IAS ହୋଇଥିବା କେରଳର ପ୍ରଥମ ଆଦିବାସୀ ଝିଅ ହେଲେ ଶ୍ରୀଧନ୍ୟା, ପରିଶ୍ରମ ଦ୍ଵାରା ସବୁ କଠିନ ପରିସ୍ଥିତିକୁ ହରାଇଲେ, ଜାଣନ୍ତୁ

କେରଳରେ ବାୟନାଡ ନାମକ ଏକ ସ୍ଥାନ ଅଛି । ଯେଉଁ ସ୍ଥାନରୁ ଶ୍ରୀଧନ୍ୟା ସୁରେଶ ନାମକ ଏକ ଆଦିବାସୀ ଝିଅ IAS ହୋଇ ଯାଇଛନ୍ତି । ଏହି ଝିଅ ବାୟନାଡରେ ଇତିହାସ ରଚିଛନ୍ତି, କାରଣ IAS ହୋଇଥିବା କେରଳର ସେ ପ୍ରଥମ ଆଦିବାସୀ ଝିଅ ଅଟନ୍ତି । ଶ୍ରୀଧନ୍ୟା ୨୨ ବର୍ଷ ବୟସରୁ ହିଁ ଏଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଦୁଇଟି ପ୍ରୟାସ ପରେ ଶେଷରେ ତୃତୀୟ ଥର ସେ ୪୧୦ ତମ ସ୍ଥାନ ହାସଲ କରିଛନ୍ତି ଓ ସେ ୨୦୧୯ରେ ଇତିହାସ ରଚିଛନ୍ତି ।

ଦରିଦ୍ରତାରେ କଟିଛି ଜୀବନ

IAS ହେବା ଶ୍ରୀଧନ୍ୟାଙ୍କ ପାଇଁ ଏତେ ବି ସହଜ ନ ଥିଲା । ମନରେଗାରେ ଶ୍ରୀଧନ୍ୟାଙ୍କ ପିତା ଦିନ ମଜୁରିଆ କାମ କରୁଥିଲେ । ଏହା ପରେ ଯେଉଁ ସମୟ ବଞ୍ଚୁଥିଲା ସେହି ସମୟରେ ସେ ଧନୁ ଓ ତୀର ତିଆରି କରି ବିକ୍ରି କରୁଥିଲେ । ସରକାରଙ୍କ ତରଫରୁ ଅଳ୍ପ ଜମି ମଧ୍ୟ ମିଳିଥିଲା, କିନ୍ତୁ ଜମିରେ ଘର କରିବା ପାଇଁ ଟଙ୍କା ନ ଥିଲା । ଏମିତିରେ ଘର ବି ଅଧା ହୋଇ ରହିଗଲା ।

ଶ୍ରୀଧନ୍ୟା ଏଠି ନିଜର ମାତା – ପିତା ଓ ଦୁଇ ଭାଇ ଭଉଣୀଙ୍କ ସହ ରହୁଥିଲେ । ଶ୍ରୀଧନ୍ୟା ପୋଜୂଥାନା ଗ୍ରାମର କୁରିଚିୟା ଜନଜାତିର ଅଟନ୍ତି । ମାତା ପିତାଙ୍କ ପାଖରେ ଟଙ୍କା କମ ଥିଲା, କିନ୍ତୁ ତଥାପି ସେମାନେ ଶ୍ରୀଧନ୍ୟାଙ୍କୁ କୋଝୀକୋଡର ସେଂଟ ଜୋସେଫ କଲେଜରେ ପଢାଇ ଥିଲେ । ଯେଉଁଠି ଶ୍ରୀଧନ୍ୟା ଗ୍ରାଜୁଏଟ କରିଥିଲେ ।

ଏହା ସହିତ ସେ ଏହି ସ୍ଥାନରୁ Master’s Degree ବି ହାସଲ କରିଲେ । ଏହା ପରେ ସେ ଅନୁସୂଚିତ ଜନଜାତି ବିକାଶ ବିଭାଗରେ କ୍ଲର୍କ ରୂପରେ କାମ କରିଲେ । ଏହା ସହିତ ବାୟନାଡର ଏକ ଆଦିବାସୀ ହସ୍ଟେଲରେ ସେ ୱାର୍ଡନ ର ଦାୟିତ୍ଵ ବି ସମ୍ଭାଳିଛନ୍ତି । ଯେଉଁଠି ତାଙ୍କର ସାକ୍ଷାତ ଶ୍ରୀରାମ ସମାଶିବ ରାୟ ସହ ହୋଇଗଲା, ଯିଏକି ସେହି ସମୟରେ ବାୟନାଡର କଲେକ୍ଟର ଥିଲେ ଓ ସେ ଶ୍ରୀଧନ୍ୟାଙ୍କୁ UPSCର ପରୀକ୍ଷା ଦେବା ପାଇଁ ପ୍ରେରିତ କରିଲେ ।

ତୃତୀୟ ପ୍ରୟାସରେ ମିଳିଲା ସଫଳତା

ଶ୍ରୀଧନ୍ୟାଙ୍କୁ ଯେତେବେଳେ ତୃତୀୟ ପ୍ରୟାସରେ ଇଣ୍ଟରଭିୟୁରେ ଚୟନ କରାଗଲା ତ ଦିଲ୍ଲୀ ଯିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା । ଏମିତିରେ ତାଙ୍କର ବନ୍ଧୁମାନେ ମିଶି ତାଙ୍କ ପାଇଁ ୪୦ ହଜାର ଟଙ୍କା ଜମା କରିଲେ, ଯେଉଁ କାରଣରୁ ସେ ଦିଲ୍ଲୀ ଯାଇ ପାରିଲେ । ଗୋଟିଏ ଇଣ୍ଟରଭିୟୁରେ ଶ୍ରୀଧନ୍ୟା କହିଲେ କି କେରଳ ର ସବୁଠୁ ପଛୁଆ ଜିଲ୍ଲାର ସେ ଅଟନ୍ତି, ଯେଉଁଠି ଆଦିବାସୀ ଜନଜାତିଙ୍କ ସଂଖ୍ୟା ବହୁତ ଅଟେ ।

ଏତେ ଆଦିବାସୀ ଥିବା ସତ୍ତ୍ଵେ ବି ଆଜି ପର୍ଯ୍ୟନ୍ତ କୌଣସି ବି ଆଦିବାସୀ IAS ଅଧିକାରୀ ହୋଇ ନାହାନ୍ତି । ସେ ଆଗକୁ କହିଲେ କି ତାଙ୍କର ଚୟନ ହେବା ପରେ ବାକି ଲୋକମାନଙ୍କୁ ବି ପରିଶ୍ରମ କରିବା ଓ ଆଗକୁ ବଡିବା ପାଇଁ ପ୍ରୋତ୍ସାହନ ମିଳିବ ।

ରାହୁଲ ଗାନ୍ଧୀ ଦେଲେ ଶୁଭେଚ୍ଛା

ଯେତେବେଳେ ଶ୍ରୀଧନ୍ୟାର UPSCରେ ଚୟନ ହେଲା ତ ତାଙ୍କ ଘରେ ମିଡିଆର ଲାଇନ ଲାଗିଗଲା । ଏହା ପରେ କଂଗ୍ରେସର ମହା ସଚିବ ପ୍ରିୟଙ୍କା ଗାନ୍ଧୀ ବି ତାଙ୍କ ସହ ସାକ୍ଷାତ କରିବା ପାଇଁ ତାଙ୍କ ଘରେ ପହଞ୍ଚିଗଲେ । ଅନ୍ୟ ପଟେ ବାୟନାଡର ସାଂସଦ ରାହୁଲ ଗାନ୍ଧୀ ବି ଟ୍ୱୀଟ କରି ଶ୍ରୀଧନ୍ୟାକୁ ଶୁଭେଚ୍ଛା ଦେଲେ ।