ଗାଡିଚାଳକଙ୍କ ପାଇଁ ଆସିଲା ଖୁସି ଖବର, ଆଉ ପେଟ୍ରୋଲ ଓ ଡିଜେଲ ପାଇଁ ଚିନ୍ତା କରିବାକୁ ପଡିବନି, କେନ୍ଦ୍ର ସରକାର ଯୋଜନା କରୁଛନ୍ତି ନୂଆ ବିକଳ୍ପ, ଜଲ୍ଦି ଦେଖନ୍ତୁ

ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ଚିନ୍ତିତ ଲୋକଙ୍କ ପାଇଁ ଆସିଗଲା ନୂଆ ଖବର । ଗାଡିଚାଳକଙ୍କ ସମସ୍ଯା ସମଶନ କରିବା ପାଇଁ ସରକାର କରୁଛନ୍ତି ନୂଆ ପ୍ଳାନ । ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢି ଚାଲିଥିବା ବେଳେ ଏବେ ଲୋକଙ୍କୁ ଘରୁ ଗାଡି କାଢିବାକୁ ବି ଦର ଲାଗୁଛି । ଏପରିକି ରାଜ୍ୟର କିଛି ସ୍ଥାନରେ ଲିଟର ପିଛା ଦର ୧୧୬ ଟଙ୍କାରେ ପହଞ୍ଚିଲାଣି । ବର୍ଦ୍ଧିତ ତେଲ ଦରକୁ ନେଇ ଗାଡିଚାଳକ ମାନେ ଚିନ୍ତାରେ ଥିବା ବେଳେ ଆସିଛି ଏକେ ଆଶ୍ଵସ୍ତିକର ଖବର ।

ଦେଶରେ ପେଟ୍ରୋଲ ଡିଜେଲ ଉପରେ ନିର୍ଭରତାକୁ କମ୍ କରିବାକୁ ନୂଆ ଯୋଜନା କରୁଛନ୍ତି ସରକାର । ଏଥିପାଇଁ ଖୁବ ଶୀଘ୍ର ବଜାରକୁ ଆସିପାରେ ଫ୍ଲେକ୍ସ ଫୁଏଲ (FLEX FUEL) । ଫ୍ଲେକ୍ସ ଫୁଏଲ ଜରିଆରେ ଆପଣ ଆପଣଙ୍କ କାର୍ କୁ ଇଥାନୋଲ ସହ ମିଶ୍ରିତ ଇନ୍ଧନରେ ଚଲାଇ ପାରିବେ । ଏହା ଗ୍ୟାସୋନିଲ, ମିଥାନୋଲ କିମ୍ବା ଇଥାନୋଲର ମିଶ୍ରଣରୁ ପ୍ରସ୍ତୁତ ଏକ ବିକଳ୍ପ ଇନ୍ଧନ । ଫ୍ଲେକ୍ସ ଇଞ୍ଜିନ ମୂଳ ରୂପରେ ଏକ ମାନକ ପେଟ୍ରୋଲ ଇଞ୍ଜିନ ଅଟେ । ଯେଉଁଥିରେ କିଛି ଅତିରିକ୍ତ ଉପାଦାନ ଅଛି, ଯାହା ଗୋଟିଏରୁ ଅଧିକ ଇନ୍ଧନ କିମ୍ବା ମିଶ୍ରଣରେ ଚାଲିଥାଏ ।

ତେଣୁ ଇଭି ଇଞ୍ଜିନ ତୁଳନାରେ ଫ୍ଲେକ୍ସ ଇଞ୍ଜିନ କମ୍ ମୂଲ୍ଯରେ ଉତ୍ପାଦିତ ହୁଏ । ଆଉ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆଗାମୀ ୬ ମାସ ମଧ୍ୟରେ ଫ୍ଲେକ୍ସ ଇଞ୍ଜିନକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି ସରକାର । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ କହିବା ଅନୁଯାୟୀ ସବୁ ପ୍ରକାରର ଗାଡି ପାଇଁ ଏହି ଇଞ୍ଜିନ ପ୍ରସ୍ତୁତ କରାଯିବ ।

ଏହାସହ ଗାଡି ଗୁଡିକରେ ଏହି ଇଞ୍ଜିନ ଲଗାଇବାକୁ ସମସ୍ତ ଅଟୋ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯିବ । ତେବେ ଯଦି ଫ୍ଲେକ୍ସ ଫୁଏଲ ଇଞ୍ଜିନକୁ ବାଧ୍ୟତାମୂଳକ କରାଯାଉଛିଇ ତେବେ ଏଣିକି ଆପଣ ସଷ୍ଟାରେ ଗାଡି ଚଳାଇ ପାରିବେ । ପେଟ୍ରୋଲ ଓ ଡିଜେଲ ପରି ଇଥାନୋଲରେ ମଧ୍ୟ ଆପଣ ଗାଡି ଚଳାଇ ପାରିବେ । ଆଉ ଇଥାନୋଲର ଦର ଲିଟର ପ୍ରତି ୬୫ ରୁ ୭୦ ଟଙ୍କା ଅଟେ । ଆପଣଙ୍କ ଗାଡିରେ ଲାଗୁଥିବା ଇଞ୍ଜିନ ଠାରୁ ଏହି ଫ୍ଲେକ୍ସ ଫୁଏଲ ଇଞ୍ଜିନ ସଂପୂର୍ଣ୍ଣ ଭିନ୍ନ ।

ପେଟ୍ରୋଲ ଓ ଡିଜେଲ ପାଇଁ ଅଲଗା ଅଲଗା ଟାଙ୍କି ରହିଥିବା ବେଳେ ଫ୍ଲେକ୍ସ ଫୁଏଲ ଇଞ୍ଜିନରେ ଆପଣ ଗୋଟିଏ ଟାଙ୍କିରେ ଅନେକ ପ୍ରକାରର ଫୁଏଲ ପକାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।