ଦୁଇ ଅଙ୍କ କାରଣରୁ ପୋଲିସ ହୋଇ ପାରି ନ ଥିଲେ ଏହି ଭାରତୀୟ, ଏବେ ଟିମ ଇଣ୍ଡିଆରେ ରହି କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଆମେ ଯେତେବେଳେ ଜୀବନରେ ନିଜ ପାଇଁ କିଛି ସ୍ଵପ୍ନ ଦେଖିଥାଉ ତେବେ ସେଥିରେ ସଫଳତା ମିଳିବ କିମ୍ବା ଅସଫଳତା ମିଳିବ ଏହା ଆମ ହାତରେ ନ ଥାଏ । କିନ୍ତୁ ଯେତେବେଳେ ସେହି ସ୍ଵପ୍ନ ସାକାର ହୋଇଯାଏ ଓ ସେଥିରେ ସଫଳତା ମିଳିଯାଏ ତେବେ ଆମେ ବହୁତ ଖୁସି ହୋଇଥାଉ । କିନ୍ତୁ ଯେତେବେଳେ ଅସଫଳତା ମିଳିଥାଏ ତେବେ ଆମେ ବହୁତ ନିରାଶ ହୋଇଥାଉ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭାରତୀୟ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଗୋଟିଏ କ୍ଷେତ୍ରରେ ଅସଫଳତା ମିଳିଥିଲା । କିନ୍ତୁ ସେ ସେଥିରେ ନିରାଶ ନ ହୋଇ ଅନ୍ୟ ଏକ କ୍ଷେତ୍ରରେ ଏମିତି କିଛି ସଫଳତା ହାସଲ କରିଲେ କି ଆଜି ପୁରା ଦୁନିଆ ତାଙ୍କୁ ଜାଣିଛି ।

ଆମେ କଥା ହେଉଛୁ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଉମେଶ ଯାଦବଙ୍କ ବିଷୟରେ । ଯିଏ ନିଜର ଭଲ ବୋଲିଙ୍ଗ କାରଣରୁ ଭାରତୀୟ ଟେସ୍ଟ ଟିମ ସହ ବହୁତ ସମୟ ହେବ ଯୋଡି ହୋଇ ଅଛନ୍ତି ଓ ଟି – ୨୦ କ୍ରିକେଟ ଓ ୱାଣ୍ଡେ କ୍ରିକେଟରେ ବି ସେ ଭାରତୀୟ ଟିମର ଅଂଶ ରହିସାରିଛନ୍ତି । ଯଦି ଉମେଶ ଯାଦବଙ୍କ ଜୀବନର ଆରମ୍ଭ ସମୟକୁ ଦେଖିବା ତ ସେ ପୋଲିସ କଂସ୍ଟେବଲ ହେବାକୁ ଚାହୁଁଥିଲେ । କିନ୍ତୁ ପରୀକ୍ଷାରେ ସେ ମାତ୍ର ୨ ଅଙ୍କ ପାଇଁ ଫେଲ ହୋଇ ଯାଇଥିଲେ ।

ପୋଲିସ ପରୀକ୍ଷାରେ ଫେଲ ହେବା ପରେ ଉମେଶ ଯାଦବ କ୍ରିକେଟ ଆଡକୁ ଅଗ୍ରସର ହେଲା ଓ ସେ କିଛି ସ୍ଥାନୀୟ କ୍ରିକେଟ ଟୂର୍ନାମେଂଟ ଖେଳିବା ଆରମ୍ଭ କରିଲେ । ଏହା ପରେ ସେ ରଣଜୀ ଟ୍ରଫୀ ଓ ଦିଲୀପ ଟ୍ରଫୀରେ ଏଣ୍ଟ୍ରି କରିଲେ ଓ ସେଠି ଭଲ ପ୍ରଦର୍ଶନ କରିଲେ । ଯେଉଁ କାରଣରୁ ତାଙ୍କର ଏଣ୍ଟ୍ରି ଟିମ ଇଣ୍ଡିଆରେ ହୋଇଗଲା ।

ଯଦି ଉମେଶ ଯାଦବଙ୍କ ଆୟ ବିଷୟରେ କଥା ହେବା ତ ସେ ଗୋଟିଏ ଟେସ୍ଟ ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା, ଗୋଟିଏ ୱାଣ୍ଡେ ପାଇଁ ୬ ଲକ୍ଷ ଟଙ୍କା ଓ ଗୋଟିଏ ଟି – ୨୦ ମ୍ୟାଚ ପାଇଁ ୩ ଲକ୍ଷ ଫିସ ନିଅନ୍ତି । ଅନ୍ୟ ପଟେ ଆଇପିଏଲରେ ତାଙ୍କର ବର୍ଷକୁ ଆୟ ହାରାହାରି ୪.୨ କୋଟି ଟଙ୍କା ଅଟେ ।