ହାତ ବା ଆଙ୍ଗୁଠି ଝିମ୍ ଝିମ୍ ବା ବଧୀରା ହୋଇଯାଉଛି କି ? କ’ ଣ ହୋଇପାରେ ଏହାର କାରଣ ଓ ଏହାର ଚିକିତ୍ସା ପ୍ରଣାଳୀ ! Dr Payod Kumar Jena

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଅନେକ ପ୍ରକାର ସ୍ଵାସ୍ଥଗତ ସମସ୍ଯାମାନ ରହିଥାଏ । ହେଲେ ଯେତେବେଳେ ସ୍ଵାସ୍ଥରେ କିଛି ଅସ୍ଵାଭାବିକ ଲକ୍ଷଣ ପ୍ରକାଶ ପାଇଥାଏ । ତେବେ ଆମ ସ୍ଵାସ୍ଥ ଖରାପ ହେଉଛି ବୋଲି ଆମେ ଜାଣିବାକୁ ପାଇଥାଉ । ଅନେକ ଲୋକଙ୍କ ହାତ ତଥା ଆଙ୍ଗୁଠିରେ ଯନ୍ତ୍ରଣା ହେବା, କିଛି ସମୟ କାମ କରିବା ପରେ ହାତ, ଗୋଡ ବଧୀରା ହୋଇଯିବା ପରି ଲକ୍ଷଣ ଯଦି ସବୁବେଳେ ଦେଖିବାକୁ ମିଳିଥାଏ ।

ତେବେ ଏପରି ଲକ୍ଷଣ ଥିବା ଲୋକଙ୍କୁ କାର୍ପେଲ ଟନଲ ସିନ୍ଡ୍ରୋମ ହୋଇଛି ବୋଲି କୁହାଯାଇଥାଏ । ତେବେ ଏହି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଧି ସମ୍ପର୍କରେ ଆସନ୍ତୁ ଜାଣିନେବା । ବିଶେଷ କରି ମହିଳା ମାନଙ୍କୁ ଏହି ସମସ୍ଯା ଅଧିକ ମାତ୍ରାରେ ହେବାର ଜଣା ପଡିଥାଏ । ଅନ୍ୟଥା ମେଦବହୁଳ, ଡାଇବେଟିସ, ଥାଇରଏଡ ଓ ଗର୍ଭବତୀ ମହିଳା ମାନଙ୍କ ଠାରେ ଏହି ସମସ୍ଯା ବିଶେଷ ଭାରେ ଦେଖା ଯାଇଥାଏ ।

ଯେଉଁ ମାନେ କୌଣସି ପ୍ରଜାର କାମ କରୁଥିବା ସମୟରେ ହଟାତ ତାଙ୍କର ହାତ ପାପୁଲିରେ ଝିମଝିମ ହେବାକୁ ଆରମ୍ଭ କରିଥାଏ । ହାତର ବୁଢା ଆଙ୍ଗୁଠି ମୁଭମେଣ୍ଟ କରିବାରେ ଅସୁବିଧା ହୋଇଥାଏ । ଦରକାର ପଡିଲେ ହାତ ଓ ଗୋଡରେ ଅଧିକ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ । ଏଭଳି କ୍ଷେତ୍ରରେ ଜାଣି ରଖିବା ଉଚିତ । ଯେ ଏହା କାରପେଲ ଟରନଲ ସିନ୍ଡ୍ରୋମ ଲକ୍ଷଣ ହୋଇଥାଏ । ତେବେ ଏଭଳି ସମସ୍ଯା ନିତ୍ୟ ଆପଣଙ୍କ ସହିତ ହେଉଥାଏ । ତେବେ ଆପଣ ଏହାକୁ ଅବହେଳା ନକରି ନିଉରୋଲୋଜିଷ୍ଟ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଡାକ୍ତର ସେଠାରେ ଆପଣଙ୍କର ନର୍ଭର ପରୀକ୍ଷା କରିକି ଜାଣିବାକୁ ପାଇଥାନ୍ତି । ଯେ ଆପଣଙ୍କ ଠାରେ କାରପେଲ ସିନ୍ଡ୍ରୋମ ସମସ୍ଯା ଅଛି କି ନାହିଁ । କାରପେଲ ଟରନଲ ଶିଣ୍ଡ୍ରୋମ ୩ ଭାଗରେ ବିଭକ୍ତ ହୋଇଥାଏ । ତେବେ କାରପେଲ ଟର୍ନଳ ଶିଣ୍ଡ୍ରୋମ ସମସ୍ଯା ଲକ୍ଷଣ ଥିବା ବ୍ୟକ୍ତିଙ୍କର ଡାଇବେଟିସ ଓ ଥାଇରଏଡ ପରୀକ୍ଷା ପ୍ରଥମେ କରାଯାଇଥାଏ । ଯଦି ବ୍ୟକ୍ତିର ସମସ୍ତ ପରୀକ୍ଷା କରିସାରିବା ପରେ କାରପେଲ ଟର୍ନଳ ସମସ୍ଯା ଥିବାର ଜଣା ପଡିଥାଏ ।

ତେବେ ଏଥିପାଇଁ ୩ ପ୍ରକାର ଚିକିତ୍ସା ପ୍ରଣାଳୀର ଅବଲମ୍ବନ କରାଯାଇଥାଏ । ପ୍ରଥମେ ସାଧାରଣ ଅବସ୍ଥାରେ ମେଡ଼ିସିନ ଦ୍ଵାରା ଏହାକୁ ଠିକ କରାଯିବା ପାଇଁ ଚେଷ୍ଟା କରାଯାଇଥାଏ । ଦିତୀୟରେ ଷ୍ଟିରଏଡ୍ସ ଇଂଜେକସନ ମାଧ୍ୟମରେ ଭଲ କରାଯିବା ପାଇଁ ଚେଷ୍ଟା କରାଯାଇଥାଏ। ଯଦି ଅତି ଦରକାର ପଡିଥାଏ । ତେବେ ବେଳେବେଳେ କାରପେଲ ଟରନଲ ଶିଣ୍ଡ୍ରୋମ ସମସ୍ଯା ହୋଇଥିବା ବ୍ୟକ୍ତିଙ୍କର ସର୍ଜରୀ ମଧ୍ୟ କରିବାକୁ ପଡିଥାଏ ।

ହାତର ନର୍ଭ ଗୁଡିକ ବଧୀରା କରାଯାଇ ଏହି ସର୍ଜରୀ କରାଯାଇଥାଏ । ତେଣୁ ଏଥିପାଇଁ କୌଣସି ବ୍ୟକ୍ତି ଚିନ୍ତିତ ହେବାର ମଧ୍ୟ ଆବଶ୍ୟକତା ନାହିଁ । ଯଦି ଏପରି କିଛି ଲକ୍ଷଣ କୌଣସି ବ୍ୟକ୍ତିଙ୍କ ଠାରେ ପ୍ରକାଶ ପାଉଛି । ତେବେ ଏହାକୁ ହେଲା ନକରିକି ଡାକ୍ତରଙ୍କ ପରାମର୍ଶ ନେଇଯିବା ଜରୁରୀ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ