ଆଇପିଏଲ ସହ ଜଡିତ ଏହି ଖବର କ୍ରିକେଟ ଦୁନିଆର ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ, ହନି ଟ୍ରାପରେ ଫସିଯାଇଥିଲେ ଏହି ଖେଳାଳି

ଆଇପିଏଲ ୨୦୨୦କୁ ନେଇ ଏକ ଭୟାନକ ଖବର ଆସି ପହଞ୍ଚି ଯେ ଏହି ଖେଳ ସମୟରେ ଏକ ଅଭିଯୋଗ ମିଳିଥିଲା ବିସିଆଇର ଏନ୍ଟି କରପ୍ସନ ବିଭାଗକୁ କି ଦିଲୀର ଜଣେ ନର୍ସ ଡାକ୍ତର ହୋଇ ଜଣେ ଖେଳାଳି ଠାରୁ ଆଇପିଏଲ ଚାଲୁ ଥିବା ସମୟ ରେ ମ୍ୟାଚର କୌଣସି ଆଭ୍ୟନ୍ତର ଗୁପ୍ତ କଥା ବା ଦଳର କୌଣସି ଗୁପ୍ ତଥ୍ୟ ବିଷୟରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେହି ଖେଳାଳିଙ୍କ ନାମ ପଦାକୁ ଆସିନାହିଁ । ସେହି ମହିଳା ନର୍ସ ଏହି ତଥ୍ୟକୁ ନେଇ ମ୍ଯାଚରେ ସଟା ଲଗାଇବାକୁ ଚାହୁଁ ଥିଲେ । କିନ୍ତୁ ସେହି ଖେଳାଳି ଜଣକ ସେହି ମହିଳା ନର୍ସଙ୍କୁ କୌଣସି ତଥ୍ୟ ଦେଇ ନଥିଲେ ।

ସେହି ଖେଳାଳି ସେହି ସମୟରେ ପୋଲିସକୁ ନର୍ସଙ୍କ ବିରୁଦ୍ଧରେ ଅଭିଯୋଗ କରିଦେଇଥିଲେ । ଏହି ପରେ ପୋଲିସ ଏହି ଖବର ବିସିଆଇକୁ ଦେଇଥିଲେ । ଏହାପରେ ବିସିଆଇର ଏନ୍ଟି କରପ୍ସନ ବିଭାଗର ପ୍ରମୁଖ ବ୍ୟକ୍ତି ମାନେ ଏହି ଖବର ର ଖୋଳ ତାଡ କରିଥିଲେ । ଏହି ବିଭଗର ମୁଖ୍ୟ ହେଉଛନ୍ତି ଅଜିତ ସିଂହ । ସେ କହିଥିଲେ କି ଆଇପିଏଲ ଖେଳ ଚାଲୁଥିବା ବେଳେ ଏହି ଖେଳାଳି ତାଙ୍କୁ ଏହି ନର୍ସଙ୍କ ବିରୁଦ୍ଧରେ ତାଙ୍କ ପାଖରେ ଅଭିଯୋଗ କରିଥିଲେ ।

ଏହି କେସ କୁ ଆଣ୍ଟି କରପ୍ସନ ୟୁନିଟ ଖୋଜ ଖବର ବା ଯାଞ୍ଚ କରି ଏହି କେସଟିକୁ ବନ୍ଦ କରିଦେଇଛନ୍ତି । ଏହି ଖୋଜ ଖବର ଦ୍ଵାରା ସେମାନେ ଜାଣିବାକୁ ପାଇଲେ କି ଏହି ମହିଳା ନର୍ସଙ୍କର କୌଣସି ନିୟମିତ ସଟା ବଜାର ଗ୍ରୁପ ସହ କୌଣସି ସମ୍ପର୍କ ନଥିଲା ।

ଏହି ମାମଲାରେ ଆଉ ଅଧିକ କୌଣସି ତଥ୍ୟ ମିଳି ନଥିଲା । ଏହାପରେ ଆଣ୍ଟିକରପ୍ସନ ୟୁନିଟର ମୁଖ୍ୟ କହିଲେ କି ମାମଲାର ଯାଞ୍ଚ କରିବା ବେଳେ ଜାଣିବାକୁ ପାଇଲେ କି ଅଭିଯୁକ୍ତ ମହିଳା ନର୍ସ ଖେଳାଳୀକୁ ପୂର୍ବରୁ ଜାଣିଥିଲେ ଓ ଯେତେବେଳେ ଖେଳାଳି ଏହି ଅଭିଯୋଗ ବିଷୟରେ ରିପୋର୍ଟ କଲେ ତ ସେତେବେଳେ ସବୁ ତଥ୍ୟ କୁ ଏକାଠି କଲେ ନର୍ସକୁ ଡାକି ପଚାରିଲେ ତାଙ୍କଠାରୁ ଏହି ମାମଲା ବିଷୟରେ କୌଣସି ତଥ୍ୟ ମିଳି ନଥିଲା ଏଥିପାଇଁ ଏହି ମାମଲାକୁ ବନ୍ଦ କରି ଦିଆଯାଇଥିଲା ।

ଅର୍ଥାତ ସେହି ନର୍ସ ଜଣକ ସମ୍ପୂର୍ଣ ଏକା ଥିଲେ ତାଙ୍କର କୌଣସି ବଡ ସଟା ବଜାର ଗ୍ରୁପ ସହ କୌଣସି ସମ୍ପର୍କ ନଥିଲା ଓ ସେ ବାସ ଖେଳାଳୀକୁ ଜାଣିଥିଲେ ସେଥିପାଇଁ ଭାବିଥିଲେ ଖେଳାଳିଙ୍କଠାରୁ କୌଣସି ଫାଇଦା ପାଇବା ପାଇଁ ବା ଖେଳରେ କିଛି ସଟା ଲଗେଇ କିଛି ଟଙ୍କା ହାସଲ କରିବା ପାଇଁ ଚାହୁଥିଲେ । ଏହି ଖବର ପ୍ରଚାର ହେବା ପରେ ଚାରି ଆଡେ ସଂଶୟ ଖେଳି ଯାଇଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।