Holi 2023: ଆଜି ଘରକୁ ନେଇ ଆସନ୍ତୁ ଏହି 1 ଚମତ୍କାରୀ ଜିନିଷ, ଦେଖିବେ ଆପଣଙ୍କ ଘରୁ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଦୂରେଇ ଯିବ, ଧନ ରଖିବାକୁ ବି ଜାଗା ନିଅଣ୍ଟ ହେବ !

ହିନ୍ଦୁ ଧର୍ମରେ ହୋଲି ପର୍ବକୁ ବହୁତ ପବିତ୍ର ଦିନ ଭାବେ ମାନାଯାଏ । ଏହିଦିନ ଭଗବାନ ବିଷ୍ଣୁ ହିରଣ୍ୟକଶ୍ୟପ ରାକ୍ଷସକୁ ବଧ କରିଥିଲେ ଓ ତା’ ଭଉଣୀ ହୋଲିକାର ଦହନ ମଧ୍ୟ ହୋଇଥିଲା । ତେଣୁ କୁହାଯାଏ କି ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା ଆରାଧନା ଶ୍ରଦ୍ଧାର ସହ କଲେ ତାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ତେବେ ଏହାସହ ଏମିତି ଏକ ଜିନିଷ ରହିଛି ଯାହା ହୋଲି ଦିନ ଘରକୁ ଆଣିବା ଦ୍ଵାରା ଜନ୍ମ ଜନ୍ମାନ୍ତରର ଗରିବୀ ଦୂର ହୋଇଯାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଅଦ୍ଭୁତ ଜିନିଷ ।

ଡିମିର ଗଛ ଆପଣ ନିଶ୍ଚୟ ଦେଖିଥିବେ । ଏହି ଗଛ ଭଗବାନ ନରସିଂହଙ୍କ ବରଦାନ ଅଟେ । ଏହି ଗଛର ପ୍ରତ୍ଯେକ ଡାଳରେ ସ୍ଵୟଂ ମା’ ଲକ୍ଷ୍ମୀ ବିରାଜମାନ କରନ୍ତି । ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ ଏହି ଗଛର ଗୋଟିଏ ଫଳ ଆଣିବା ଦ୍ଵାରା ଗରିବ ଲୋକ ଧନବାନ ହୋଇଯାନ୍ତି ବୋଲି ବିଶ୍ବାସ ରହିଛି । ଏହି ଗଛ ତତ୍କାଳ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦିଏ । ଆହୁରି ମଧ୍ୟ କୁହାଯାଏ କି କେବଳ ଡିମିରି ଗଛର ଫୁଲ ଦେଖିବା ବ୍ୟକ୍ତିଙ୍କ ଭାଗ୍ୟ ଦଶଗୁଣା ଚମକିଯାଏ ।

ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ହିରଣ୍ୟକଶ୍ୟପର ବଧ କରିଥିଲେ । ଭଗବାନ ବିଷ୍ଣୁ ତାଙ୍କ ନଖ ଦ୍ଵାରା ହିରଣ୍ୟକଶ୍ୟପକୁ ମାରିବା କାରଣରୁ ତାଙ୍କ ନଖ କୁଣ୍ଡାଇ ହୋଇଥିଲା । ତେଣୁ ଏହାକୁ ଶାନ୍ତ କରିବା ପାଇଁ ସେ ଉପଚାର ଖୋଜିବାକୁ ଲାଗିଲେ ।

ହେଲେ କୌଣସି ଉପଚାର ନ ମିଳିବାରୁ ସେ ରାସ୍ତାରେ ଡିମିର ଗଛ ଥିବା ଦେଖି ଗଛ ଦେହରେ ତାଙ୍କ ନଖକୁ ଦବେଇ ଦେଲେ । ବିଷ୍ଣୁଙ୍କ ନଖ ସିନା ଶାନ୍ତ ହେଉଥିଲା ହେଲେ ଗଛକୁ ଏଥିପାଇଁ ବହୁତ କଷ୍ଟ ହେଲା । ତେଣୁ ସେ କହିଲା, ପ୍ରଭୁ ଆପଣ ନିଜ ନଖ ତ ଶାନ୍ତ କରିଦେଲେ କିନ୍ତୁ ମୋ ଶରୀରରେ ଘା’ ଭରିଦେଲେ ।

ଏ ଅସୁରର ରକ୍ତ ଆମକୁ ଅପବିତ୍ର କରିଦେଲା । ପ୍ରଭୁ ଏହି କଷ୍ଟରୁ ମୋତେ ମୁକ୍ତି ଦିନନ୍ତୁ । ତେଣୁ ବିଷ୍ଣୁ ଡିମିରି ଗଛକୁ ଆଶୀର୍ବାଦ ଦେଲେ କି ତୁମେ ଅନ୍ୟମାନଙ୍କ କଷ୍ଟ ଦୂର କରିବ ଓ ମୁଁ ସ୍ଵୟଂ ଲକ୍ଷ୍ମୀଙ୍କ ସହ ତୁମ ଦେହରେ ନିବାସ କରିବି । ସେହିଦିନ ଠାରୁ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ଡିମିରି ବୃକ୍ଷରେ ନିବାସ କରନ୍ତି ।

ଏହାସହ ଭଗବାନ ବିଷ୍ଣୁ ଆହୁରି ମଧ୍ୟ ଆଶୀର୍ବାଦ ଦେଇଥିଲେ କି, ଡିମିରି ବୃକ୍ଷ ତଳେ ଯଦି କେହି ଶବଯାତ୍ରା କରନ୍ତି ତେବେ ଏହାର ପୂଣ୍ୟ ଡିମିରି ବୃକ୍ଷକୁ ଚାଲିଯାଏ । ଡିମିରି ଫଳକୁ ବିଧିବିଧାନ ସହ ପୂଜା କରି ଘରେ ରଖିବା ଦ୍ଵାରା କେବେ ହେଲେ ଧନ ଏବଂ ଅନ୍ନର ଅଭାବ ହୋଇ ନଥାଏ ।

ତେଣୁ ହୋଲି କିମ୍ବା କୌଣସି ଅମାବାସ୍ୟା ଓ ପୂର୍ଣ୍ଣିମା ଦିନ ଡିମିରି ଫଳକୁ ଘରକୁ ଆଣନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟରେ ଅଚାନକ ଅନେକ ପରିବର୍ତ୍ତନ ଘଟିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।