ମାତୃଭୂମି ପାଇଁ ଲଢୁଥିବା ବୀର ଯବାନଙ୍କୁ ସମ୍ମାନ ଦେଖାଇଛି କୁନି ଝିଅ । ବୟସ କମ୍ ହେଲେ ତା’ର ସଂସ୍କାର କେତେ ଅଧିକ ଏହି ଭିଡିଓ ଦେଖି ଆପଣ ଜାଣିପାରିବେ । ଯେଉଁ ଭିଡିଓଟି ଏବେ ସାରା ଦେଶରେ ଖୁବ ଭାଇରାଲ ହେଉଛି । ରେଲୱେ ଷ୍ଟେସନରେ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଜଣେ ବୀର ଯବାନଙ୍କ ପାଦ ଛୁଇଁ ପ୍ରଣାମ କରିଛି ଏହି କୁନି ଝିଅଟି । ଏପରି ଏକ ହୃଦୟ ଛୁଆଁ ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଏହି କୁନି ଝିଅର ଏଭଳି କାର୍ଯ୍ୟ ପାଇଁ ସମସ୍ତେ ତାକୁ ଖୁବ ପ୍ରଶଂସା କରୁଛନ୍ତି ।

ବିଜେପି ସାଂସଦ ପି.ସି ମୋହନ ନିଜ ଟ୍ବିଟର ହ୍ୟାଣ୍ଡେଲରେ କୁନି ଝିଅର ସେହି ଭିଡିଓ ଶେୟାର କରିଛନ୍ତି । ସେ ଏହି ଭିଡିଓକ୍ଲୁ ଟ୍ବିଟ କରି ଏହାର କ୍ୟାପସନରେ ଲେଖିଛନ୍ତି କି, ଦେଶର ପ୍ରତ୍ଯେକ ପିଲାଙ୍କୁ ଏଭଳି ସଂସ୍କାର ଦେବା ପ୍ରତ୍ଯେକ ପିତାମାତାଙ୍କ କର୍ତ୍ତବ୍ୟ । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି, ମେଟ୍ରୋ ଷ୍ଟେସନରେ ଚାରିଜଣ ସେନା କର୍ମଚାରୀ ଠିଆ ହୋଇଛନ୍ତି ।
ଆଉ ସେତିକି ବେଳେ ଜଣେ କୁନି ଝିଅ ସେମାନଙ୍କ ପାଖକୁ ଯାଇ ଜଣେ ଯବାନଙ୍କ ପାଦ ଛୁଇଁ ପ୍ରଣାମ କରୁଛି । ଏହା ଦେଖି ପାଖରେ ଠିଆ ହୋଇଥିବା ଅନ୍ୟ ଯବାନମାନେ ମଧ୍ୟ ହସି ଦେଉଛନ୍ତି । ତେବେ କୁନି ଝିଅ ତାଙ୍କ ପାଦ ଛୁଇଁବା ପରେ ଯବାନ ଜଣକ ଭାବପ୍ରବଣ ହେବା ସହ ସେହି କୁନି ଝିଅ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରୁଛନ୍ତି ।

ତେବେ ଏହି ଭିଡିଓ କେଉଁ ସହରର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଲୋକେ ଏହି ଭିଡିଓକୁ ବହୁଳ ମାତ୍ରାରେ ଶେୟାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି ଭିଡିଓ ଦେଖିବା ପରେ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି କି, ଏହି କୁନି ଝିଅକୁ ବହୁତ ବହୁତ ଆଶୀର୍ବାଦ ଓ ତାଙ୍କୁ ଏଭଳି ସଂସ୍କାର ଦେଇଥିବା ପରିବାରକୁ କୃତଜ୍ଞତା ।
ଏହି ଭିଡିଓଟିକୁ ବର୍ତ୍ତମାନ ଯାଏଁ ୯ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ନିଜର ମନ୍ତବ୍ୟ ରଖିଛନ୍ତି । ଏହାସହ ଏହି ଭିଡିଓରେ ୬ ଲକ୍ଷରୁ ଅଧିକ ଲାଇକ ମଧ୍ୟ ଆସିଛି । ଆପଣଙ୍କୁ କୁନି ଝିଅର ଏଭଳି କାର୍ଯ୍ୟ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।