ହାତର ଥିବା ଏହି ରେଖା କହିବ ଆପଣଙ୍କ ଜୀବନରେ ଧନ-ସମ୍ମାନ ମିଳିବ ନା ନାହିଁ, ଜାଣନ୍ତୁ

କୁହାଯାଏ କି ମନୁଷ୍ୟର ଭାଗ୍ୟ ତାର ଶରୀରର ଗଢନ, ରଙ୍ଗ, ଢଙ୍ଗ ଓ ବ୍ୟକ୍ତିତ୍ବରୁ ଜଣା ପଡେ । କିନ୍ତୁ ଅଧିକାଂଶତଃ ଆମ ହାତର ରେଖାରୁ ଆମ ଭାଗ୍ୟ ଜଣା ପଡିଥାଏ । ହସ୍ତରେଖା ଜ୍ୟୋତିଷରେ ମନୁଷ୍ୟ ହାତର ଆକର ଓ ପାପୁଲିରେ ଥିବା ରେଖା ଗୁଡିକକୁ ଦେଖି ବ୍ଯକ୍ତିର ଭବିଷ୍ୟତ ଜଣା ପଡିଥାଏ । ସେହି ରେଖାକୁ ଦେଖି ବ୍ଯକ୍ତିର ଭବିଷ୍ୟତ ସହ ଜଡିତ ବହୁତ କିଛି ମହତ୍ବପୂର୍ଣ୍ଣ କଥା ଜଣା ପଡିଥାଏ । ହାତରେ ଥିବା ସୂର୍ଯ୍ୟ ରେଖା ଦ୍ଵାରା ଆମ ଜୀବନକୁ ପ୍ରଭାବିତ କରୁଥିବା ଅନେକ କଥା ଜଣା ପଡିଥାଏ । ଏହି ରେଖା ଜୀବନରେ ଆର୍ଥିକ ପରିସ୍ଥିତି ଓ ମାନ-ସମ୍ମାନ ବିଷୟରେ କହିଥାଏ ।

ଆପଣଙ୍କୁ ନିଜ ଜୀବନରେ ଧନ-ସମ୍ମାନ ମିଳିବ କି ନାହିଁ

ଆପଣ ବହୁତ ଥର ଦେଖିଥିବେ ଯଦି କେହି ଜ୍ୟୋତିଷ ଟିଏ ଦେଖିଦିଏ ତ ସର୍ବ ପ୍ରଥମେ ତାକୁ ନିଜର ହାତ ଦେଖାଇ ଭବିଷ୍ୟତ ବିଷୟରେ ପଚାରିବା ଆରମ୍ଭ କରିଦେଇଥାଏ । ତେବେ ଯଦି କୌଣସି ବ୍ଯକ୍ତିର ହାତରେ ଏହି ରେଖା ସଫା ଓ ସିଧା ଥାଏ କେଉଁଠି ଖଣ୍ଡିତ ହେଇ ନ ଥାଏ ତେବେ ତାକୁ ବହୁତ ଧନ ମିଳିଥାଏ । ସୂର୍ଯ୍ୟ ରେଖାର ଶୁଭ ଓ ଅଶୁଭ ବିଷୟରେ ଆସନ୍ତୁ ଜାଣିବା ।

1- କୁହାଯାଏ କି ହାତରେ ସୂର୍ଯ୍ୟ ରେଖା ଥିଲେ ବହୁତ ଶୁଭ ଫଳ ଦିଏ, ଓ ଯଦି ଏହା ଦୋଷ ମୁକ୍ତ ଥାଏ ତେବେ ବ୍ୟକ୍ତି ଜୀବନରେ ବହୁତ ମାନ-ସମ୍ମାନର ଅଧିକାରୀ ହୋଇଥାଏ ।

2- ଯେଉଁ ବ୍ଯକ୍ତିର ହାତରେ ଏହି ରେଖା ନାହିଁ, ସେମାନଙ୍କୁ ମାନ-ସମ୍ମାନ ବହୁତ କଷ୍ଟରେ ମିଳିଥାଏ, ଏବଂ ତାଙ୍କ ଜୀବନରେ ଆର୍ଥିକ ସମସ୍ୟା ଲାଗି ରୁହେ ।

3- ସୂର୍ଯ୍ୟ ରେଖା ଅଧିକ ଲାମ୍ବା ଥିଲେ ଏହା ଆପଣକର ସୁଖୀ ଜୀବନର ପ୍ରତୀକ, ଓ ଏହି ରେଖା ନଥିଲେ ବହୁତ ସମସ୍ଯା ଦେଖା ଦିଏ ।

4- ସୂର୍ଯ୍ୟ ରେଖା ଉପରେ ସ୍ଵସ୍ତିକର ଚିହ୍ନ ଥିଲେ ଏହା ଅଶୁଭ ଅଟେ ।

5- ସୂର୍ଯ୍ୟ ରେଖା ଯଦି ସଫା ଓ ଲାମ୍ବା ଥାଏ ତ ବହୁତ ଶୁଭ କିନ୍ତୁ ଯଦି ଏହା ଉପରେ ଏକ ଅଣ୍ଡା ଆକୃତିର ଚିହ୍ନ ଥାଏ ତେବେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଏ । ଏହା ବ୍ଯତୀତ ଏହି ରେଖା ଖଣ୍ଡିତ ହେଲେ ମାନ-ସମ୍ମାନ ଉପରେ ଆଞ୍ଚ ଆସିଥାଏ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ