ହଜି ଯାଇଥିବା କାର୍ତ୍ତିକର ମୃତ ଦେହ 29 ଦିନ ପରେ ହେଲା ଉଧାର…

ଗାଁ ର ହଜିଲା ପୁଅ ମିଳିଛି ସତ କିନ୍ତୁ ସେ ଆଉ ଆଖି ଖୋଲୁ ନାହିଁ କି କାହା ସହ କଥା ହେଉ ନାହିଁ । 29 ଦିନ ହେବ ନିଖୋଜ ରହିବା ପରେ ଆଜି ଗାଁ ର ପୁଅର ଶବ ମିଳିଛି । ଦିନେ ଏ ବାଟ ଦେଇ ସ୍କୁଲକୁ ଯାଉଥିଲା କାର୍ତ୍ତିକ । କିନ୍ତୁ କିଏ ଜାଣିଥିଲା ନା ଭାବି ଥିଲା ଏ ବାଟ ଦେଇ ତାରା ଶବ ମସାଣି କୁ ଯିବ ଆଉ ତାର ଜୁଇ ଜଳିବ । ହେଲେ କାନ କୁ ଅସମ୍ଭବ ଶୁଭୂ ଥିବା ଏ କଥା କିନ୍ତୁ ଆଜି ସତ ହୋଇଛି । ଗାଁ ମସାଣି ରେ ଗାଁ ର ପୁଅ କାର୍ତ୍ତିକ ସବୁ ଦିନ ଆଖି ବୁଜି ସୋଇ ଯାଇଛି ।

ହଁ ଦର୍ଶକ ବନ୍ଧୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଲ୍ୟାଣପୁର ଗାଁ ର ଏ ହେଉଛନ୍ତି କାର୍ତ୍ତିକ ରଣା । ଗତ ଜୁନ 15 ତାରିଖ ରୁ ସେ ହଠାତ କୁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ କାର୍ତ୍ତିକର କିଛି ସନ୍ଧାନ ମିଳି ନ ଥିଲା । ପରେ ପୋଲିସ କାର୍ତ୍ତିକ କୁ ଖୋଜିବା ଆରମ୍ଭ କରିଥିଲା ।

ଆଉ ଦୀର୍ଘ 29 ଦିନ ପରେ ଆଜି ତାର ଶବ କୁ ଉଧାର କରାଯାଇ ଗାଁ କୁ ଫେରିଛି । କାର୍ତ୍ତିକ ଙ୍କର ମୃତ ଗତ ଜୁନ 16 ତାରିଖ ରେ ଯାଜପୁର ର ଏକ ପୋଖରୀ ରୁ ଉଧାର ହୋଇଥିଲା । ହେଲେ ସେତେବେଳେ ଶବ କୁ କେହି ଚିହ୍ନି ନ ପାରିବାରୁ ପୋଲିସ ଶବ କୁ ନେଇ ପୋତି ଦେବା ସହ ଅନ୍ତିମ ସଂସ୍କାର କରିଥିଲା ।

କିନ୍ତୁ ଏହାର କିଛି ଦିନ ପରେ ଶବ ର ପରିଚୟ ମିଳିବାରୁ ଏହାକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଯାଜପୁର ପୋଲିସ । କାର୍ତ୍ତିକ ର ହତ୍ୟା ଅଭିଯୋଗ ରେ ପୋଲିସ 3 ଜଣଙ୍କୁ ଅଟକ ରଖିକି ପଚାର ଉଚରା କରୁଛି । କାର୍ତ୍ତିକ ଙ୍କୁ କିଏ ମାରିଲା ଓ କାହିଁକି ମାରିଲା ତାହାକୁ ନେଇଏ ଏବେ ପ୍ରଶ୍ନ ଉଠୁଛି । କିନ୍ତୁ ଏ ସବୁ ଭିତରେ ବି ଘରର ପୁଅ ଆଉ ଘରକୁ ଫେରିଲା ନାହିଁ ।

ତେବେ କାର୍ତ୍ତିକ ଙ୍କୁ ହରାଇ ଏବେ ପୁରା ପରିବାର ଦୁଃଖ ରେ ଭାଙ୍ଗି ପଡିଛି । କାରଣ ଏତେ କମ ବଯସର ପୁଅ କୁ ହରାଇ ବାପା ମା ଆଜି ସ୍ତବ୍ଧ ହୋଇ ପଡିଛନ୍ତି । ଆଉ ପୁଅ ଆରପାରିକୁ ଚାଲି ଯାଇଛି ବୋଲି ଏବେ ବି କେହି ସହଜରେ ବିଶ୍ଵାସ କରିପାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।