ନିର୍ଭୟା ଗ୍ୟାଙ୍ଗରେପ : ଇନ୍ଦିରା ଜୟସିଂହଙ୍କ ଉପରେ ଭଡକିଲେ କଙ୍ଗନା, କହିଲେ ଏମିତି ମହିଳାଙ୍କ ଠୁ ହିଁ ଜନ୍ମ ହେଇଥାନ୍ତି ରେପିସ୍ଟ

ବର୍ତ୍ତମାନ ହିଁ କିଛି ଦିନ ତଳେ ପ୍ରସିଦ୍ଧ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟାର ଦୋଷୀମାନଙ୍କୁ କ୍ଷମା କରି ଦେବା ପାଇଁ କରିଥିବା ଅପିଲ ଉପରେ ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରନୌତଙ୍କ ବୟାନ ସାମ୍ନାକୁ ଆସିଛି । କଙ୍ଗନା କହିଲେ କି ଏହିଭଳି ଲୋକମାନଙ୍କୁ ଏହି ଦୋଷୀମାନଙ୍କ ସହିତ ଚାରି ଦିନ ଜେଲରେ ରଖିବା ଉଚିତ ।

ଏହିଭଳି ମହିଳାମାନଙ୍କ ଠାରୁ ହିଁ ଏହିଭଳି ନୃଶଂସ ଅପରାଧୀ ଜନ୍ମ ହୋଇଥାନ୍ତି । କଙ୍ଗନା ଶୁକ୍ରବାର ଦିନ ରିଲିଜ ହୋଇଥିବା ନିଜର ଫିଲ୍ମ ‘ପଙ୍ଗା’ର ଏକ ପ୍ରମୋଶନଲ ଇଭେଣ୍ଟରେ ପହଞ୍ଚିଥିଲେ । ଏହି ସମୟରେ ସେ ନିଜର ଏହି ରାୟ ରଖିଥିଲେ ।

କଣ କହିଲେ କଙ୍ଗନା ?

କଙ୍ଗନା କହିଲେ, ‘କେମିତ କେମିତି ମହିଳା ଥାନ୍ତି, ଯେଉଁମାନଙ୍କୁ ଏହିଭଳି ବଳତ୍କାରୀମାନଙ୍କ ଉପରେ ଦୟା ଆସିଥାଏ । ଏହିପରି ମହିଳାମାନଙ୍କର କୋଳରୁ ହିଁ ଏହିଭଳି ଅପରାଧୀ ଜନ୍ମ ନେଇଥାନ୍ତି । ସେ ବି ଏହିଭଳି ମହିଳାଙ୍କ କୋଳରୁ ବାହାରିଛନ୍ତି । ଯେଉଁମାନଙ୍କ ଚିନ୍ତାଧାରା ଏହିଭଳି ହୋଇଥାଏ ।‘ କିଛି ଦିନ ପୂର୍ବେ ହିଁ ଇନ୍ଦିରା ଜୟସିଂହ ନିର୍ଭୟାର ମା’ ଆଶା ଦେବୀଙ୍କୁ ଅପିଲ କରିଥିଲେ କି ତାଙ୍କୁ ଦୋଷୀମାନଙ୍କୁ କ୍ଷମା କରିଦେବା ଉଚିତ । ଜୟସିଂହଙ୍କ ଏହି ବୟାନ ଉପରେ ନିର୍ଭୟାଙ୍କ ମା’ ରାଗି ଯାଇଥିଲେ ।

୧୬ ଡିସେମ୍ବର ୨୦୧୨ର ଘଟଣା

କହିଦେଉଛୁ କି ଦିଲ୍ଲୀର ଛାତ୍ରୀ ନିର୍ଭୟାଙ୍କ ସହିତ ଚଳନ୍ତା ବସ ଭିତରେ ବହୁତ ଭୟଙ୍କର ରୂପରେ ୧୬ ଡିସେମ୍ବର ୨୦୧୨ରେ ରେପ କରାଯାଇଥିଲା । ଏହା ପରେ ଦୋଷୀମାନେ ତାକୁ ରାସ୍ତା ଉପରେ ଛାଡି ଦେଇ ଚାଲି ଯାଇଥିଲେ । ଏହା ପରେ ଗମ୍ଭୀର ଅବସ୍ଥାରେ ନିର୍ଭୟାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାକୁ ସିଙ୍ଗାପୁରକୁ ଚିକିତ୍ସା ପାଇଁ ପଠାଇ ଦିଆଗଲା । କିନ୍ତୁ ସେ ସେଠି ଜୀବନ ହାରିଦେଲେ । ଏହି ମାମଲା ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ବ୍ୟାପକ ଜନ ଆକ୍ରୋଶ ଉତ୍ପନ୍ନ କରିଥିଲା ।

୧ ଫେବ୍ରୁୟାରୀରେ ଦିଆଯିବ ଫାସି

ଚାରି ଦୋଷୀଙ୍କୁ – ମୁକେଶ (୩୧), ପବନ ଗୁପ୍ତା (୨୪), ବିନୟ ଶର୍ମା (୨୫) ଓ ଅକ୍ଷୟ କୁମାର ସିଂହ (୩୩)ଙ୍କୁ ୧ ଫେବ୍ରୁୟାରୀ ଦିନ ଫାସି ଦିଆଯିବ । ତାଙ୍କୁ ଦୋଷୀ କହି ସେପ୍ଟେମ୍ବର ୨୦୧୩ରେ ମୃତ୍ୟୁ ଦଣ୍ଡ ଆଦେଶ ଦିଆଯାଇଥିଲା । କିନ୍ତୁ ମାର୍ଚ୍ଚ ୨୦୧୪ରେ ହାଇକୋର୍ଟ ଓ ମେ ୨୦୧୭ରେ ସୁପ୍ରିମକୋର୍ଟ ଦ୍ଵାରା ଏହାକୁ ଗ୍ରହଣୀୟ ରଖାଗଲା ।

ଏହା ପୂର୍ବରୁ ୨୨ ଜାନୁୟାରୀ ରେ ଫାସି ଦିଆ ଯିବାର ଥିଲା, କିନ୍ତୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସମ୍ମୁଖରେ ଦୋଷୀମାନଙ୍କର ଦୟା ଆବେଦନ ଦାଖଲ କରିବାରେ ଡେରି ହେଲା । ସେଥିପାଇଁ ଏମାନଙ୍କର ଫାସୀର ତାରିଖକୁ ଚେଞ୍ଜ କରାଗଲା । ରାଷ୍ଟ୍ରପତିଙ୍କ ଦ୍ଵାରା ଦୟା ଆବେଦନ ପତ୍ରକୁ ଖାରଜ ବି କରି ଦିଆଯାଇଛି ।