ଉପର ମୁଣ୍ଡ ରୁ ମାଡି ଆସୁଛି ପାଣି । ହୀରାକୁଦ ରେ ଆଉ ବନ୍ୟା ପାଣିକୁ ସମ୍ଭାଳି ହେଉନି । ଏବେ 20 ଗେଟ ଖୋଲି ସାରିଛି ହୀରାକୁଦ ଆଗକୁ 30 ଗେଟ ଖୋଲା ଯାଇପାରେ ହୀରାକୁଦ ର । ତୁହା କୁ ତୁହା ବଢୁଛି ହୀରାକୁଦ ରେ ଜଳ ସ୍ତର । 622 ଫୁଟ ପାଖା ପାଖି ପହଞ୍ଚିଲାଣି ହିରାକୁଦ ରେ ଜଳ ସ୍ତର ଯାହା ହୀରାକୁଦ ପାଇଁ ଘୋର ବିପଦ ନେଇ ଆସୁଛି । ହଁ ଦର୍ଶକ ବନ୍ଧୁ ହୀରାକୁଦ ରେ ଏବେ ପ୍ରତି ସେକେଣ୍ଡ ରେ 3 ଲକ୍ଷ ରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ଛତିଶଗଡ ତାର ସବୁ ଗେଟ ଖୋଲିବା ପରେ ଏବେ ହୀରାକୁଦ ଟଳମଳ ହେବାରେ ଲାଗିଛି । ଯେଉଁଥି ପାଇଁ ଏବେ ହୀରାକୁଦ ରେ 20 ଟି ଗେଟ ଖୋଲାଥିବା ବେଳେ ଆଜି ଆହୁରି ଗେଟ ଖୋଲା ଯାଇପାରେ । ରାଜ୍ୟରେ ଲାଗି ରହିଛି ବନ୍ୟା ସ୍ଥିତି । ଆଉ ଏହାରି ଭିତରେ ହୀରାକୁଦ ରେ ବଢିବାରେ ଲାଗିଛି ବନ୍ୟା ପାଣି । ଯାହା ଓଡିଶା ପାଇଁ ଘୋର ବିପଦ ଆଣିପାରେ ।
ଏବେ ହୀରାକୁଦ ରେ ପ୍ରତି ସେକେଣ୍ଡ ର ଏ ବଢିବାରେ ଲାଗିଛି ଜଳ ସ୍ତର । ଯାହା ତଳିଆ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶାଇଛି । ହୀରାକୁଦ ର ଜଳ ସ୍ତର ଏବେ ରହିଛି 621.95 ଫୁଟ । ତେବେ 20 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ରେ ପ୍ରତି ସେକେଣ୍ଡ ରେ 3 ଲକ୍ଷ 88 ହଜାର 931 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ 3 ଲକ୍ଷ 55 ହଜାର 793 କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଛି ।
ତେବେ ହୀରାକୁଦ ର ଏଭଳି ସ୍ଥିତି କାରଣରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ମୁଣ୍ଡଳି ରେ 2 ଲକ୍ଷ 61 ହଜାର 500 କ୍ୟୁସେକ ବନ୍ୟା ଜଳ ପ୍ରଭାବିତ ହେଉଛି । ଏତିକି ପାଣିରେ କିଛି ଅସୁବିଧା ନାହିଁ ସତ କିନ୍ତୁ ଆଗକୁ ଯଦି ବର୍ଷା ହୁଏ ତେବେ ସ୍ଥିତି ସାଂଘାତିକ ହୋଇପାରେ । ବନ୍ୟା ଭୟଙ୍କର ରୂପ ନେଇପାରେ ।
ଘର ଦ୍ଵାରା ସବୁ ପାଣିରେ ବୁଡିଯିବ । ଆଉ ଏହା ହେବ ସବୁଠାରୁ ବଡ ବନ୍ୟା ଓଡିଶା ପାଇଁ । ଯଦି ଆଗକୁ ଛତିଶଗଡ ତାର କିଛି ଗେଟ ବନ୍ଦ କରି ଦିଏ ତେବେ ହୀରାକୁଦ ତାର ଗେଟ ବନ୍ଦ କରିବ ।