Holi Special Quiz: ଦୋଳ ପୂର୍ଣ୍ଣିମାରେ କେଉଁ ଫଳ ନୂଆ କରି ଲାଗି କରାଯାଏ ? ଏହା ସହ ଆହୁରି 19 Odia GK on Holi

ଆଉ କିଛି ଦିନ ପରେ ପାଳିତ ହେବାକୁ ଯାଉଛି ରଙ୍ଗର ପର୍ବ ହୋଲି । ହିନ୍ଦୁଧର୍ମରେ ହୋଲି ପର୍ବର ଅନେକ ମହତ୍ଵ ରହିଛି । ଏହିଦିନକୁ ମନ୍ଦ ଉପରେ ଭଲର ଜୟ ରୂପେ ସ୍ମରଣ କରାଯାଏ । ହୋଲି ତ ଆମେ ସମସ୍ତେ ପାଳନ କରିଥାଉ, କିନ୍ତୁ ଏହି ପର୍ବ ବିଷୟରେ ଅନେକ କଥା ରହିଛି ଯାହା ଆମେ ଆଜି ବି ଜାଣି ନାହୁଁ । ତେଣୁ ଆଜି ଆମେ ଆପଣଙ୍କ ହୋଲି ପର୍ବ ବିଷୟରେ କିଛି ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଜ୍ଞାନକୁ ବୃଦ୍ଧି କରିବ ।

୧- କେଉଁ ଓଡିଆ ମାସରେ ଦୋଳ ପୂର୍ଣ୍ଣିମା ପଡିଥାଏ ?

ଉ: ଫାଲ୍ଗୁନ

୨- ଦୋଳ ପୂର୍ଣ୍ଣିମା କେଉଁ ମାନଙ୍କର ପ୍ରସିଦ୍ଧ ପର୍ବ ?

ଉ: ଗୋପାଳ

୩- କେଉଁ ତିଥିରେ ଦୋଳପର୍ବ ପଡେ ?

ଉ: ପୂର୍ଣ୍ଣିମା

୪- ଦୋଳ ପୂର୍ଣ୍ଣିମାରେ କେଉଁ ଦେବତାଙ୍କୁ ପୂଜା କରାଯାଏ ?

ଉ: ରାଧାକୃଷ୍ଣ

୫- ଏହି ପର୍ବରେ ଗୋପାଳ ମାନେ କେଉଁଠାରେ ପୂଜା କରିଥାନ୍ତି ?

ଉ: ଗୋଠରେ

୬- ଭାରତ ବ୍ଯତୀତ ଅନ୍ୟ କେଉଁ ଦେଶରେ ହୋଲି ପର୍ବ ପାଳନ କରା ଯାଇଥାଏ ?

ଉ: ନେପାଳ

୭- ପୁରାଣ ଅନୁସାରେ କେଉଁ ପୂର୍ଣ୍ଣିମାରେ ମହାପ୍ରଭୁ ଦ୍ଵାରିଭୋଗ ଖାଇବାର ଉଲ୍ଲେଖ ଅଛି ?

ଉ: ଦୋଳ ପୂର୍ଣ୍ଣିମା

୮- ଦୋଳ ପୂର୍ଣ୍ଣିମା କେଉଁ ଯୁଗରୁ ଆନୀତ ?

ଉ: ଦ୍ଵାପର ଯୁଗ

୯- ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?

ଉ: ଦ୍ଵାପର ଯୁଗ

୧୦- ହୋଲି ପର୍ବକୁ ଆଉ କେଉଁ ନାମରେ ମଧ୍ୟ ଜଣାଯାଏ ?

ଉ: ଦୋଳ ପୂର୍ଣ୍ଣିମା/ ରଙ୍ଗର ପର୍ବ

୧୧- ଦକ୍ଷିଣ ଭାରତରେ ହୋଲିକା ଦହନକୁ କଣ କୁହାଯାଏ ?

ଉ: କାମା ଦହନମ

୧୨- ହୋଲି ପର୍ବ ପୌରଣିକ କହଣିର କେଉଁ ଚରିତ୍ର ସହ ସମ୍ବନ୍ଧିତ ?

ଉ: ହୋଲିକା ଓ ପ୍ରହ୍ଲାଦ

୧୩- କେଉଁଠାରେ ପ୍ରସିଦ୍ଧ ଲାତମାର ହୋଲି ପାଳନ କରାଯାଏ ?

ଉ: ମଥୁରା

୧୪- ହିରଣ୍ୟକଶ୍ୟପର ଭଉଣୀର ନାମ କଣ ଥିଲା ?

ଉ: ହୋଲିକା

୧୫- ହୋଲି ପର୍ବରେ ଖାସ୍ କରି କଣ ପାନ କରା ଯାଇଥାଏ ?

ଉ: ଭାଙ୍ଗ ପଣା

୧୬- କେଉଁ ସ୍ଥାନରେ ହୋଲି ପର୍ବକୁ ଚିରୌଲି ନାମରେ ମଧ୍ୟ ଜଣାଯାଏ ?

ଉ: ଉତ୍ତରାଖଣ୍ଡ

୧୭- ହୋଲି ପର୍ବ ଶୀତ ଶେଷ ଏବଂ କେଉଁ ଋତୁର ଆରମ୍ଭ କରିଥାଏ ?

ଉ: ବସନ୍ତ

୧୮- ଜୟପୁରର ଗୋବିନ୍ଦ ଦେବଜୀ ମନ୍ଦିରରେ ହେଉଥିବା ଫଗୁ ଉତ୍ସବ ହୋଲିକୁ କେଉଁ ଜିନିଷ ସହ ଯୋଡିଥାଏ ?

ଉ: ଫୁଲ

୧୯- ବୃନ୍ଦାବନର କେଉଁ ମନ୍ଦିର ହୋଲି ପର୍ବ ପାଳନ ପାଇଁ ପ୍ରସିଦ୍ଧ ?

ଉ: ବାଙ୍କେ ବିହାରୀ ଲାଲ ମନ୍ଦିର

୨୦- ଦୋଳ ପୂର୍ଣ୍ଣିମାରେ କେଉଁ ଫଳ ନୂଆ କରି ଲାଗି କରାଯାଏ ?

ଉ: ଆମ୍ବ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।