ଯଦି ଆପଣଙ୍କୁ ବି ଲାଗୁନାହିଁ ଭୋକ, ତେବେ ଏମିତି କରନ୍ତୁ, ଠିକ ସମୟରେ ଖାଇବାକୁ ଇଛା ହେବ – Healthy life

ବନ୍ଧୁଗଣ ଆଜିକାଲି ସମୟରେ ଗୋଟେ ଦିନ ରେ ପ୍ରାୟ ବହୁତ ଲୋକ କୁହନ୍ତି ମୋତେ ଭୋକ ଲାଗୁନି, ଖାଇବାକୁ ଇଛା ହଉନି । ଏହି କଥା ସେ ଦିନକୁ ବାର ବାର ଦୋହରେଇଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି ଏହା ଏକ ଗମ୍ଭୀର ରୋଗ ମଧ୍ୟ ହୋଇପାରେ । ଏଥି ପାଇଁ ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପଡିପାରେ । ଓଜନ କମ ହେବା, ପେଟ ଗ୍ଯାସ, ପଚନ ପ୍ରକ୍ରିୟା ଠିକ ସେ ନହେବା, ଦୁର୍ବଳତା ଓ ଭୋକ ନ ଲାଗିବା ଆଦି ରୋଗର ମୂଳ କାରଣ ହୋଇପାରେ । ସେଥିଲାଗି ଫିଟ୍ ରହିବା ପାଇଁ ଠିକ ସମୟରେ ଖାଦ୍ୟ ଖାଇବା ଦରକାର । ଆସନ୍ତୁ ଜାଣିବା କେତୋଟି ଘରୋଇ ଉପାୟ ଯାହାଦ୍ୱାରା ଭୋକ ନ ଲାଗିବାର ସମସ୍ୟାକୁ ଦୂର କରିହେବ ।

ଆପେଲ ଜୁଷ;- ଆପେଲ୍ ର ରସ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଫିଟ୍ ରଖିଥାଏ ଓ ବିଭିନ୍ନ ରୋଗକୁ ଦୂର କରିଥାଏ । ସେଥି ପାଇଁ ସବୁଦିନ ଗୋଟେ ଗ୍ଳାସ ଆପେଲ୍ ଜୁସ୍ ରେ ମେଥି ପକେଇକି ପିଇଲେ ଭୋକ ଲାଗିଥାଏ ।

କଳାଲୁଣ;- ସାଧାରଣତଃ ଲୋକମାନେ ସାଲାଡ ରେ କଳା ଲୁଣ ପକେଇକି ଖାଇଥାନ୍ତି । ହେଲେ ଟମାଟର ର ସାଲାଡରେ କଳା ଲୁଣ ଲଗେଇକି ଖାଇଲେ ଭୋକ ଲାଗିଥାଏ । ଏହା ଛଡା ଟିକେ କଳା ଲୁଣ ଚାଟିକି ଖାଇଲେ ମଧ୍ୟ ପାଚନ ପ୍ରକ୍ରିୟା ଭଲ ହୋଇଥାଏ ।

ଧନିଆ ପତ୍ର;- ସବୁଜ ଧନିଆ ପତ୍ରର ରସ ଦେହ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଯଦି ଭୋକ ନ ଲାଗିବ ତାହାଲେ ଧନିଆ ପତ୍ରର ରସରେ ଟିକେ ଲୁଣ ମିଶେଇକି ପିଅନ୍ତୁ । ଏହାର ବହୁତ ଫାଇଦା ମିଳିବ ।

ମୂଳା;- ପରିବା ଭିତରୁ ମୂଳାର ବହୁତ ଉପଯୋଗୀତା ରହିଛି । ଖାଇବା ସହିତ ମୂଳାର ସାଲାଡ ଖାଆନ୍ତୁ । ଏଥିରେ କଳା ଲୁଣ ଓ ଗୋଲମରୀଚ ଗୁଣ୍ଡ ପକେଇକି ଖାଇଲେ ପାଚନ ପ୍ରକ୍ରିୟା ଭଲ ହୋଇଥାଏ । ତେବେ ଯଦି ଆପଣଙ୍କୁ ମଧ୍ୟ ଠିକ ସମୟରେ ଭୋକ ନଲାଗୁଥାଏ । ତେବେ ଆପଣ ମଧ୍ୟ ଏହି ସବୁ ଉପାୟ ମଧ୍ୟରୁ କୌଣସି ଏକ ଉପାୟକୁ ଆପଣାଇ ନିଜର ପାଚନ କ୍ରିୟାକୁ ଶକ୍ତିଶାଳୀ କରାଇପାରିବେ । ଏଥିସହ ଆପଣଙ୍କୁ ଠିକ ସମୟରେ ଭୋକ ମଧ୍ୟ ଲାଗିବ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।