କହିବାକୁ ଗଲେ ହରିୟାଣାର କରନାଲ ଅଞ୍ଚଳର ଜଣେ ଇନ୍ସପେକ୍ଟରକୁ ତାଙ୍କର ହିଁ ଭୁଲ ଯୋଗୁ ଗୁଳି ଯାଇ ତାଙ୍କ ଗୋଡରେ ଲାଗିଲା । ପ୍ରାକ୍ଟିସ ସମୟରେ ଇନ୍ସପେକ୍ଟରକୁ ଲାଗିଥିଲା କି ରିଭଲ୍ବରର ର ଗୁଳି ଶେଷ ହୋଇ ଯାଇଛି । ଏହା ପରେ ସେ ରିଭଲ୍ବରକୁ ତଳକୁ କରିଲେ, ତେବେ ଅଚାନକ ଟ୍ରିଗରଟି ଦବି ଗଲା । ଭାଗ୍ୟ ବଶତଃ ଗୁଳି ସିଧା ଯାଇ ଗୋଡରେ ଲାଗି ନାହିଁ । ତାହା ସିଧା ମାଟିରେ ଯାଇ ଲାଗିଲା, କିନ୍ତୁ ତାହାର କିଛି ଭଗ୍ନ ଅଂଶ ଆସି ତାଙ୍କ ଗୋଡରେ ଲାଗିଲା ।
ଘଟଣାଟି ଶନିବାର ଦିନ ମଧୁବନ କମାଣ୍ଡୋ କାମ୍ପଲେକ୍ସ ଫାଇରିଙ୍ଗ ରେଞ୍ଜରେ ହୋଇଥିଲା । ଆଘାତ ପ୍ରାପ୍ତ ଇନ୍ସପେକ୍ଟର ମନୀଷ କୁମାର ଏହି ମାମୁଲି ଘଟଣା ବିଷୟରେ କହିଲେ କି ସେ ଠିକ ଅଛନ୍ତି । ସୂଚନା ଅନୁସାରେ, ଆଘାତ ପ୍ରାପ୍ତ ଇନ୍ସପେକ୍ଟର ମନୀଷ କୁମାର ରାମନଗର ଥାନାରେ ଏସଏଚଓ ପଦରେ କାର୍ଯ୍ୟରତ ଅଛନ୍ତି । ସେ ଶନିବାର ଦିନ ଫାଇରିଙ୍ଗ ରେଞ୍ଜରେ ପ୍ରାକ୍ଟିସ କରୁଥିଲେ । ଏହି ସମୟରେ ଏହି ଦୁର୍ଘଟଣା ହୋଇଗଲା ।
ଘଟଣାର ସୂଚନା ମିଳିବା ମାତ୍ରେ ହିଁ କେତେକ ଥାନାର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲେ । ଆଘାତ ପ୍ରାପ୍ତ ବ୍ୟକ୍ତିକୁ ସଙ୍ଗେ ସଙ୍ଗେ ସେମାନେ ହସ୍ପିଟାଲକୁ ନେଇ ଗଲେ । ଅଫିସରଙ୍କର ଏହା ଏକ ଗମ୍ଭୀର ଅସାବଧାନୀ ବୋଲି କୁହାଯାଉଛି । ଯଦି ଏହି ଗୁଳି ସିଧା ତାଙ୍କ ଶରୀରରେ କିମ୍ବା ଆଉ କାହାର ଶରୀରରେ ଲାଗିଥାନ୍ତା, ତେବେ ବହୁତ ବଡ ଦୁର୍ଘଟଣା ହେଇ ଯାଇଥାନ୍ତା । ଯେଉଁ ସମୟରେ ଏହି ଘଟଣା ଘଟିଲା ସେହି ସମୟରେ ଫାଇରିଙ୍ଗ ରେଞ୍ଜରେ ପାଖାପାଖି ୨୦୦ ରୁ ଅଧିକ ଯବାନ ଉପସ୍ଥିତ ଥିଲେ ।