“ମୋ ମାମାଙ୍କୁ ଭୁଲ ଇଞ୍ଜେକ୍ସନ ଦେଇଦେଲେ ଆଉ ପଚାରିଲାରୁ କହୁଛନ୍ତି…” ହସ୍ପିଟାଲରେ ଏହି ଯୁବକଙ୍କ ମା’ଙ୍କ ସହ କଣ ଘଟିଲା ଶୁଣନ୍ତୁ ସେ କଣ କହୁଛନ୍ତି

ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ ବୋଲି କୁହାଯାଏ । ରୋଗବ୍ୟାଧି ହେଲେ ଇଶ୍ଵରଙ୍କୁ ପ୍ରାର୍ଥନା କରିବା ସହ ସମସ୍ତେ ଡାକ୍ତରଙ୍କ ଉପରେ ଭରସା କରିଥାନ୍ତି । କିନ୍ତୁ ଅନେକ ସମୟରେ ଆମ ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଭୁଲ ଯୋଗୁଁ ଅଘଟଣ ଘଟି ଯାଇଥାଏ । ଏହିପରି ଏକ ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଆସିଛି । ଆକାଶ ରାଉତ ନାମକ ଜଣେ ଯୁବକ ଏକ ହସ୍ପିଟାଲ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆକାଶଙ୍କ କହିବା ଅନୁଯାୟୀ ତାଙ୍କ ମା’ଙ୍କର ଦେହ ହେବାରୁ ସେମାନେ ତାଙ୍କୁ ହସ୍ପିଟାଲକୁ ଆଣିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ନିମୋନିଆ ହୋଇଥିବା କହିଥିଲେ । ଆକାଶଙ୍କ ମା’ଙ୍କର ଫୁସଫୁସରେ ପାଣି ଜମିଥିବା ହେତୁ ତାଙ୍କୁ ୬ ମାସ ମେଡ଼ିସିନ ଖାଇବାକୁ ପଡିବ ଓ ଚିକିତ୍ସାରେ ରହିବାକୁ ପଡିବ ବୋଲି କହିଥିଲେ ଡାକ୍ତର । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ଥିବାରୁ ସେ ହସ୍ପିଟାଲରେ ଆଡମିଶନ ହୋଇଥିଲେ ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଆକାଶଙ୍କ ମାଆ ୨୨ ନମ୍ବର ବେଡ୍ ରେ ଆଡମିଟ ଥିଲେ ଓ ତାଙ୍କ ନିକଟରେ ଥିବା ୨୧ ନମ୍ବର ବେଡ୍ ରେ ଅନ୍ୟ ଜଣେ ରୋଗୀ ଆଡମିଟ ଥିଲେ ।

ତାଙ୍କର ବ୍ଲଡ଼ ଇନଫେକସନ ହୋଇଥିଲା । ତେବେ ଡାକ୍ତର ନଥିବା ବେଳେ ନର୍ସ ଇଞ୍ଜେକ୍ସନ ଦେବା ପାଇଁ ରାଉଣ୍ଡରେ ଆସିଥିଲେ । କିନ୍ତୁ ୨୧ ନମ୍ବର ବେଡ୍ ରେ ଥିବା ରୋଗୀଙ୍କୁ ଦେବା ପାଇଁ ଆଣିଥିବା ଇଞ୍ଜେକ୍ସନ ଆକାଶଙ୍କ ମା’ଙ୍କୁ ଦେଇ ଦେଇଥିଲେ । ଯାହାଫଳରେ ତାଙ୍କ ମା’ଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା ।

ତାଙ୍କୁ କେଉଁ ଇଞ୍ଜେକ୍ସନ ଦିଆଯାଇଛି ବୋଲି ଆକାଶ ଓ ତାଙ୍କ ପରିବାର ପ୍ରଶ୍ନ କରିବାରୁ ଡାକ୍ତର ଓ ହସ୍ପିଟାଲରେ ଥିବା ଅନ୍ୟ କର୍ମଚାରୀଙ୍କ କଥା କାହାର କାହା ସହ ମିଶି ନଥିଲା । ଯାହାଫଳରେ ତାଙ୍କ ମା’ଙ୍କୁ ଭୁଲ ଇଞ୍ଜେକ୍ସନ ଦିଆଯାଇଛି ବୋଲି ସେମାନେ ଜାଣି ପଡ଼ିଥିଲେ । ତେବେ ଆକାଶଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସାମାନ୍ଯ ଥିବା ବେଳେ ସେ ଏକଥା ସାମ୍ନାକୁ ଆଣିବାର କାରଣ ହେଉଛି ତାଙ୍କ ସହ ଯାହା ହେଲା ଏମିତି କାହାସହ ନହେଉ ବୋଲି ସେ ଚାହାନ୍ତି ।

କାରଣ ତାଙ୍କ ମା’ଙ୍କ ସହ କିଛିବି ହୋଇ ପାରିଥାନ୍ତା । ହସ୍ପିଟାଲ କତ୍ତୃପକ୍ଷ ଅବହେଳା ଭାବେ କାର୍ଯ୍ୟ ନକରି ରୋଗୀଙ୍କ ସେବା ଠିକ ଭାବେ କରନ୍ତୁ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।