ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଗାଁ ଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ବୁଲିବାକୁ ଯାଇ ପିଲା ମାନଙ୍କର ପାଠ ପଢା ଅନୁଧ୍ୟାନ କରିଥିଲେ ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା । କାରଣ ପିଲା ମାନଙ୍କୁ ପଣିକିଆ ଆସୁ ନ ଥିବାରୁ ମନ୍ତ୍ରୀ ସମୀର ଦାସ ଶିକ୍ଷକ ମାନଙ୍କର ଦରମା ବନ୍ଦ କରି ଦେଇଥିଲେ । ଅନ୍ୟ ପାଖରେ ସାମ୍ବାଦିକ ମାନେ ମଧ୍ୟ ସ୍କୁଲ ଅନୁଧ୍ୟାନ କରିବାକୁ ଯାଇ ଶିକ୍ଷକ ମାନଙ୍କର ଶିକ୍ଷାଗତା ଯୋଗ୍ୟତା ବିଷୟରେ ସୋସିଆଲ ମିଡିଆ ଜରିଆରେ ଜଣାଇଲେ କି ଶିକ୍ଷକ ମାନେ କେତେ ଲେଟ ରେ ସ୍କୁଲକୁ ଆସୁଛନ୍ତି ।
ଏମିତିକି ଶିକ୍ଷକ ମାନଙ୍କୁ ଗଣିତ ର ମାନେ କଣ ଜଣା ନାହି । ଯାହାକୁ ନେଇ ଗଣ ମାଧ୍ୟମରେ ଖୁବ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନ ସମୟରେ ଗଣ ଶିକ୍ଷା ପୋଷ୍ଟ ବିଭାଗ ପକ୍ଷରୁ ପ୍ରତେକ୍ଷ ରେ ହେଉ ବା ପରୋକ୍ଷ ରେ ହେଉ ଏ ନେଇ କିଛି ସୂଚନା ଦିଆ ଯାଇଛି । ସୂଚନା ଅନୁଯାୟୀ ଶିକ୍ଷା ମନ୍ତ୍ରୀ ସ୍କୁଲ ପରସରକୁ ଯାଇ ପିଲା ମାନଙ୍କର ପାଠ ପଢା ବିଷ୍ଠା ଠିକ ଚାଲିଛି କି ନାହି ବା କୌଣସି ତ୍ରୁଟି ରହିଛି କି ନାହି ତାହା ବିଷୟରେ ଅନୁଧ୍ୟାନ କରି ପାରିବେ । କିନ୍ତୁ ସାମ୍ବାଦିକମାନେ ସ୍କୁଲ ପରିସରକୁ ଯାଇ ଶିକ୍ଷକ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅନୁଧ୍ୟାନ କରି ପାରିବେ ନାହି ।
ଏମିତିକି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଲେଟ ଆସିଲେ ବା ବାଟରେ ଘରେ ମନ୍ତ୍ରୀ ସେମାନଙ୍କୁ ଦେଖିଲେ ପଚାରି ପାରିବେ କଣ ପାଇଁ ଏତେ ଡେରି ହେଲା ସ୍କୁଲ ଆସିବାରେ ? କିନ୍ତୁ ସାମ୍ବାଦିକ ମାନେ କ୍ୟାମେରା ଆଗରେ କରିଲେ ଭୁଲ ହେବ । ସ୍କୁଲରେ କଣ ସବୁ ଅବ୍ୟବସ୍ଥା ରହିଛି ତାହା ବିଷୟରେ ଜାଣିବା ପାଇଁ ସାମ୍ବାଦିକ ମାନେ କ୍ୟାମେରା ନେଇ ସ୍କୁଲ ଯାଇ ପାରିବେ ନାହି । 5-T ରେ ଆଉ ଗୋଟିଏ T ଟୁର ପାଇଁ ଯୋଡି ଦିଆଗଲା ସେହି ଟୁର କେବଳ ମନ୍ତ୍ରୀ ଓ ବାବୁମାନେ କରିପାରିବେ ।
ତଥ୍ୟ ସଂଗ୍ରହ ପାଇଁ ସାମ୍ବାଦିକ T ରେ କରିଲେ ଅଡୁଆ ହେବ କିନ୍ତୁ A ରେ ଆକ୍ସନ ବ କାର୍ଯ୍ୟ ଅନୁଷ୍ଠାନ ନିଆଯିବ । ଏଭଳି ପୋଷ୍ଟ କରାଯାଇ ମନ୍ତ୍ରୀ ସମୀର ଦାସଙ୍କ ଭଳି ଆଉ ତତ୍ପର ମନ୍ତ୍ରୀ କେହି ନାହାନ୍ତି ବୋଲି କୁହା ଯାଉଛି । ଯଦି ମନ୍ତ୍ରୀ ସମୀର ଦାସ ସ୍କୁଲ ଅନୁଧ୍ୟାନ କରିବାକୁ ଯିବେ ତେବେ କ୍ୟାମେରା ମଧ୍ୟ ନେବେ । କାରଣ ଲୋକ ମାନେ ଜାଣିବେ କେମିତି ମନ୍ତ୍ରୀ ସମୀର ଦାସ ପିଲାଙ୍କୁ ପଣିକିଆ ପଚାରୁଛନ୍ତି କି ନାହି ।
ଯେଉଁଠି 5-T ଜରିଆରେ ସ୍କୁଲର ବ୍ୟବସ୍ଥାକୁ ସୁଧାରିବା ପାଇଁ କୁହାଯାଉଛି ଠିକ ସେତେବଳେ ଶିକ୍ଷା ମନ୍ତ୍ରୀ କଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ? ନିଜେ ଯେଉଁ କଥା ଜାଣିବାକୁ ଚାହୁଁଛନ୍ତି ତାହା କରୁଛନ୍ତି କିନ୍ତୁ ସାମ୍ବାଦିକ ମାନେ ସମାନ କଥା କରିଲେ କେମିତି ଭୁଲ ହୁଛି ? ତେବେ ସ୍କୁଲର ଗଣ ଶିକ୍ଷା ବିଭାଗର ଆଭିମୁଖ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।