ପୁଣି ଥରେ ଇତିହାସ ରଚିଲା ନାସା । ଆମେରିକା ଗବେଷଣା ସଂସ୍ଥା ନାସା ପକ୍ଷରୁ କରା ଯାଇଥିବା DART ମିଶନ ସଫଳ ହୋଇଥିବା ସୂଚନା ମିଳିଛି । ସଫଳତାର ଗ୍ରହାଣୁ ଡିମୋରଫୋସକୁ ଧକ୍କା ଦେଇଛି ନାସା ଦ୍ଵାରା ପ୍ରସ୍ତୁତ ସ୍ପେସକ୍ରାଫ୍ଟ । ପୃଥିବୀ ଠାରୁ ୧୧ ନିୟୁତ କିମି ଦୂରରେ ଥିବା ଏକ ଗ୍ରହାଣୁ ଡିମରଫୋସକୁ ଧକ୍କା ଦେଇଥିଲା ନାସାର ମହାକାଶ ଯାନ । ଭାରତୀୟ ସମୟ ଅନୁଯାୟୀ ଆଜି ସକାଳ ଭୋର ୪ଟା ସମୟରେ ଏହି ଧକ୍କା ହୋଇଥିଲା । ଆଉ ଧକ୍କା ହେବା ପରେ ନିଜ ଗତିରେ ପରିବର୍ତ୍ତନ କରିଛି ଗ୍ରହାଣୁ ଡିମୋରଫୋସ ।

ତେବେ ଏହି ଗ୍ରହାଣୁ କେଉଁ ଆଡକୁ ନିଜ ଗତି ପରିବର୍ତ୍ତନ କରିଛି ବର୍ତ୍ତମାନ ଏହାର ତଥ୍ୟ ସଂଗ୍ରହ କରୁଛି ନାସା । ନାସାର ଏହି ସ୍ପେସକ୍ରାଫ୍ଟ ଘଣ୍ଟା ପ୍ରତି ୨୨ ହଜାର ୫ ଶହ ୩୦ କିମି ବେଗରେ ଗତି କରି ଗ୍ରହାଣୁ ଡିମୋରଫସକୁ ଧକ୍କା ଦେଇଥିଲା । ଧକ୍କା ଦେବାର ଠିକ ପୂର୍ବରୁ ଡାର୍ଟ ମିଶାଣର ଏହି ସ୍ପେସକ୍ରାଫ୍ଟ ଡିମୋରଫସ ଏବଂ ଡିଡିମୋସର ପରିବେଶ ସେଠାକାର ମାଟି ଏବଂ ପ୍ରସ୍ତର ବିଷୟରେ ତଥ୍ୟ ସଂଗ୍ରହ କରିଥିଲା ।
ଏହି ମିଶନରେ କାଇନେଜିକବାକ୍ଟ ର ଟେକନିକ ବ୍ୟବହାର କରା ଯାଇଥିଲା ଏବଂ ଡିମୋରଫସ ଆକାରର ଏକ ବଡ ଫୁଟବଲ ପଡିଆ ଭଳି ଆମେରିକାରୁ ଏହାର ସିଧା ମନିଟରିଙ୍ଗ କରା ଯାଉଥିଲା । ତେବେ ନାସାର ଏହି ସଫଳତା ନିହାରି ଭାବେ ପୃଥିବୀବାସୀଙ୍କ ପାଇଁ ଏକ ବଡ ସଫଳତା । ଆମ ପୃଥିବୀରୁ ଏକ ମହାକାଶ ଯାନ ବାହାରକୁ ଯାଇ ଗୋଟିଏ ଗ୍ରହାଣୁକୁ ଧକ୍କା ଦେଇ ତା’ର ଗତିପଥ ପରିବର୍ତ୍ତନ କରିଛି ନିଶ୍ଚିତ ଭାବେ ଏକ ବଡ ବିଷୟ ।

ଏହି ମିଶନର ଲକ୍ଷ୍ୟ ରହିଥିଲା କି, ଯଦି ଭବିଷ୍ୟତରେ କୌଣସି ଗ୍ରହ କିମ୍ବା ଉପଗ୍ରହ ଆମ ପୃଥିବୀପୃଷ୍ଠ ଆଡକୁ ମାଡି ଆସିବ ତେବେ ଟା’ର ଗତିପଥକୁ କିଭଳି ଭାବେ ବଦଳାଇ ଦିଆ ଯାଇପାରିବ । ଯାହାକି ନାସା ଏହି ମିଶନ ଦ୍ଵାରା ପରୀକ୍ଷଣ କରୁଥିଲା । ଏହାସହିତ ବିଭିନ୍ନ ଟେକ୍ନୋଲୋଜି ମଧ୍ୟ ପରୀକ୍ଷଣ କରାଯାଇଛି । ତେବେ ଏହି ପରକ୍ଷଣ ଦ୍ଵାରା ଯେଉଁ ପିଣ୍ଡକୁ ଧକ୍କା ଦିଆଯାଇଛି ମହାକାଶ ଯାନ ତୁଳନାରେ ତାହା ବହୁତ ବଡ ଓ ଏହାର ଓଜନ ପ୍ରାୟ ୫ ବିଲିଅନ କିଲୋଗ୍ରାମ ।
ହେଲେ ନାସାର ସ୍ପେସକ୍ରାଫ୍ଟର ଓଜନ ମାତ୍ର ୬୦୦ କିଲୋଗ୍ରାମ ରହିଥିଲା । କିନ୍ତୁ ଅତ୍ୟଧିକ ବେଗରେ ଯାଇ ଧକ୍କା ହେବା ଫଳରେ କକ୍ଷପଥରୁ ପିଣ୍ଡଟି ନିଶ୍ଚିତ ଭାବେ ଘୁଞ୍ଚିଯିବ । ତେବେ ଏହା କେତେ ଘୁଞ୍ଚିଛି ଓ କେଉଁ ଆଡକୁ ଘୁଞ୍ଚିଛି ଆଗକୁ ଏହାର ସମୀକ୍ଷା କରାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।