ଇସ୍ କି ଇଲିଶି ! ଜାଲରେ ଏତେ ଇଲିଶି ମାଛ ପଡ଼ୁଛନ୍ତି ଦେଖିଲେ ଆପଣଙ୍କୁ ବି ଲୋଭ ଲାଗିବ, ଦେଖନ୍ତୁ ଭିଡିଓ

କଥାରେ ଅଛି, ‘ମାଛ ଖାଇବ ଇଲିଶି ଚାକିରି କରିବ ପୁଲିସି’ । ଇଲିଶି ମାଛ ଯିଏ ଖାଇଛି ସିଏ ଜାଣିଛି କେତେ ସୁଆଦିଆ । ଇଲିଶି ମାଛ ମିଳୁଛି ଶୁଣିଲେ ଟିକେ ପଇସା ଥିଲେ ଲୋକେ ଧାଇଁ ଯାଆନ୍ତି ମାଛ ଦୋକନକୁ । କିନ୍ତୁ ଇଲିଶି ମାଛର ଚାହିଦା ଯେତିକି ତା’ର ଦରଦାମ ବି ସେତେ ଆକାଶ ଛୁଆଁ । ଆମେ ଆପଣଙ୍କୁ ଇଲିଶି ମାଛ ସମ୍ପର୍କରେ କହିବାର କାରଣ ହେଉଛି ବାଲେଶ୍ଵର ଭୋଗରାଇ ବ୍ଲକ କୀର୍ତ୍ତିଣିଆ ସମୁଦ୍ରକୂଳ ଆଖପାଖରେ ବହୁ ପରିମାଣର ଇଲିଶି ଧରୁଛନ୍ତି ମତ୍ସ୍ୟଜୀବୀ ମାନେ ।

ଜାଲରେ ଖାଲି ଇଲିଶି ପଡ଼ୁଛନ୍ତି । ହାତ ମାରିଲେ ମାନେ ଇଲିଶି ମାଛ ଧରା ପଡ଼ୁଛନ୍ତି । ଏହି ମାଛକୁ ଓଡିଶା ସମେତ ପଶ୍ଚିମବଙ୍ଗରେ ବିକ୍ରି କରାଯାଉଛି । କୋଲକାତା, ଶିଆଲଦା, ଖଡଗପୁର ସମେତ ଆଖପାଖ ମାଛ ମାର୍କେଟରେ ଏହି ଇଲିଶି ମାଛର ଚାହିଦା ଖୁବ ଅଧିକ ଥିବାରୁ ମତ୍ସ୍ୟଜୀବୀ ଏଠାକୁ ଇଲିଶି ପଠାଉଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ ଗତ ଦୁଇ ତିନି ବର୍ଷ ହେବ ଇଲିଶି ମାଛ ପଡୁ ନଥିଲେ । କିନ୍ତୁ ଏଥର ପ୍ରଚୁର ପରିମାଣରେ ଇଲିଶି ମାଛ ପଡ଼ୁଛନ୍ତି ।

ଅଧିକ ଇଲିଶି ପଡୁଥିବାର ଏହାର ଦର ଟିକିଏ କମ୍ କରୁଥିବା ବେଳେ ତଥାପି ଇଲିଶି ମାଛ ଦର ବହୁତ ରହୁଛି ବୋଲି ଗ୍ରାହକମାନେ କହୁଛନ୍ତି । ସେଥିପାଇଁ ଅନେକ ଲୋକ ଇଚ୍ଛା ଥିଲେ ମଧ୍ୟ ମନକୁ ମାରି ମାଛ ନନେଇ ଫେରି ଯାଉଛନ୍ତି । ମତ୍ସ୍ୟଜୀବୀ କହିଛନ୍ତି କି ଆଗକୁ ଯଦି ଇଲିଶି ଅଧିକ ପରିମାଣରେ ଆମଦାନୀ ହୁଏ ତେବେ ଧୀରେ ଧୀରେ ଏହାର ଦାମ୍ କମ୍ ହୋଇଯିବ । ବର୍ତ୍ତମାନ ଟିକେ ବଡ ସାଇଜର ମାଛ ୧୬୫୦ ଟଙ୍କା ଲେଖାଁ ରହୁଥିବା ବେଳେ ଏହାଠୁ କମ୍ ସାଇଜର ମାଛ ୧୨୦୦ ଟଙ୍କା ଲେଖାଁ ରହିଛି ।

ଆଉ ଅଧିକ ଛୋଟ ହେଲେ ୮୦୦ ରୁ ତଳକୁ ଦାମ ରହୁଛି । ତାଙ୍କ ମାଛମରା ବୋଟରେ ସମୁଦାୟ ୧୨ଜଣ କାମ କରୁଛନ୍ତି । ବୋଟ ଥରେ ସମୁଦ୍ର ଭିତରକୁ ଗଲେ ୧୦-୧୨ ଦିନରେ ଥରେ ଫେରେ । ସେମାନଙ୍କ ଖାଇବା ସାମଗ୍ରୀ, ତେଲ ଓ ପାଣି ଆଦି ନେଇ ପୁଣି ଥରେ ସମୁଦ୍ର ଭିତରକୁ ଫେରି ଯାଆନ୍ତି । କରୋନା ପରଠାରୁ ମାଛ ଆମଦାନୀ ଏକଦମ କମି ଯାଇଥିଲା । ଫଳରେ ଅନେକ ମାଲିକମାନେ କ୍ଷତିରେ ପଡି ବୋଟ ବନ୍ଦ କରଦେଲେଣି ।

ସେପଟେ ତେଲ ଦର ମଧ୍ୟ ଅଧିକ ରହିଛି । ତେଣୁ ଯେତିକି ବୋଟ ମାଛ ମାରିବାକୁ ଯାଉଛି ଯାହାବି ମାଛ ଆସୁଛି ସବୁ ଖର୍ଚ୍ଚ ବାଦ ମାଛ ଦର ବଢାଇବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ମତ୍ସ୍ୟଜୀବୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।