ନମସ୍କାର ବନ୍ଧୁଗଣ । ଜୁନ 2 ରେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣା ର ଭୟ ଆଜି ବି ଲୋକଙ୍କ ମନରୁ ଲିଭି ନାହିଁ । ତେବେ ଏହାରି ମଧ୍ୟରେ ଗତ 1 ମାସ ବିତି ଯାଇଛି କରମଣ୍ଡଳ ଦୁର୍ଘଟଣା କୁ । ତେବେ ଏହି ଦୁର୍ଘଟଣା ରେ ଭଦ୍ରକ ଜିଲ୍ଲା ର ଗୋବିନ୍ଦ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଗୋବିନ୍ଦ ଙ୍କ ବାପା ତାଙ୍କ ପୁଅର ଶବ ଖୋଜିବାର ଭିଜୁଆଲ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହୋଇଥିଲା ।

ଆଉ ଏହାରି ମଧ୍ୟରେ ଗୋବିନ୍ଦ ଙ୍କ ସ୍ତ୍ରୀ ଶ୍ଵଶୁର ଓ ଶାଶୁ ଙ୍କ ନାଁ ରେ ସଙ୍ଗିନ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ କେନ୍ଦ୍ର ଓ ରାଜ୍ୟ ସରକାର ତରଫରୁ ମିଳିଥିବା 15 ଲକ୍ଷ ଟଙ୍କା କୁ ଶାଶୁ ଶ୍ଵଶୁର ହଡପ କରି ନେଇଛନ୍ତି । ଆଉ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋବିନ୍ଦ ଙ୍କ ବାପା ଗଣମାଧ୍ୟମରେ । ଗୋବିନ୍ଦ ଙ୍କ ବାପା କହିଛନ୍ତି ଯେ ” ମୋ ପୁଅର ମୃତ୍ୟୁ ପାଇଁ ଯେଉଁ ଟଙ୍କା ବୋହୁ ଆକାଉଣ୍ଟ କୁ ଯାଇଥିଲା ।
ତାକୁ ମୁଁ ନିଜ ଆକାଉଣ୍ଟ କୁ ଟ୍ରାନ୍ସଫର କରିଛି ଏ କଥା ପୁରା ସତ । ବୋହୁ କୁ ସବୁ ପଚରା ହୋଇଛି । ତା ଜ୍ଞାତ ରେ ସବୁ ହୋଇଛି । ଦେଢ ବର୍ଷ ହେଲାଣି ମୋ ବୋହୁ ମୋ ଘରକୁ ଆସିଲାଣି । ତା ଛୁଆ କୁ କୁଣ୍ଢାଇ ମୋ ଦିନ ଯାଇଛି । ଝିଅ ଠାରୁ ଅଧିକା ମୁଁ ତାକୁ ଦେଖିଛି । କିଛି ବି ଅସୁବିଧା କରିନି ମୁଁ ତାର । ବୋହୁ ତ ମୋର ଏଠି ଭଲ ଥିଲା ।

ଗତ ଶୁକ୍ରବାର ଠାରୁ ବୋହୁ ତା ବାପଘରକୁ ଚାଲି ଯାଇଛି । ସେଠାରେ କିଏ ତାର ମୁଣ୍ଡରେ ଏମିତି ଭୁତ ପୁରାଇ ଦେଇଛି ଯାହା ପାଇଁ ସେ ଏମିତି ଅଭିଯୋଗ ଆମ ନାଁ ରେ ଆଣିଛି । ପୁଅ ମଲା ପରେ ଝିଅ ଠାରୁ ଅଧିକ ମୁଁ ବୋହୁ ଦେଖିଛି । ଗଦା ଗଦା ଶବ ଭିତରେ ମୁଁ ମୋ ପୁଅର ଶବ ଖୋଲି ଥିଲି । ମୁଁ ବୋହୁ ସହ ମିଶି ମାଳତିପୁର ଯାଇଥିଲୁ ।
ତାଙ୍କ ଲୋକ ବି ସେଠାକୁ ଆସିଥିଲେ । ଏଠିକି ବି ଗୋଟେ ଗାଡି ରେ କିଛି ଲୋକ ବୋହୁ ଘର ର ଆସିଥିଲେ । କିଛି ପଚାର ଉଚରା ନାହିଁ ମୋ ଶ୍ଵଶୁର ଘରକୁ ଯାଇ ମୋ ଶଳା କୁ ଆଣି ଜୋର ଜବରଦସ୍ତ କରି ବୋହୁ କୁ ନେଇ ଯାଇଛନ୍ତି ତା ବାପା ଘର ଲୋକେ ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।