“ହିନ୍ଦୀ କହି କହି ମୋ ପାଟି ବଙ୍କା ହେଇଗଲାଣି ଏଥର ଖାଲି ଓଡିଆ…” Daman ଫିଲ୍ମ ପ୍ରମୋଶନ ସାରି ଓଡିଶା ଫେରିବା ପରେ ଏମିତି କହିଲେ Babushan, ଦେଖନ୍ତୁ video

ଅଭିନେତା ବାବୁଶାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ “ଦମନ” କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ଫିଲ୍ମ ‘ଦମନ’ ଓଡିଆ ଦର୍ଶକଙ୍କ ମନ ଛୁଇଁବା ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡିଆ ଇଣ୍ଡଷ୍ଟ୍ରି ପତନ ଆଡକୁ ଗତି କରୁଥିବା ବେଳେ ବାବୁଶାନଙ୍କ ଏହି ଫିଲ୍ମଟି ଓଲିଉଡକୁ ଏକ ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଦେଇଛି । ପ୍ରଶଂସକଙ୍କ ଡିମାଣ୍ଡ ପରେ ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଫିଲ୍ମଟିକୁ ହିନ୍ଦୀ ଭାଷାରେ ରିଲିଜ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଯାହାକି ଗତ ଫେବୃୟାରୀ 3 ତାରିଖ ଦିନ ଭାରତର ବିଭିନ୍ନ ଥିଏଟରରେ ହିନ୍ଦୀ ଭାଷାରେ ରିଲିଜ ହୋଇଥିଲା । ଫିଲ୍ମର ପ୍ରମୋଶନ କାର୍ଯ୍ୟ ଶେଷ ହେବା ପରେ ବାବୁଶାନ ଓଡିଶା ଫେରିଥିଲେ । ଏତିକି ବେଳେ ବାବୁଶାନ ଦମନ ର ସଫଳତାକୁ ନେଇ ଅନେକ କିଛି କହିଛନ୍ତି । ଫିଲ୍ମଟିକୁ ଓଡିଆ ଦର୍ଶକମାନେ ପ୍ରଥମେ ଭଲପାଇବା ଦେବାରୁ ଏହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଛି ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି, ଏହି ଫିଲ୍ମର ଏକ ଅଂଶ ହୋଇ ସେ ସମ୍ମାନିତ ମନେ କରୁଛନ୍ତି ।

ଏଭଳି ଫିଲ୍ମ ତିଆରି କରିବା ପାଇଁ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂପୂର୍ଣ୍ଣ ଟିମ୍ କୁ ସେ ଧନ୍ୟବାଦ ଜଣାଇଛନ୍ତି । କାରଣ ଏହି ଫିଲ୍ମଟି ଓଡିଶା ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିପାଦିତ କରିପାରୁଛି । ଏହି ଫିଲ୍ମ ପାଇଁ ବମ୍ବେ ଏବଂ ଦିଲ୍ଲୀରେ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି ଓ ସେଥିପାଇଁ ସେ ସାମାନ୍ଯ ଅସୁସ୍ଥ ହୋଇ ପଡିଥିବା ମଧ୍ୟ କହିଛନ୍ତି ।

ହିନ୍ଦୀ ଦର୍ଶକଙ୍କ ରିଭ୍ୟୁ ଶୁଣିକି ତାଙ୍କୁ ବହୁତ ଭଲ ଲାଗିଲା । ଦମନ କୁ 4 ରୁ 4.5 ରେଟିଂ ମିଳୁଛି ଯାହା ଗର୍ବର କଥା । ତେବେ ବାବୁଶାନ କହିଛନ୍ତି କି, ବଲିଉଡରେ ଯିବାକୁ ତାଙ୍କର ଇଚ୍ଛା ନାହିନ ବରଂ ବଲିଉଡକୁ ଓଡିଶାକୁ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ତେବେ ଦମନ ପାଇଁ ପ୍ରେସ କନ୍ଫରେନ୍ସରେ ହିନ୍ଦୀ କହି କହି ତାଙ୍କ ମୁହଁ ବଙ୍କା ହୋଇଯାଇଛି ବାବୁଶାନ ବେଶ ମଜାଳିଆ ଢଙ୍ଗରେ କହିଥିଲେ । ଏହାସହ ଓଡିଆ ଦର୍ଶକଙ୍କୁ ମଧ୍ୟ ଦମନ ର ହିନ୍ଦୀ ଭର୍ସନ ଦେଖିବା ପାଇଁ ସେ ଆହ୍ଵାନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।