ଇଏ ହେଉଛି ନବୀନ ପ୍ରେମ, ରାସ୍ତାମଝିରେ ଷ୍ଟଣ୍ଟ ମାରୁଥିଲେ ଆଉ ପଚାରିବାରୁ କଣ କହିଲେ ଥରେ ଦେଖନ୍ତୁ video

ମାତ୍ର ୫ ହଜାର ଦରମା ପାଉଥିବା କର୍ମଚାରୀ ହେଲମେଟ ନ ପିନ୍ଧିଲେ ଗଣିବାକୁ ପଡୁଛି ୧ ହଜାରର ଫାଇନ୍ । କିନ୍ତୁ ଏମାନେ ରାସ୍ତାମଝିରେ ଗାଡି ଧରି ଉତ୍ପାତ ମଚାଇଲେ ବି ମାଫ୍ କରି ଦିଆଯାଉଛି । ଖଟିଖିଆ ଲୋକ କାମ କରି ଘରକୁ ଫେରିବା ବାଟରେ ହଜାରେ ଚେକିଙ୍ଗ ହେଉଛି । ହେଲେ ଏଠି ବିନା ହେଲମେଟରେ ନାଚି ଖେଳି ବାଇକ ଚଳାଇଲେ ବି ମାଫ୍ ! ଗାଡିରେ ବୋଧେ ଶଙ୍ଖ ଚିହ୍ନ ଲଗାଇ ଦେଲେ ସବୁ ମାଫ୍ କରି ଦିଆଯାଉଛି ।

ସେପଟୁ କାର୍ ଆସୁଛି ଆଉ ଏପଟେ ବିଜୁ ଜନତା ଦଳର କର୍ମୀ ମଝିରେ ବାଇକ ଧରି ଷ୍ଟଣ୍ଟ ମାରୁଛନ୍ତି । ଜନ ସାଧାରଣ ଯାତାୟାତ କରୁଥିବା ରାସ୍ତାରେ କଣ ଏମିତି ଷ୍ଟଣ୍ଟ କରାଯାଏ ? ହେଲମେଟ ନ ପିନ୍ଧିଲେ ଫାଇନ କାଟିବା ଏବଂ ଲୋକଙ୍କୁ ସଚେତନ କରିବା ତ ଠିକ, କିନ୍ତୁ ବିଜେଡି କର୍ମୀଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ କରାଯାଉଛି ? ନିୟମକୁ ବେଖାତିର କରି ମଝି ରାସ୍ତାରେ ଏଭଳି ଉତ୍ପାତ ମଚାଉଥିବା ବ୍ୟକ୍ତିଙ୍କର କାହିଁକି କଟା ଯାଉନାହିଁ ଚାଲାଣ ?

ଏହା ହେଉଛି ଧାମନଗର ଉପନିର୍ବାଚନର ପ୍ରଚାର ସମୟର ଦୃଶ୍ୟ । ବିଜେଡି ରଙ୍ଗରେ ରଙ୍ଗେଇ ହୋଇ ଏହି ବ୍ୟକ୍ତିଜଣକ ବାଇକ ଧରି ରାସ୍ତାରେ ଷ୍ଟଣ୍ଟ ମାରୁଛନ୍ତି । ଏହି ବ୍ୟକ୍ତିଜଣକ ପୁଣି ଜଣେ ସମିତି ସଭ୍ୟ । ତାଙ୍କୁ ଏଭଳି ଷ୍ଟଣ୍ଟର କାରଣ ପଚାରିବାରୁ ସେ ବେଶ ଭଦ୍ର ଢଙ୍ଗରେ ଏହାର ଉତ୍ତର ଦେଇଛନ୍ତି । ସେ କହିଛନ୍ତି, “ଏହା ହେଉଛି ନବୀନ ପ୍ରେମ । ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ଯାହା କରିଛନ୍ତି ତାହା ତ ଆମେ କରିପାରିବୁ ନାହିଁ ।

କିନ୍ତୁ ସେ ଯେଉଁ ମହାନତା ଦେଖାଇଛନ୍ତି ଓ ଓଡିଶାବାସୀଙ୍କ ସେବାରେ ୨୫ ବର୍ଷ ଲୀନ କରି ଦେଇଛନ୍ତି, ତେଣୁ ତାଙ୍କ ପାଇଁ ଏହା ମୋର ଉତ୍ସର୍ଗ । ମହାପୁରୁଷ କହି ଯାଇଛନ୍ତି କି, ଜୀବନରେ ସଂଗ୍ରାମ ନଥିଲେ ଜୀବନର ମାନେ କିଛି ନଥାଏ । ତେଣୁ ଆମେ ସବୁ ଜୀବନରେ ସଂଗ୍ରାମ କରୁଛୁ । ମୁଁ ଜଣେ ସମିତି ସଭ୍ୟ ତଥା ଚନ୍ଦନ ଗ୍ରାମ ପଞ୍ଚାୟତର ସମିତି ସଭ୍ଯ । ମାନ୍ୟବର ରାଜନଗର ବିଧାୟକ ଧ୍ରୁବ ଭାଇ ମୋତେ ଏଥର ଟିକେଟ ଦେଇଥିଲେ ।

ମୁଁ ବିପୁଳ ଭୋଟରେ ଜିତିଥିଲି । ଦଳ ଯେତେବେଳେ ମୋତେ କିଛି କରିଛି ତେଣୁ ଦଳ ପାଇଁ କିଛି କରିବା ମୋର କର୍ତ୍ତବ୍ୟ । ତେଣୁ ଏହାକୁ ମୋର ଗୋଟିଏ କର୍ତ୍ତବ୍ୟ ବୋଲି ଭାବିଛି ।” ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।