ହାତୀ ଗୋଡେଇ ଆସୁଥିବାର ଏହି ଦୃଶ୍ୟକୁ ଦେଖିଛନ୍ତି ତ ? ଏହି ଭୟଙ୍କର ଦୃଶ୍ୟର ଭିଡିଓ ସାମ୍ନାକୁ ଆସିବା ପରେ ସବୁଆଡେ ଭୟର ବାତାବରଣ ଖେଳିଯାଇଛି । ହାତୀ ରାଜି କିଛି ଲୋକଙ୍କ ଆଡକୁ ମାଡି ଆସିବାର ଏହି ଦୃଶ୍ୟ କେତେ ଭୟଙ୍କର ଆପଣ ଚିନ୍ତା କରି ପାରୁଥିବେ । ସାମ୍ନାରେ ହାତୀ ଛିଡା ହୋଇଛି ଆଉ ଶହେରୁ ଦୁଇ ଶହ ଫୁଟ ଦୂରରେ କିଛି ସାଧାରଣ ଲୋକ ଏବଂ ଏଲିଫ୍ଯାଣ୍ଟ ସ୍କ୍ବାଡର କିଛି ସଦସ୍ୟ ବି ଠିଆ ହୋଇଛନ୍ତି । ଗର୍ଜନ କରି ସାମ୍ନାକୁ ମାଡି ଆସୁଛି ଦନ୍ତା ହାତୀଟି ।

ଦନ୍ତାର ରାଗ ଦେଖି ପଛକୁ ଦୌଡିବାରେ ଲାଗିଛନ୍ତି ଲୋକେ । କିନ୍ତୁ ଆବଡା ଖାବଡା ରାସ୍ତା ଯୋଗୁଁ ଏହି ବ୍ୟକ୍ତି ଜଣକ ପଛକୁ ଯିବା ପରେ ପଡି ଯାଉଛନ୍ତି । ଆଉ ତ’ପରେ ହାତୀ କଣ କରିଲା ସେହି ଦୃଶ୍ୟ ଆପଣ ଦେଖି ପାରୁଥିବେ । ଢେଙ୍କାନାଳ ସଦର ଅନ୍ତର୍ଗତ ଗହମଖୁଣ୍ଟିଊ ସାମ୍ନାକୁ ଆସିଛି ଏହି ହୃଦୟ ଥରା ଦୃଶ୍ୟ । ଏହି ବଣୁଆ ଦନ୍ତା ହାତୀର ପଛ ଗୋଡରେ ଗଭୀର କ୍ଷତ ହୋଇଛି ।
ଆଉ ତାହାକୁ ସୁସ୍ଥ କରିବାକୁ ଏଲିଫ୍ଯାଣ୍ଟ ସଦସ୍ୟ ବିଶ୍ଵ ରଞ୍ଜନ ପାଣିଗ୍ରାହୀ ଦୂରରୁ ବନ୍ଧୁକ ଦ୍ଵାରା ଆଣ୍ଟି ବାୟୋଟିକ ଇଞ୍ଜେକ୍ସନ ଦେଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ହାତୀ ଆକ୍ରମଣର ଶିକାର ହେବା ପରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ମେଡିକାଲ ଓ ତା’ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରା ଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇଛି । ହାତୀକୁ ଭଲ କରିବାକୁ ଯାଇ ନିଜ ପ୍ରାଣ ହରାଇଛନ୍ତି ବିଶ୍ଵ ରଞ୍ଜନ । ସୂ

ଚନା ଅନୁସାରେ ଏହି ଦନ୍ତା ପୂର୍ବରୁ ମଧ୍ୟ ତିନିଜଣଙ୍କ ପ୍ରାଣ ନେଇଛି । ସେପଟେ ହାତୀର ଚିକିତ୍ସା ପାଇଁ ଦୂରରୁ ବନ୍ଧୁକ ଦ୍ଵାରା ଇଂଜେକସନ ଦେଇ ଚିକିତ୍ସା କରା ଯାଉଛି । ଯଦି ଏଥିରେ କୌଣସି ସୁଫଳ ନ ମିଳିବ ତେବେ ହାତୀକୁ ଟ୍ରାଙ୍କୁଲାଇଜ କରାଯିବ ବୋଲି ଢେଙ୍କାନାଳ ଡିଏଫଓ କହିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଉଛି ।
ଆଉ ଏହି ଭୟଙ୍କର ଦୃଶ୍ୟର ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଘଟଣାକୁ ଯିଏ ଦେଖୁଛି ତା ମନରେ ନିଶ୍ଚୟ ଭୟ ସୃଷ୍ଟି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।