ଏବେ କ୍ରିକେଟରେ ହେବ ନାହିଁ ଟସ, ମିଳିବ ଗୋଟିଏ ବଲରେ ୨ଟି ୱିକେଟ, ନିଜେ ICC କହୁଛି – ଶର୍ଟ୍ସ ପିନ୍ଧିବେ ଖେଳାଳି ! ଜାଣନ୍ତୁ ପୁରା ଘଟଣା

ଇନ୍ଟରନ୍ୟାଶନାଲ କ୍ରିକେଟ କାଉନ୍ସିଲ (ICC) ୧ ଏପ୍ରିଲ ସୋମବାର ଦିନ ଗୋଟିଏ ପରେ ଗୋଟିଏ ଅନେକ ଟ୍ଵିଟ କରିଛନ୍ତି । ଆଇସିସି #CricketNotAsYouKnowIt#ରେ ଏହି ସବୁ ଟ୍ଵିଟ କରା ଯାଇଛି । ଆଇସିସି କିଛି କ୍ରାନ୍ତିକାରୀ ଚେଞ୍ଜେସ ସହିତ ଯୁବ ପିଢୀଙ୍କ ପାଇଁ ଖେଳକୁ ଅଧିକ ଆକର୍ଷକ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । କଣ ଏହା ନୁହେଁ ତ ଆଇସିସି ଲୋକମାନଙ୍କୁ ଏପ୍ରିଲ ଫୁଲ କରିଛନ୍ତି କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଆଧିକାରିକ ପୁଷ୍ଟି ହୋଇ ନାହିଁ ।

କିନ୍ତୁ କ୍ରିକେଟ ର ନୂଆ ନିୟମକୁ ନେଇ ସୋଶଲ ମିଡିଆରେ ଝଗଡା ଆରମ୍ଭ ହୋଇଯାଇଛି ।

ଆଇସିସି ର ପ୍ରଥମ ଟ୍ଵିଟ ଅନୁସାରେ, ଯୁବପିଢି ମାନଙ୍କ ପାଖରେ ଖେଳକୁ ଅଧିକରୁ ଅଧିକ ପହଞ୍ଚାଇବା ପାଇଁ ଜର୍ସୀ ଉପରେ ଇଂଷ୍ଟାଗ୍ରାମ ହ୍ୟାଣ୍ଡଲ ଓ ପ୍ଲେୟାରଙ୍କ ନମ୍ବର ଲେଖାଯିବ । ଏହାର ଆରମ୍ଭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ରୁ ହେବ । ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ, ICC ଘୋଷଣା କରିଛନ୍ତି କି ଏହି ଖେଳରେ ବହୁତ ନିୟମରେ ଚେଞ୍ଜେସ କରାଯିବ । ଯାହାକି ଜୁଲାଇ ୨୦୧୯ ରୁ ଜୁନ ୨୦୨୧ ମଧ୍ୟରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ମ୍ୟାଚ ଆରମ୍ଭ ହେବା ସହିତ ଏହି ନିୟମ ଗୁଡିକ ଲାଗୁ ହୋଇଯିବ ।

ଆଇସିସି ର ଟ୍ଵିଟ ଅନୁସାରେ, ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ମ୍ୟାଚରେ ପାରମ୍ପରିକ ରୂପରେ ଚାଲିଆସୁଥିବା କଏନର ଟସକୁ ଟ୍ଵିଟର ପୋଲ ସହିତ ରିପ୍ଲେସ କାରଯିବ । ଏମିତିରେ ଫ୍ୟାନ ଡିସାଇଡ କରିବେ କି କେଉଁ ଟିମକୁ ବ୍ୟାଟିଙ୍ଗ ଏବଂ ବୋଲିଂ କରିବା ଉଚିତ ।

ଆଇସିସି ଖେଳର କଣ୍ଡିସନ ରେ ବି ଚେଞ୍ଜେସ କରି ଟ୍ଵିଟ କରିଛନ୍ତି । ଟେଷ୍ଟ ମ୍ୟାଚରେ ଟେମ୍ପରେଚର ଯଦି ୩୫ ଡିଗ୍ରୀ ସେଲ୍ସିୟସ ପାର କରିଥାଏ ତେବେ ସମସ୍ତ ଖେଳାଳି ଶର୍ଟ୍ସ ପିନ୍ଧି ଖେଳି ପାରିବେ ।

ଫ୍ୟାନମାନଙ୍କୁ ଖେଳ ସହିତ ସଂଯୋଗ କରିବା ପାଇଁ ବ୍ରଡକାଷ୍ଟର ବର୍ତ୍ତମାନ ଚାହିଁବେ ତ କମେଂଟେଟର ଙ୍କୁ ପଡିଆରେ ସ୍ଲିପ ପଛରେ ଛିଡା କରିପାରନ୍ତି ।

କ୍ୟାଚ ନେବା ପରେ ମଧ୍ୟ ଫିଲ୍ଦିଙ୍ଗ ଟିମ ପାଖରେ ଏହି ଅଧିକାର ରହିବ କି ସେ ଅନ୍ୟ ଟିମର ବ୍ୟାଟସମ୍ୟାନ ଙ୍କୁ ରନ – ଆଉଟ କରିପାରିବେ ।

ନୋ – ବଲ କୁ ବର୍ତ୍ତମାନ ଠାରୁ ଫଲ୍ଟ୍ସ ଏବଂ ଡଟ ବଲକୁ ‘ଐସେସ’ ନାମରେ ଜଣାଯିବ ।

ଡେ – ନାଇଟ ଟେସ୍ଟ ଇବନିଂଗ ସେଶନରେ ଯେତେ ବି ରନ ହେବ ତାହାର ଦୁଇ ଗୁଣା ଗଣାଯିବ । ଯେମିତି ୪ ରନ ହୋଇଯିବ ୮ ରନ, ୬ ହେଲେ ୧୨ ରନ ମିଳିବ ।

ଏହା ମଧ୍ୟରେ, ଇଂଲଣ୍ଡ ର ପୂର୍ବ କ୍ରିକେଟର ମାଇକଲ ୱାନ ଜର୍ସୀର ପିଠିରେ ଇଂଷ୍ଟାଗ୍ରାମ ହ୍ୟାଣ୍ଡଲ ରଖିବାର ବିଚାରକୁ ସମର୍ଥନ କରିଛନ୍ତି । କିନ୍ତୁ ସେ ଏହା ବି କହିଛନ୍ତି କି ଏପ୍ରିଲ ଫୁଲ ଦିବସରେ ସମର୍ଥକଙ୍କ ମଜାକ ଉଡାଇବା ପାଇଁ ଆଇସିସି ଦ୍ଵାରା ଏହା ଏକ ଚାଲ ବି ହୋଇପାରେ ।

ଶେଷରେ ଟ୍ଵିଟ କରି ଆଇସିସି ପଚାରିଛନ୍ତି କି ଆପଣ ଏହି ଇନିଶିଏଟିଭ ରେ କାହା ପାଇଁ ପ୍ରସ୍ତୁତ ଅଛନ୍ତି ? ଏହି ସବୁ ଟ୍ଵିଟ ପରେ ପୂର୍ବ ଭାରତୀୟ କ୍ରିକେଟର ଆକାଶ ଚୋପଡା ଲେଖିଛନ୍ତି – ବର୍ତ୍ତମାନ ୱ୍ହାଟ୍ସଆପ ଏବଂ ଟ୍ୱିଟର ହ୍ୟାଣ୍ଡଲ ଯୋଡାଯିବ ?

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।