ଜାଲ ରୁ ଖସିବା ପରେ ଆହୁରି ଅଧିକ ହିଂସ୍ର ହୋଇଉଠିଛି ମଣିଷଖିଆ କୁମ୍ଭୀର.. ଏବେ ଗାଁ ରେ ପଶି କରିବ ଶିକାର

ଜାଲରୁ ଖସିବା ପରେ କୁମ୍ଭୀର ହୋଇଛି ଅଧିକ ହିଂସ୍ର । ପାଗଳ ହୋଇ ଉଠିଛି ମଣିଷଖିଆ କୁମ୍ଭୀର । ସୁଯୋଗ ଦେଖି ଗାଁ ରେ ପଶିବ ଆଉ ମଣିଷ ଖାଇବ । ହଁ ଦର୍ଶକ ବନ୍ଧୁ ଆଗରୁ ଖସିଯିବା ପରେ ଏବେ ଆହୁରି ଅଧିକ ହିଂସ୍ର ହୋଇ ଉଠିଛି ମଣିଷଖିଆ କୁମ୍ଭୀର । ପାଣିରେ ଜାଲ ପଡିବା ପରେ ଏବେ ଶୁଖିଲାରେ ଆସି ଶିକାର କରିବାକୁ ଏଣେତେଣେ ଘୁରି ବୁଲୁଛି । ଯାଜପୁର ଜିଲ୍ଲାର ବିରୂପା ନଦୀ ରେ କୁମ୍ଭୀର ର ଆତଙ୍କ ଖେଳି ଯାଇଛି ।

ଜ୍ୟୋସ୍ନାରାଣୀ ଜେନାଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇ ଖାଇବା ପରେ ଏବେ ସ୍ଥାନୀୟ ଲୋକଙ୍କ ମନରେ ଦେଖା ଦେଇଛି ଆକ୍ରୋଶ । ଯେଉଁଥି ପାଇଁ ଗାଁ ଲୋକେ ନଦୀରେ ଜାଲ ପକାଇ କୁମ୍ଭୀର ଧରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କୁମ୍ଭୀର କୁ ସାଧାରଣ ମାଛ ଜାଲ ଅଟକାଇ ପାରିନି । ଜାଲକୁ ଚିରି ହସି ଯାଇଛି ମଣିଷଖିଆ କୁମ୍ଭୀର । ଆଉ ଏହାପରେ ନଦୀ କୂଳିଆ ଲୋକେ ଆହୁରି ଭୟଭୀତ ହୋଇ ପଡିଛନ୍ତି ।

କାରଣ କୁମ୍ଭୀର କେତେ ହିଂସ୍ର ଓ ଭୟଭୀତ ସେ କଥା ସମସ୍ତେ ଜାଣିଛନ୍ତି । ଲୋକେ କହୁଛନ୍ତି ମଣିଷ ମାଂସ ଯେଉଁ ଜନ୍ତୁ ମୁହଁରେ ଲାଗିଛି ସେ ଜାଗା ଛାଡି କଦାପି ଯିବନି । କୁମ୍ଭୀର ଉଭୟଚର ପ୍ରାଣୀ ହୋଇଥିବାରୁ ସବୁଥି ଶିକାର କରିପାରିବ । ତେଣୁ ଲୋକ ମାନେ ନଦୀ କୂଳରେ ଏକାଠି ହୋଇ ଜଗି ରହୁଛନ୍ତି । ହେଲେ କୁମ୍ଭୀର ପାଣି ଉପରେ ଆଉ ରହୁନି ।

ନଦୀ ଉପରେ ଥିବା ବୁଦା ଭିତରେ ଲୁଚି ରହୁଛି କୁମ୍ଭୀର । ଏତେ ଲୋକଙ୍କୁ ଦେଖି ନିଜ ଉପରେ ବିପଦ ଥିବାର ଆଶଙ୍କା କରି ସାମନାକୁ ଆସୁନି । କାରଣ ପ୍ରଥମ ଦିନ ଯେବେ ଜ୍ୟୋସ୍ନାରାଣୀ ଙ୍କୁ ପାଣି କୁ ନେଇ ଖାଉଥିଲା ସେତେବେଳେ ସମସ୍ତଙ୍କ ସାମ୍ନାରେ ନିର୍ଭୟରେ ଭାସୁଥିଲା । ଏହା ପର ଠାରୁ ନଦୀ କୂଳରେ ଅଧିକ ଲୋକଙ୍କୁ ଦେଖି ବିପଦ ଆଶଙ୍କା ଦେଖି ଛପି ରହୁଛି ।

ବିଶେଷଜ୍ଞ ଙ୍କ ମତରେ କୁମ୍ଭୀର ମାନେ ଏତେ ଜଲ୍ଦି ଜାଗା ବଦଲାନ୍ତି ନାହିଁ । ଯେଉଁ ସ୍ଥାନରେ ଶିକାର ମିଳିଥାଏ ସେଠାରେ ଅଧିକ ଦିନ ଯାଏଁ ଛକି ରହି ସୁଯୋଗର ଅପେକ୍ଷା କରନ୍ତି । ତେଣୁ ଜ୍ୟୋସ୍ନାଙ୍କୁ ଶିକାର କରିଥିବା କୁମ୍ଭୀର ଆଖପାଖରେ ଲୁଚି ରହିଛି । ଏହା ଛଡା ନଦୀରେ ଜଳ ପକାଇବା ପରେ କୁମ୍ଭୀର ହୁଏତ ନଦୀ ଉହାଡରେ ଥିବା ବୁଦା ରେ ଲୁଚି ଯାଇଛି ।

ତେଣୁ ଏବେ ହୁଏତ କୁମ୍ଭୀର ପାଣି ଭିତରୁ ବାହାରୁ ଶୁଖିଲା ଜାଗାରେ ଶିକାର କରିବାକୁ ଆଶଙ୍କା କୁ ଏଡାଇ ଦେଇ ହେବ ନାହିଁ । ରାତିରୁ ପାଣି ଭିତରୁ ଉଠି ଆସି କୁମ୍ଭୀର ଗାଁ ଭିତରକୁ ପଶି ଯାଇପାରେ । କାରଣ ନଈ ମଣିଷ ଶିକାର କରିବାକୁ କୁମ୍ଭୀର ସୁଯୋଗ ଖୋଜୁଛି । ଅଧିକ ଲୋକଙ୍କୁ ଦେଖି ହୁଏତ କୁମ୍ଭୀର ଲୁଚି ଯାଇଛି ହେଲେ ଏକୁଟିଆ ମଣିଷକୁ ଦେଖିଲେ ଶିକାର କରିବାକୁ ପଛେଇବ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।