IPL 2020- ଐତିହାସିକ ବିଜୟ ପରେ KL Rahul, Dhoni ଙ୍କୁ ନେଇ କିଛି କହିଦେଲେ ଏମିତି କି, ଉଡିଗଲା ସମସ୍ତଙ୍କ ହୋସ

IPL ୨୦୨୦ର ଏକ ରୋମାଞ୍ଚକ ପୂର୍ଣ ମ୍ୟାଚ ଗତକାଲି ବ୍ୟାଙ୍ଗଲୋର ଓ ପଞ୍ଚାବ ମଧ୍ୟରେ ଦୁବାଇର ଏକ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପଞ୍ଚାବର ଟିମ ବ୍ୟାଙ୍ଗଲୋର ଟିମକୁ ୯୭ ରନରେ ପରାଜିତ କରିଲେ । ଏହି ମ୍ୟାଚରେ ପ୍ରଥମେ ବ୍ୟାଙ୍ଗଲୋରର ଟିମ ଟଚ ଜିତିଲେ ଓ କ୍ୟାପଟେନ ବିରାଟ ବୋଲିଙ୍ଗ କରିବା ପାଇଁ ନିଷ୍ପତି ନେଲେ । ଏହା ପରେ ପଞ୍ଜାବ ଟିମର କ୍ୟାପଟେନ ଓ ୱିକେଟ କିପର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ ଦେଖାଇଲେ ।

କିନ୍ତୁ ୭ ଓଭରରେ ନିଜର ଗୋଟିଏ ଭୁଲ ପାଇଁ ମୟଙ୍କ ଅଗ୍ରୱାଲ ୨୦ଟି ବଳରେ ୨୬ ରନ କରି ଆଉଟ ହୋଇଗଲେ । ଏହା ପରେ କେଏଲ ରାହୁଲ ୬୯ଟି ବଳର ସାମ୍ନା କରି ମୋଟ ୧୩୨ ରନ କରି ନଟ ଆଉଟ ରହି ନିଜ ଟିମ ପାଇଁ ଏକ ବିଶାଳ ସ୍କୋର ଛିଡା କରିଲେ ।

ସେ ନିଜର ପାରିରେ ୧୪ଟି ଚଉକା ଓ ୭ଟି ଛକା ମାରିଛନ୍ତି । ଏହା ପରେ RCB ଟିମକୁ ଜିତିବା ପାଇଁ ୨୦୭ ରନର ଟାର୍ଗେଟ ମିଳିଲା । ଏମିତିରେ RCB ଟିମର କ୍ୟାପଟେନ ବିରାଟ କୋହଳିଙ୍କ ଠାରୁ ନେଇ ଟିମର ସବୁ ଖେଳାଳି ବହୁତ ଅଧିକ ପ୍ରେସରରେ ଆସିଗଲେ । ଏହାର ଅନ୍ଦାଜ ଆପଣ ଏହି କଥାରୁ ଲଗାଇ ପାରିବେ କି RCB ଟିମର ୪ ରନରେ ହିଁ ୩ଟି ୱିକେଟ ଚାଲି ଯାଇ ଥିଲା । ଏଥିରେ ବିରାଟ କୋହଳି ବି ଟିମ ପାଇଁ ମାତ୍ର ୧ ରନ କରି ଆଉଟ ହୋଇ ଯାଇ ଥିଲେ ।

ଏହା ପରେ ଧୀରେ ଧୀରେ RCBର ସବୁ ୱିକେଟ ଚାଲି ଗଲା ଓ ପଞ୍ଚାବର ଟିମ ୯୭ ରନରେ ଏହି ମ୍ୟାଚକୁ ଜିତି ନେଲେ । ଏହା ସବୁ କେଏଲ ରାହୁଲଙ୍କ ବ୍ୟାଟିଙ୍ଗ ଯୋଗୁ ହିଁ ସମ୍ଭବ ହୋଇ ପାରିଲା । ଏହା ପରେ ମ୍ୟାନ ଅଅଫ ଦ ମ୍ୟାଚ ହେବା ପରେ କେଏଲ ରାହୁଲ ନିଜର ଇଣ୍ଟରଭିୟୁରେ ଏମିତି କିଛି କହିଦେଲେ କି ଯାହା ଦ୍ଵାରା ସମସ୍ତଙ୍କର ହୃଦୟ ଜିତିନେଲେ । ସେ କହିଲେ କି IPLର ଏହି ସିଜିନରେ ଆମ ଟିମର ଏହି ବିଜୟ ଆମର ସବୁ ଖେଳାଳି ପାଇଁ ବହୁତ ଖାସ ଅଟେ ।

ଏହା ପରେ ସେ କହିଲେ କି ମୁଁ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଛି କି ମୋତେ ପଞ୍ଚାବ ଟିମର କ୍ୟାପଟେନ ହେବା ପାଇଁ ସୁଯୋଗ ମିଳିଲା । ଏହା ପରେ କେଏଲ ରାହୁଲଙ୍କୁ ପ୍ରଶ୍ନ କରାଗଲା କି ଆପଣଙ୍କ ପାଇଁ ଆପଣଙ୍କ ଟିମ ଏହି ମ୍ୟାଚ ଜିତିଛନ୍ତି କାରଣ ବ୍ୟାଟିଙ୍ଗ ସହ ଭଲ କ୍ୟାପଟେନିଙ୍ଗ କିଛି ଖେଳାଳିମାନେ ହିଁ କରି ପାରନ୍ତି । ଏହା ଉପରେ ଆପଣଙ୍କ ରାୟ କଣ । ଏହା ପରେ କେଏଲ ରାହୁଲ ହସି ହସି ଏହାର ଜବାବ ଦେଲେ କି ବିଜୟର ଶ୍ରେୟ ତ ଆମର ଟିମକୁ ହିଁ ଯାଏ ।

ଏହା ସହିତ ମୁଁ ଧନ୍ୟବାଦ କରିବାକୁ ଚାହୁଁଛି ମହେନ୍ଦ୍ର ସିଂହ ଧୋନୀ ଓ ବିରାଟଙ୍କ ଭଳି ଖେଳାଳିଙ୍କର, ଯେଉଁମାନେ ମୋତେ କ୍ୟାପଟେନ ସହ ବ୍ୟାଟିଙ୍ଗର ଟ୍ରେନିଙ୍ଗ ବି ଦେଇଛନ୍ତି । ମୋତେ ଆଜି ବି ସେହି ଦିନ ଗୁଡିକ ମନେ ଅଛି ଯେତେବେଳ ମୁଁ ଧୋନୀ ଓ ବିରାଟଙ୍କ ଠାରୁ ବହୁତ କିଛି ଶିଖିଥିଲି ।

ଖରାପ ସମୟରେ ଏହି ଖେଳାଳିମାନେ ହିଁ ମୋର ସାଥ ଦେଇଥିଲେ । ଲଗାତାର ଟିମରେ ଖେଳିବା ପାଇଁ ଚାନ୍ସ ବି ଦେଇଛନ୍ତି ଓ ସେହି କାରଣରୁ ଆଜି ମୁଁ ଏହି ସ୍ଥାନକୁ ପହଞ୍ଚି ପାରିଛି । ଏହା ହେଉଛି କେଏଲ ରାହୁଲଙ୍କ ମହନତା କି ସେ ନିଜର ଏହି ସଫଳତା ପାଇଁ ନିଜର ଟିମ ଧୋନୀ ଓ ବିରାଟଙ୍କୁ ଧନ୍ୟବାଦ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।