Exclusive: ସତ ସାମ୍ନାକୁ ଆସିବା ପରେ ନିଜ ଇମେଜ ସୁଧାରିବାକୁ ଚେଷ୍ଟା କରୁଛନ୍ତି Tunguru Bhola, ସାମ୍ନାକୁ ଆସିଲା ବର୍ଷାଙ୍କ ସହ କଥାବାର୍ତ୍ତା ବେଳର ଆହୁରି କିଛି ଅଡିଓ କ୍ଲିପ

ଏବେ ବର୍ଷା ଏବଂ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନ ଏହି ମାମଲାକୁ ନେଇ କିଛି ନା କିଛି ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ଟୁଙ୍ଗୁରୁ ଓ ବର୍ଷା ଯେ ପ୍ରକୃତରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଏହା ସ୍ପଷ୍ଟ ହୋଇସାରିଛି । ଟୁଙ୍ଗୁରୁ ବର୍ଷାଙ୍କ ଉପରେ ସବୁ ଦୋଷ ଲଦି ଦେଇ ନିଜକୁ ପୀଡିତ ବୋଲି ଦର୍ଶାଇ ସମସ୍ତଙ୍କ ନଜରରେ ହିରୋ ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଏହାକୁ ମିଛ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ବର୍ଷା । ବର୍ଷା ଓ ଟୁଙ୍ଗୁରୁଙ୍କ ମଧ୍ୟରେ ଗତ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଛି ।

ଟୁଙ୍ଗୁରୁଙ୍କୁ ମାତ୍ର ୨୪ ବର୍ଷ ହୋଇଥିବା ବେଳେ ବର୍ଷାଙ୍କୁ ୪୦ ବର୍ଷ ବୟସ ବୋଲି ଶୁଣିବାକୁ ମିଳୁଛି । ଏହା ବ୍ଯତୀତ ବର୍ଷା ବିବାହିତା ଏବଂ ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି । ସେ ଟୁଙ୍ଗୁରୁଙ୍କ ପ୍ରେମରେ ପଡି ସମସ୍ତଙ୍କୁ ଛାଡି ତାଙ୍କ ଘରର ବୋହୂ ହେବାକୁ ସ୍ଵପ୍ନ ଦେଖୁଛନ୍ତି । ଟୁଙ୍ଗୁରୁ କିନ୍ତୁ ଅନ୍ୟ କାହା ସହ କୋର୍ଟ ମ୍ୟାରେଜ କରିଥିବା କଥା ବର୍ଷା ଶୁଣିବାକୁ ପାଇବା ପରେ ଥାନାରେ ଯାଇ ଟୁଙ୍ଗୁରୁଙ୍କୁ ବିବାହ କରିବେ ବୋଲି ଜିଦ୍ ଧରି ବସିଥିଲେ ।

ଥାନାରେ ମାମଲା ସମାଧାନ ହେବା ପରେ ଟୁଙ୍ଗୁରୁ ମିଡିଆ ସାମ୍ନାରେ କହିଥିଲେ କି ବର୍ଷା ତାଙ୍କୁ ଫସେଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବର୍ଷା ପ୍ରମାଣ ସହ ଟୁଙ୍ଗୁରୁଙ୍କୁ ମିଛ ପ୍ରମାଣ କରି ଦେଇଛନ୍ତି । ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ କଥାବାର୍ତ୍ତା ସମୟରେ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସବୁ କଥାବାର୍ତ୍ତା ସେମାନେ ନିକଟରେ ହୋଇଥିବା ଜଣାପଡିଛି ।

ଟୁଙ୍ଗୁରୁଙ୍କୁ ମ୍ୟୁଜିକ ଭିଡିଓ ମାନଙ୍କରେ ଅଭିନୟ କରିବାକୁ ସୁଯୋଗ ମିଳୁଥିବା ବେଳେ ବର୍ଷା ତାଙ୍କୁ ଷ୍ଟାର ବନେଇଛନ୍ତି ବୋଲି କହୁଛନ୍ତି । ଟୁଙ୍ଗୁରୁ ମିଡିଆ ଆଗରେ ଗୋଟିଏ କଥା କହୁଛନ୍ତି କିନ୍ତୁ ବର୍ଷାଙ୍କ ସହ ତାଙ୍କ ସମ୍ପର୍କ ଭିନ୍ନ ରହିଛି । ଅଡିଓରୁ ଜଣାପଡୁଛି କି ଟୁଙ୍ଗୁରୁଙ୍କ ପରିବାର ଲୋକଙ୍କ ସହ ମଧ୍ୟ ବର୍ଷାଙ୍କର ଭଲ ସମ୍ପର୍କ ରହିଛି । ବର୍ଷା ଟୁଙ୍ଗୁରୁଙ୍କ ବାପାଙ୍କ ସହ କଥା ହୋଇଥିବା କହିଛନ୍ତି । ଟୁଙ୍ଗୁରୁଙ୍କ ସତ ବାହାରକୁ ଆସିବା ପରେ ସେ କିଭଳି ରାଗି ଯାଇଥିଲେ ତାହା ନିଶ୍ଚୟ ଆପଣ ଦେଖିଥିବେ ।

ଆଉ ଏବେ ଦୁନିଆ ଆଗରେ ନିଜ ଇମେଜ ସୁଧାରିବାକୁ ଚେଷ୍ଟା କରୁଛନ୍ତି ଟୁଙ୍ଗୁରୁ । କାରଣ ସେ ଯେ ଜଣେ ବଡ ମିଛୁଆ ଓ ଧୋକେବାଜ ଏହା ସାରା ଓଡିଶା ଜାଣି ସାରିଲାଣି । ତେଣୁ ଅଭିନୟ ଅଫର୍ ମିଳିବା ପରେ ହିରୋ ହେବାକୁ ସ୍ଵପ୍ନ ଦେଖୁଥିବା ଟୁଙ୍ଗୁରୁ ନିଜ ଇମେଜ ସୁଧାରିବାରେ ଲାଗି ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।