ଦ୍ଵାଦଶ ଏବଂ ଗ୍ରାଜୁଏସନରେ ଫେଲ୍ ହୋଇଥିଲେ, ତଥାପି ହୋଇଗଲେ IAS ଅଫିସର, ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ !

ଦ୍ଵାଦଶ ଏବଂ ଗ୍ରାଜୁଏସନରେ ଫେଲ୍ ହୋଇଥିଲେ, କିନ୍ତୁ ସେ ଏବେ ଜଣେ ସଫଳ ଆଇଏଏସ ଅଫିସର । ଆଜି ଆମେ କୁମାର ଅନୁରାଗଙ୍କ ପ୍ରେରଣାଦାୟୀ କାହାଣୀ କହିବାକୁ ଯାଉଛୁ । ଆଇଏଏସ କିମ୍ବା ଆଇପିଏସ ହେବା ଏତେ ସହଜ କଥା ନୁହେଁ । ଏଥିପାଇଁ ଖୁବ୍ ପରିଶ୍ରମ କରିବାକୁ ପଡେ । ସମଯରେ ମଧ୍ୟ ଧାରଣା ରହିଛି କି ଯେଉଁ ପିଲା ଭଲପାଠ ପଢୁଥିବ ସେ ବଡ ହୋଇ ଆଇଏଏସ କିମ୍ବା ଆଇପିଏସ ହୋଇପାରିବ । ଆଉ ଯେଉଁ ପିଲା ଭଲ ପାଠ ପଢୁ ନଥିବେ ସେ ଜୀବନରେ କିଛି କରିପାରିବେ ନାହିଁ ବୋଲି ଧାରଣା ରହିଛି ।

କିନ୍ତୁ ସମାଜର ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି କୁମାର ଅନୁରାଗ । ପିଲାଦିନରୁ ସେ ପାଠପଢାରେ ଜିରୋ ଥିଲେ । ଯାହାଫଳରେ ସେ ଦ୍ଵାଦଶ ଏବଂ ଗ୍ରାଜୁଏସନରେ ଫେଲ୍ ହୋଇଥିଲେ । କିନ୍ତୁ ଆଜି ସେ ହୋଇଛନ୍ତି ଆଇଏଏସ ଅଫିସର । ଆଇଏଏସ କୁମାର ଅନୁରାଗ ହେଉଛନ୍ତି ବିହାର କଟିହାର ଜିଲ୍ଲାର ବାସିନ୍ଦା । ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀ ମିଡିୟମରେ ପାଠ ପଢିଥିଲେ । ଏହାପରେ ଇଂରାଜୀ ମିଡିୟମରେ ତାଙ୍କର ନାମ ଲେଖା ଯାଇଥିଲା ।

କିନ୍ତୁ ସେ ଜଣେ ମଧ୍ୟମ ଧରଣର ଛାତ୍ର ଥିବାରୁ ତାଙ୍କୁ ଏହି ସମୟରେ ଅନେକ ଅସୁବିଧା ହୋଇଥିଲା । ହେଲେ ମଧ୍ୟ ସେ କଠିନ ପରିଶ୍ରମ କରି ଦଶମ ବୋର୍ଡ ପରୀକ୍ଷାରେ ୯୦% ମାର୍କ ଆଣିବାରେ ସଫଳ ହୋଇଥିଲେ। ତେବେ ସେ ଦ୍ଵାଦଶ ଶ୍ରେଣୀରେ ଗଣିତ ପ୍ରିବୋର୍ଡ ପରୀକ୍ଷାରେ ଫେଲ୍ ହୋଇଥିଲେ । ହେଲେ ପୁଣି ଥରେ ନୂଆ ଉତ୍ସାହର ସହ ପ୍ରସ୍ତୁତି କରି ୯୦% ପ୍ରତିଶତ ଆଣିଥିଲେ । ଏହପରେ ସେ ଦିଲ୍ଲୀରେ ଶ୍ରୀରାମ କଲେଜ ଅଫ କମର୍ସରେ ନାମ ଲେଖାଇଥିଲେ ।

କିନ୍ତୁ ପୂର୍ବ ଭଳି ତାଙ୍କର ପୁଣି ଥରେ ପାଠପଢାରେ ମନ ଲାଗୁ ନଥିଲା । ଯାହାପାଇଁ ସେ ଗ୍ରାଜୁଏସନରେ ଅନେକ ବିଷୟରେ ଫେଲ୍ ହୋଇଥିଲେ ଓ ଏଥିପାଇଁ ସେ ଘରଲୋକଙ୍କ ଠାରୁ ଗାଳି ଶୁଣିଥିଲେ । ଆଉ ଏହାପରେ ନିଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ଅନୁରାଗ । ଗ୍ରାଜୁଏସନ ପାସ୍ କରି ପିଜି ଆଡମିସନ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଅନୁରାଗ । କଠିନ ପରିଶ୍ରମ କରି ସେ ୨୦୧୭ରେ ପ୍ରଥମ ପରୀକ୍ଷାରେ ହିଁ ୟୁପିଏସସିରେ ଚୟନ ହୋଇଥିଲେ।

ତାଙ୍କୁ ୬୭୭ ରାଙ୍କ ମିଳିଥିଲା, କିନ୍ତୁ ସେ ସେତେବେଳେ ଆଇଏଏସ ହେବାକୁ ଚାହୁଁ ନଥିଲେ । ତେଣୁ ପୁଣି ଥରେ ୨୦୧୮ରେ ୟୁପିଏସସି ସିଏସସି ପରୀକ୍ଷାରେ ୪୮ତମ ରାଙ୍କ ହାସଲ କରିଥିଲେ । ଏହିଭଳି ଭାବେ କୁମାର ଅନୁରାଗଙ୍କ ଆଇଏଏସ ହେବାର ସ୍ଵପ୍ନ ପୂରଣ ହୋଇଥିଲା । ବର୍ତ୍ତମାନ ଅନୁରାଗଙ୍କୁ ବିହାର କ୍ୟାଡର ମିଳିଛି । ଏବେ ସେ ବେତିଆ ଜିଲ୍ଲାର ସହାୟକ ଜିଲ୍ଲା ଅଧିକାରୀ ରହିଛନ୍ତି । ଆପଣଙ୍କୁ ଅନୁରାଗଙ୍କ ଏହି କାହାଣୀ କିଭଳି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।