IPS ସାଗରିକା ନାଥଙ୍କ ବାପା ମାଆଙ୍କୁ ଲୁଟି ମରଣାନ୍ତକ ଅବସ୍ଥାରେ ଛାଡି ଫେରାର ହେଲେ ଲୁଟେରା…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲି ଆଇପିଏସ ଅଧିକାରୀ ସାଗାରିକା ନାଥଙ୍କ ପରିବାର ଠାରୁ ଲୁଟ୍ କରିଥିଲେ ଲୁଟେରା । ବିଳମ୍ବିତ ରାତିରେ ଘାଟିକିୟା ରାସ୍ତାରେ IPS ଅଫିସରଙ୍କ ବାପାମାଆ ଫେରୁଥିବା ବେଳେ ତାଙ୍କୁ ଟାର୍ଗେଟ କରିଥିଲେ ଲୁଟେରାମାନେ ଓ ତାଙ୍କ ପଛେ ପଛେ ଯାଇଥିଲେ । ତେବେ କେତେକ ଦୁର୍ବୁତ୍ତମାନେ ଗାଡି ଅଟକାଇବା ସହିତ ଟଙ୍କା ଓ ସୁନା ଛଡାଇବାକୁ ଉଦ୍ୟମ କରିଥିଲେ ।

ମାତ୍ର ସାଗରିକାଙ୍କ ବାପା ପ୍ରତିରୋଧ କରିବାକୁ ଲୁଟେରାମାନେ ତାଙ୍କ ଉପରକୁ  ଆଘାତ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ  ବହୁତ ସମୟ ଧରି ଝଗଡା ହୋଇଥିଲା । ଲୁଟେରାମାନେ ଦେଖିଲେ ଯେ ସାଗରିକାଙ୍କ ବାପାମାଆ ତାଙ୍କ କଥାକୁ ଶୁଣୁ ନାହାଁନ୍ତୁ ତେଣୁ ସେମାନେ ଉଭୟଙ୍କ ଉପରୁକୁ ମରଣାନ୍ତକ ଆକ୍ରମଣ କରି ରାସ୍ତାରେ ଛାଡି ପଳେଇଯାଇଥିଲେ ।

ତେବେ ଏହାକୁ ନେଇ ଭରତପୁର ପୋଲିସ ଥାନାରେ ଅଭିଯୋଗ ଦାଖଲ ହୋଇଛି ଏବଂ ପୋଲିସ କର୍ତ୍ତୁପକ୍ଷ ଘଟଣା  ବାବଦରେ ଛାନ୍ ଭିନ୍ ଜାରି ରଖିଛନ୍ତି ।  ତେବେ ଘଟଣା ସ୍ଥଳରୁ ଲୁଟେରାମାନଙ୍କର ଏକ ବାଇକ ଜବଦ ହୋଇଥିବା ସୂଚନା ମିଳିଛି ।  IPS ଅଫିସର ସାଗରିକା ନାଥ ବର୍ତ୍ତମାନ ବାଲେଶ୍ଵର ଏସିଫି ଅଛନ୍ତି । ସୂଚନା ଅନୁସାରେ ଆମ ରାଜଧାନୀରେ ଲୁଟେରାମାନଙ୍କ ଆକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି  ।

ଏଭଳି ଅନେକ ଘଟଣା ଜଣସାଧାରଣମାନଙ୍କ ମଧ୍ୟରେ ଘଟୁଛି କିଛି ଦିନ ତଳେ ଏଭଳି ଘଟଣା ତିନୋଟି ପୋଲିସଥାନାରେ ଦାଖଲ  କରାଯାଇଛି ଓ ଏବେ  IPS ଅଫିସରଙ୍କ ପରିବାରରେ ଏଭଳି ଘଟିଛି । ସତ୍ୟସାଇଁକୁ ଫେରୁଥିବା ସମୟରେ ବାପାମାଆଙ୍କ ସହ ଏଭଳି ଘଟଣା ଘଟିଥିଲା ତେବେ ଘଟଣା ଘଟୁଥିବା ସମୟ ଆକ ସ୍ଥାନୀୟ ଲୋକେ ସେହିସ୍ଥାନରେ ଆସୁଥିବା  ଦେଖିଥିବା ଦୁର୍ବୁତ୍ତମାନେ ଗାଡିକୁ ଛାଡି ଟଙ୍କା ଓ ସୁନା ନେଇକି ଫେରାର ହୋଇଥିଲେ  ।

ମାତ୍ର ଏହିସବୁ ବିଷୟ ରାସ୍ତାରେ ଲାଗିଥିବା କ୍ୟାମେରାରେ ରେକର୍ଡିଂ ହୋଇଥିଲା ଯାହାକୁ ଆଧାରକରି ପୋଲିସ ଏବେ ତା  ଛାନଭିନ୍ ଆରମ୍ଭ କରିଛି ।  IPS ସାଗରିକାଙ୍କ ବାପାମାଆ ଅତି ଗୁରୁତର ରୂପେ ଆକ୍ରମଣ କରିଥିବା ଦୁର୍ବୁତ୍ତମାନେ କଣ ବାଇକ ଦ୍ଵାରା ଧରାପଡିପାରିବେ ?

କାରଣ ଆଜିକାଲି ଲୁଟେରାମାନେ ଚୋରୀକରିଥିବା ଗାଡିର ବ୍ୟବହାର କରୁଛନ୍ତି ତେବେ ଏହା ପୋଲିସ ପାଇଁ ବଡ ଚ୍ଯାଲେନ୍ଜର ବିଷୟ ଅଟେ । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ଓ ଆପଣଙ୍କ ମତକୁ କମେଣ୍ଟ କରି ଜଣାନ୍ତୁ ।