ବିଶ୍ଵର 1 ନଂ ବୋଲର ଭାରତୀୟ କ୍ରିକେଟର Jasprit Bumrahଙ୍କ ଜୀବନର ଦୁଃଖଭରା କାହାଣୀ, କେମିତି ପାଇଛନ୍ତି ସେ ଏତେ ସଫଳତା

ଭାରତୀୟ କ୍ରିକେଟର ଖେଳାଳି ମାନଙ୍କ ଭିତରେ ଜସପ୍ରିତ ବୁମରାହ ଜଣେ ଏମତି ଏକ ଖେଳାଳୀ ଯିଏ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଆଜି ସଫଳତାର ପାହାଚରେ ପହଞ୍ଚି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତାଙ୍କ ଜୀବନର କାହାଣୀ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ୧୯୯୩ ମସିହା ଡିସେମ୍ବର ୬ ତାରିଖରେ ଏହାମଦାବାଦର ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜସପ୍ରିତ ସିଂହ ଯିଏ ଜଣେ ଭଲ ବ୍ୟବସାୟୀ ଅଟନ୍ତି ।

ତାଙ୍କ ମା ଦଲଜିତ କୋର ଯିଏ ଜଣେ ସ୍କୁଲର ପ୍ରିନସିପାଲ ଭାବେ କାମ କରନ୍ତି । ତାଙ୍କ ଭଉଣୀଙ୍କ ନା ଯୁହିକା ଅଟେ । ପିଲାଦିନରୁ ହିଁ ଜସପ୍ରିତ କ୍ରିକେଟ ପ୍ରତି ଆଗହୀ ଥିଲେ । ଅନ୍ୟ ପିଲାଙ୍କ ଅପେକ୍ଷା ସେ ବହୁତ ଅଲଗା ଥିଲେ । କାରଣ ଯେଉଁଠି ପିଲାମାନେ ବ୍ୟାଟିଂ କରିବାକୁ ଭଲ ପାଆନ୍ତି ସେଇଠି ଜସପ୍ରିତ ବୋଲିଂ କରିବାକୁ ଭଲ ପାଆନ୍ତି । ସେ ନିର୍ମାନ ହାଇସ୍କୁଲରେ ପାଠ ପଢା ଆରମ୍ଭ କରିଥିଲେ ଯେଉଁଠାରେ ତାଙ୍କ ମା ପ୍ରିନସିପାଲ ଥିଲେ ।

ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବୀରୁ ତାଙ୍କର ପୁରା ପରିବାର ଭାଙ୍ଗି ପଡିଥିଲେ ମଧ୍ୟ ତାଙ୍କ ମା ନିଜ ମନକୁ ଦୃଢ କରି ଆଗକୁ ବଢିଥିଲେ । ତା ପରେ ଚେନ୍ନାଇରେ ଥିବା ଏମ ଆର ଏଫ ଫାଉଣ୍ଡେସନରେ ଜସପ୍ରିତ ନିଜର ଟ୍ରେନିଂ ଆରମ୍ଭ କରିଥିଲେ । ତାଙ୍କର ଖେଳରେ ଭଲ ପ୍ରଦର୍ଶନ ଦେଖି ଅକ୍ଟୋବର ୨୦୧୩ରେ ଗୁଜୁରାଟରେ ହେଉଥିବା ମ୍ଯାଚରେ ଭାଗ ନେଇ ସେ ତାଙ୍କ ଜୀବନର ପ୍ରଥମ ଖେଳ ଆରମ୍ଭ କରିଥିଲେ ।

ଏହା ପରେ ଆଗକୁ ଯାଇ ଶୟଦ ମୁସ୍ତକ ଅଲ୍ଲୀ ଟ୍ରଫିରେ ତାଙ୍କ ଚମତ୍କାର ଖେଳକୁ ଦେଖି ୨୦୧୩ରେ ଜନ ରାଇଟ ତାଙ୍କୁ ଆପିଏଲ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳାଇବାକୁ ନିଷ୍ପତି ନେଇଥିଲେ । ଏହି ପରି ଭାବେ ୧୯ ବର୍ଷ ବୟସରେ ସେ ଆପିଏଲରେ ଡବ୍ୟୁ କରିଥିଲେ । ୨୦୧୪ରେ ସେ ମୁମ୍ବାଇ ଇଣ୍ଡିଆନରେ ଲଗାତାର ଖେଳି ନିଜର ଭଲ ପ୍ରଦର୍ଶନ ଦେଇଥିଲେ । ତାଙ୍କର ଘରୋଇ ମ୍ଯାଚ ଭଲ ହୋଇଥିବାରୁ ୨୦୧୬ ଜାନୁଆରୀ ୨୭ରେ ଟି-୨୦ ମ୍ଯାଚରେ ଖେଳିବାକୁ ସୁଯୋଗ ପାଇ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ ।

ଏହା ପରେ ସେ ଇଣ୍ଡିଆ ଟିମରେ ନିଜ ଭଲ ପ୍ରଦର୍ଶନ କରି ପ୍ରତେକ ବର୍ଷ ଟି -୨୦ ମ୍ଯାଚରେ ଖେଳିଥିଲେ । ତାଙ୍କର ଭଲ ବୋଲିଂ ପାଇଁ ତାଙ୍କୁ ଓଡ଼ିଆଇରେ ଖେଳିବାକୁ ମୌକା ମିଳିଥିଲା । ଏହି ସୁଯୋଗକୁ ନିଜର କାମରେ ଲଗାଇ ସେ କେବଳ ଭାରତ ବ୍ଯତୀତ ସମଗ୍ର ବିଶ୍ବରେ ବେସ୍ତ ବୋଲର ଭାବେ ନିଜର ନାଁ କରିଥିଲେ । ଏହିପରି ଭାବେ ଜସପ୍ରିତ ନିଜ ଜୀବନରେ ସଂଘର୍ଷ କରିଥିଲେ ଯାହା ପ୍ରଶଂସାଯୋଗ୍ୟ ଅଟେ । ଯାହାର ତୁଳନା କେବେ ବି କାହା ସହ କରାଯାଇ ପାରିବ ନାହି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।