ଇଶ୍ଵର ଝିଅ ଜନ୍ମ ପାଇଁ କେମିତିକା ଘରକୁ ବାଛିଥାନ୍ତି ? ଝିଅ ଜନ୍ମ ହେଲେ କ’ଣ ସତରେ ଘରକୁ ଆସନ୍ତି ମା’ ଲକ୍ଷ୍ମୀ ! Sadhu Vani

ବନ୍ଧୁଗଣ ଆଧୁନିକ ଯୁଗର ସମାଜ ଏତେ ଆଗକୁ ବଢିବା ପରେ ମଧ୍ୟ କିଛି କିଛି ସ୍ଥାନରେ ଦେଖାଯାଇଥାଏ ପୁରୁଷ ସମାଜ । ଆଜି ମଧ୍ୟ ଘରେ ଝିଅ ଜନ୍ମ ହେଲେ ଦୁଃଖର ପରିବେଶ ଦେଖିବାକୁ ମିଳିଥାଏ । ଲୋକମାନେ ଚିନ୍ତା କରନ୍ତି ଯେ ପୁଅ ଜନ୍ମ ହେଲେ ଘରର ବଂଶ ଆଗକୁ ବଢିଥାଏ । କିନ୍ତୁ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଝିଅମାନେ ସେହି ଘରେ ଜନ୍ମ ନିଅନ୍ତି ଯେଉଁ ଠାରେ ଇଶ୍ଵର ଚାହିଁଥାନ୍ତି ।

ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ ପୂର୍ବ ଜନ୍ମରେ ପୂଣ୍ୟ କାମ କରିଥାନ୍ତି ସେମାନଙ୍କୁ ଏହି ଜନ୍ମରେ ଝିଅ ସନ୍ତାନ ପ୍ରାପ୍ତ କରିଥାନ୍ତି । ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘର ସ୍ଵର୍ଗ ପାଲଟି ଯାଇଥାଏ । କାରଣ ପୁରୁଷ କେବଳ ଗୋଟାଏ କୁଳକୁ ଆଗକୁ ନେଇକି ଯାଇଥାଏ । ମାତ୍ର ଝିଅ ଦୁଇଟି କୁଳକୁ ଆଗେଇ ଥାଏ । ବିବାହ ପୂର୍ବରୁ ଝିଅ ହୋଇ ବାପାମା’ଙ୍କର ଦାୟିତ୍ଵ ନେଇଥାଏ ଓ ବିବାହ ପରେ ବୋହୁ ହୋଇ ସମସ୍ତ କର୍ତ୍ତବ୍ୟକୁ ତୁଲାଇଥାଏ ।

ଅନେକ ଲୋକ କୁହନ୍ତି, ଝିଅମାନେ ପିଣ୍ଡ ଦାନ କରିପାରିବେ ନାହିଁ, ମାତ୍ର ଏହା ଭୁଲ ଅଟେ । ପ୍ରାଚୀନ ଶାସ୍ତ୍ରରେ ଲେଖାଯାଇଛି ଯେ ଝିଅମାନେ ପିତାମାତାଙ୍କ ପିଣ୍ଡଦାନ କରିପାରିବେ ।
ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘରର ଲୋକମାନେ ଚିନ୍ତା କରିଥାନ୍ତି କି ଝିଅପିଲାମାନଙ୍କୁ ଅଧିକ ପାଠ ପଢାଇବା କଥା ନୁହେଁ ସେମାନଙ୍କୁ ଶୀଘ୍ର ବିବାହ କରି ପଠେଇ ଦେବା ଉଚିତ୍ । ମାତ୍ର ଏହା କରିବା ଦ୍ଵାରା ଆପଣ ସେହି ଝିଅର ଭବିଷ୍ୟତକୁ ଅନ୍ଧକାର କରିଥାନ୍ତି ।

ଝିଅମାନଙ୍କୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଥାଏ ଓ ମା’ ଲକ୍ଷ୍ମୀ ସେହି ଘରେ ଆସିଥାନ୍ତି ଯେଉଁ ଘରେ ଝିଅ ପିଲାମାନଙ୍କୁ ପାଳିବାର କ୍ଷମତା ରଖିଥାନ୍ତି । ଝିଅମାନେ ସର୍ବଦା ଉଭୟ ପରିବାର ପାଇଁ ଚିନ୍ତା କରିଥାନ୍ତି । ଝିଅ ତ ପିତାମାତାଙ୍କୁ କେବେ ଭୁଲି ନଥାଏ । ତାଙ୍କ ପାଇଁ ଚିନ୍ତା କରିଥାଏ ଓ ସମୟ ଆସିଲେ ତାଙ୍କ ଭାରକୁ ବହନ କରିବାର କ୍ଷମତା ରଖିଥାଏ । ଝିଅ କେବେ ତାଙ୍କ ବାପାମାଆଙ୍କର ଧନସମ୍ପତ୍ତି କି ଟଙ୍କାପଇସାର ଆଶା ରଖେ ନାହିଁ ।

କେବଳ ସମ୍ମାନ ଓ ଭଲ ପାଇବା ଟିକେ ହିଁ ସେ ନିଜ ପରିବାର ଠାରୁ ଚାହିଁଥାଏ । ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯେଉଁ ପୁରୁଷ ସ୍ତ୍ରୀ ଭଳି ଆଚରଣ କରିଥାଏ ସେ ଆର ଜନ୍ମରେ ଝିଅ ହୋଇ ଜନ୍ମ ନେଇଥାଏ । ଯଦି କେହି ଅନ୍ତିମ ସମୟରେ ନିଜ ସ୍ତ୍ରୀ କୁ ସ୍ମରଣ କରି ମୃତ୍ୟୁବରଣ କରେ ସେ ମଧ୍ୟ ଝିଅ ହୋଇ ଜନ୍ମ ହୋଇଥାଏ ।

ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ