ସକାଳୁ – ସକାଳୁ ସ୍ଵପ୍ନରେ ଦେଖି ଦେଲେ ଏହି 4 ଟି ଜିନିଷ ତ ଭାବିନିଅନ୍ତୁ ଆରମ୍ଭ ହେଇଗଲା ଆପଣଙ୍କ ଭଲ ସମୟ

ଦୁନିଆରେ ବୋଧେ କେହି ମଣିଷ ଥିବ ଯାହାକୁ ସ୍ଵପ୍ନ ଆସୁନଥିବ । ସବୁ ମଣିଷ ଙ୍କୁ ରାତିରେ ଶୋଇବା ପରେ ସ୍ଵପ୍ନ ଆସିଥାଏ । ସ୍ଵପ୍ନ କେତେ ପ୍ରକାର ହୋଇଥାଏ । କିଛି ଭଲ ଏବଂ କିଛି ବହୁତ ଅଦ୍ଭୁତ ଯାହାର କାରଣ ଆମେ ବୁଝି ପାରି ନଥାଉ । ରାତିରେ ଆସୁଥିବା ସ୍ଵପ୍ନ ର ସଂବନ୍ଧ ଆପଣଙ୍କ ସାଥିରେ ଦିନ ସାରା ହଉଥିବା ଘଟଣା ସହିତ ଜଡିତ ଥାଏ । କିନ୍ତୁ କିଛି ଏମତି ସ୍ଵପ୍ନ ଆପଣଙ୍କ ସଙ୍କେତ ଦେବାର କାମ କରନ୍ତି । ଆପଣ ବି ଶୁଣିଥିବେ ସକାଳୁ ସକାଳୁ ସ୍ଵପ୍ନ ଦେଖିବା ସବୁବେଳ ସତ ହୋଇଥାଏ ।

ସକାଳୁ ଆସୁଥିବା ସ୍ଵପ୍ନ ରେ ଆସୁଥିବା ଜିନିଷ ର ବେସୀ ମହତ୍ଵ ଅଛି । ଏହା କେତେଥର ଆପଣଙ୍କୁ ଆଗକୁ ଘଟିବାକୁ ଥିବା ଜିନିଷ ପ୍ରତି ସଂକେତ ଦେଇଥାଏ । ଏହି କଥା କୁ ଧ୍ୟାନ ରଖି ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି କହିବାକୁ ଯାଉଛୁ ।

ମୟୁର :

ଯଦି ଆପଣ ସକାଳୁ ସ୍ଵପ୍ନ ରେ ମୟୁର ଦେଖୁଛନ୍ତି । ତେବେ ଏହା ଏକ ଶୁଭ ସଂକେତ ଅଟେ । ଯଦି ଆପଣ ମୟୁର କୁ ସାଧାରଣ ଅବସ୍ଥାରେ ଦେଖୁ ଛନ୍ତି ତେବେ ଆପଣଙ୍କୁ ଜଲ୍ଦି କିଛି ଖୁସି ଖବର ମିଳିବ । ଯଦି ଆପଣ ମୟୁର କୁ ନାଚିବା ଅବସ୍ଥାରେ ଦେଖୁଛନ୍ତି ତେବେ ଆପଣଙ୍କ ଜୀବନରେ କେହି ଗୋଟେ ଖାସ ଲୋକ ଆସିବାର ଅଛି ।

ଗାଈ :

ହିନ୍ଦୁ ଧର୍ମରେ ଗାଇ କୁ ମା ରୂପରେ ପୂଜା ଯାଇ ଥାଏ । ଏଥିରେ ବହୁତ ଦେବା ଦେବୀଙ୍କ ବାସ ହୋଇଥାଏ । ଏହାଙ୍କୁ ଶୁଭ ବୋଲି ମନା ଯାଏ । ଯଦି ଆପଣ ସକାଳୁ ଗାଈ ର ସ୍ଵପ୍ନ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଭାଗ୍ୟ ବଦଳିବାର ଅଛି ।

ହସୁଥିବା ଛୁଆ :

 

କୁହନ୍ତି କି ପିଲାମାନେ ଭଗବାନ ଙ୍କ ର ରୂପ ଅଟନ୍ତି । ଯଦି ଆପଣ ସକାଳୁ ସ୍ଵପ୍ନରେ ଯଦି କୌଣସି ପିଲା ହସୁଥିବ ର ଚେହେରା ଦେଖିଥିବେ ତେବେ ତାହା ଶୁଭ ବୋଲି ମନାଯିବ ।

ଭଗବାନ :

ଯଦି ଆପଣଙ୍କୁ ସକାଳେ ସ୍ଵପ୍ନରେ ଭଗବାନ ଦେଖାଯାନ୍ତି ତାହଠୁ ବଡ ଶୁଭ ସଙ୍କେତ ଆଉ କିଛି ନାହିଁ । ଭଗବାନ ସ୍ଵପ୍ନ ରେ ଆସି ଆପଣଙ୍କୁ ଆଶୀର୍ବାଦ ଦିଅନ୍ତି । ଆପଣ ନିଜର ସବୁ ସ୍ଵପ୍ନ ସଫଳ ହେବାର ଟାଇମ ପଳେଇ ଆସିଛି ।