ଆଉ କିଛି ଦିନ ପରେ ପାଳିତ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି । ହିନ୍ଦୁଧର୍ମରେ ହୋଲି ପର୍ବର ଅନେକ ମହତ୍ଵ ରହିଛି । ଏହିଦିନକୁ ମନ୍ଦ ଉପରେ ଭଲର ଜୟ ରୂପେ ସ୍ମରଣ କରାଯାଏ । ହୋଲି ତ ଆମେ ସମସ୍ତେ ପାଳନ କରିଥାଉ, କିନ୍ତୁ ଏହି ପର୍ବ ବିଷୟରେ ଅନେକ କଥା ରହିଛି ଯାହା ଆମେ ଆଜି ବି ଜାଣି ନାହୁଁ । ତେଣୁ ଆଜି ଆମେ ଆପଣଙ୍କ ହୋଲି ପର୍ବ ବିଷୟରେ କିଛି ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଜ୍ଞାନକୁ ବୃଦ୍ଧି କରିବ ।
୧- କେଉଁ ଓଡିଆ ମାସରେ ଦୋଳ ପୂର୍ଣ୍ଣିମା ପଡିଥାଏ ?
ଉ: ଫାଲ୍ଗୁନ
୨- ଦୋଳ ପୂର୍ଣ୍ଣିମା କେଉଁ ମାନଙ୍କର ପ୍ରସିଦ୍ଧ ପର୍ବ ?
ଉ: ଗୋପାଳ

୩- କେଉଁ ତିଥିରେ ଦୋଳପର୍ବ ପଡେ ?
ଉ: ପୂର୍ଣ୍ଣିମା
୪- ଦୋଳ ପୂର୍ଣ୍ଣିମାରେ କେଉଁ ଦେବତାଙ୍କୁ ପୂଜା କରାଯାଏ ?
ଉ: ରାଧାକୃଷ୍ଣ
୫- ଏହି ପର୍ବରେ ଗୋପାଳ ମାନେ କେଉଁଠାରେ ପୂଜା କରିଥାନ୍ତି ?
ଉ: ଗୋଠରେ
୬- ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ହୋଲି ପର୍ବ ପାଳନ କରା ଯାଇଥାଏ ?
ଉ: ନେପାଳ
୭- ପୁରାଣ ଅନୁସାରେ କେଉଁ ପୂର୍ଣ୍ଣିମାରେ ମହାପ୍ରଭୁ ଦ୍ଵାରିଭୋଗ ଖାଇବାର ଉଲ୍ଲେଖ ଅଛି ?
ଉ: ଦୋଳ ପୂର୍ଣ୍ଣିମା
୮- ଦୋଳ ପୂର୍ଣ୍ଣିମା କେଉଁ ଯୁଗରୁ ଆନୀତ ?
ଉ: ଦ୍ଵାପର ଯୁଗ

୯- ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?
ଉ: ଦ୍ଵାପର ଯୁଗ
୧୦- ହୋଲି ପର୍ବକୁ ଆଉ କେଉଁ ନାମରେ ମଧ୍ୟ ଜଣାଯାଏ ?
ଉ: ଦୋଳ ପୂର୍ଣ୍ଣିମା/ ରଙ୍ଗର ପର୍ବ
୧୧- ଦକ୍ଷିଣ ଭାରତରେ ହୋଲିକା ଦହନକୁ କଣ କୁହାଯାଏ ?
ଉ: କାମା ଦହନମ
୧୨- ହୋଲି ପର୍ବ ପୌରଣିକ କହଣିର କେଉଁ ଚରିତ୍ର ସହ ସମ୍ବନ୍ଧିତ ?
ଉ: ହୋଲିକା ଓ ପ୍ରହ୍ଲାଦ
୧୩- କେଉଁଠାରେ ପ୍ରସିଦ୍ଧ ଲାତମାର ହୋଲି ପାଳନ କରାଯାଏ ?
ଉ: ମଥୁରା
୧୪- ହିରଣ୍ୟକଶ୍ୟପର ଭଉଣୀର ନାମ କଣ ଥିଲା ?
ଉ: ହୋଲିକା
୧୫- ହୋଲି ପର୍ବରେ ଖାସ୍ କରି କଣ ପାନ କରା ଯାଇଥାଏ ?
ଉ: ଭାଙ୍ଗ ପଣା

୧୬- କେଉଁ ସ୍ଥାନରେ ହୋଲି ପର୍ବକୁ ଚିରୌଲି ନାମରେ ମଧ୍ୟ ଜଣାଯାଏ ?
ଉ: ଉତ୍ତରାଖଣ୍ଡ
୧୭- ହୋଲି ପର୍ବ ଶୀତ ଶେଷ ଏବଂ କେଉଁ ଋତୁର ଆରମ୍ଭ କରିଥାଏ ?
ଉ: ବସନ୍ତ
୧୮- ଜୟପୁରର ଗୋବିନ୍ଦ ଦେବଜୀ ମନ୍ଦିରରେ ହେଉଥିବା ଫଗୁ ଉତ୍ସବ ହୋଲିକୁ କେଉଁ ଜିନିଷ ସହ ଯୋଡିଥାଏ ?
ଉ: ଫୁଲ
୧୯- ବୃନ୍ଦାବନର କେଉଁ ମନ୍ଦିର ହୋଲି ପର୍ବ ପାଳନ ପାଇଁ ପ୍ରସିଦ୍ଧ ?
ଉ: ବାଙ୍କେ ବିହାରୀ ଲାଲ ମନ୍ଦିର
୨୦- ଦୋଳ ପୂର୍ଣ୍ଣିମାରେ କେଉଁ ଫଳ ନୂଆ କରି ଲାଗି କରାଯାଏ ?
ଉ: ଆମ୍ବ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।