ ମେସେଜ କରୁନି ତେବେ ଆପଣ ବୁଝିଯାଆନ୍ତୁ କି ତା ମନରେ ଆପଣଙ୍କ ପାଇଁ କୌଣସି ବି ଜାଗା ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ