ହାତୀ ହାବୁଡ ରେ ପଡିଗଲେ ରେଞ୍ଜର, ଦଳିଦେଲା ହାତୀ ଆଉ ହାତୀ ଆକ୍ରମଣରେ ଏମିତି ଘଟିଲା ।

ନମସ୍କାର ବନ୍ଧୁଗଣ । ଅନେକ ସମୟରେ ହାତୀ ଆକ୍ରମଣରେ ଲୋକ ମାନଙ୍କର ମୃତ୍ୟୁ ହେବାର ଖବର ଆପଣ ମାନେ ନିଶ୍ଚୟ ଶୁଣୁଥିବେ । ହାତୀ ଆକ୍ରମଣ ଏତେ ଭୟଙ୍କର ହେଉଛି ଯେ ସେଥିରୁ କେହି ବି ବଞ୍ଚିପାରୁ ନାହାନ୍ତି । ହାତୀ ମାନଙ୍କର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ହାତୀ ମାନେ ଜଙ୍ଗଲରେ ରହି ମଧ୍ୟ ଦିନକୁ ଦିନ ଉଗ୍ର ହେବାରେ ଲାଗିଛନ୍ତି । ଆଉ ସେମାନଙ୍କୁ ଆୟତ୍ତ କରିବାକୁ ଯାଉଥିବା କର୍ମଚାରୀ ମାନେ ଅକାଳ ରେ ମୃତ୍ୟୁବରଣ କରୁଛନ୍ତି ।

ତେବେ ଏଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି । ହାତୀ ଆକ୍ରମଣ ରେ ଜଣେ ବନ୍ୟ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି । ସବୁ ଦିନ ଭଳି ନିଜ କର୍ତ୍ତବ୍ୟ ରେ ଲାଗି ପଡିଥିଲେ । ଲୋକ ମାନଙ୍କର ସୁରକ୍ଷା ପାଇଁ ଆଜି ବି କାମରେ ଲାଗି ପଡିଥିଲେ । କିନ୍ତୁ ସେ କଣ ଜାଣିଥିଲେ କାଲି ଦିନ ଟି ତାଙ୍କ ପାଇଁ ଅଶୁଭ ହେବ ବୋଲି । ହଁ ଦର୍ଶକ ବନ୍ଧୁ ହାତୀ ଘଉଡାଇବା ସମୟରେ ଦନ୍ତା ହାତୀ ହାବୁଡରେ ପଡିଗଲେ ରେଞ୍ଜର ।

ଆଉ ହାତୀ ଟି ତାଙ୍କୁ ପାଦ ରେ ଦଳି ଦେଲା । ଏଭଳି ଅଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନଲାରେଞ୍ଜ ରତନପୁର ଗାଁ ନିକଟରେ । ରେଞ୍ଜର ଜଣକ ହେଉଛନ୍ତି ପ୍ରଶାନ୍ତ ପାଲ । ନଲାରେଞ୍ଜ ନିକଟରେ ଥିବା ରତନପୁର ଗାଁ ରେ ଗତ କାଲି ରାତିରେ ଏକେ ଦନ୍ତା ହାତୀ ପଶି ଉପଦ୍ରବ କରୁଥିଲେ । ଏ ନେଇ ଗାଁ ଲୋକେ ବନ କର୍ମଚାରୀଙ୍କୁ ଅବଗତ କରାଇ ଥିଲେ ।

ଆଜି ସକାଳେ ନଲାରେଞ୍ଜର ପ୍ରଶାନ୍ତ ଓ ଅନ୍ୟ ବନ୍ୟ କର୍ମଚାରୀ ହାତୀ ଘଉଡାଇବାକୁ ରତନପୁର ଗାଁ ରେ ପହଞ୍ଚି ଥିଲେ । ଅନ୍ୟ କରମଚାରୀ ଙ୍କ ସହ ହାତୀ ଘଉଡାଇବା ସମୟରେ ରେଞ୍ଜର ହାତୀ ହାବୁଡରେ ପଡି ଯାଇଥିଲେ । ଆଉ ନୃଶଂସ ହାତୀ ତାଙ୍କୁ ଦଳି ଦେଇଥିଲା । ପରେ ଅନ୍ୟ କର୍ମଚାରୀ ମାନେ ମିଶି ଦନ୍ତା ହାତୀ କୁ ଘଉଡାଇ ଦେଇଥିଲେ । କିନ୍ତୁ ଏପଟେ ରେଞ୍ଜର ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରା ଯାଇଛି ।

ସୂଚନା ଅନୁଯାୟୀ ରେବଞ୍ଜର ଙ୍କ ଅବସ୍ଥା ଏବେ ଶୋଚନୀୟ ରହିଛି । କିନ୍ତୁ ଏବେ ଖବର ଆସିଛି କି ସେ ଆଉ ନାହାନ୍ତି । ହାତୀ ଆକ୍ରମଣରେ ନଲା ରେ ନଜର ଙ୍କର ମୃତ୍ୟୁ ଆଟିଛି । ଆଉ ମେଡିକାଲ ପଇସାର ରେ ଏବେ ଶୋକର ଛାୟା ଖେଳି ଯାଇଛି । ପରିବାର ଲୋକେ ମଧ୍ୟ ନଲା ରେଞ୍ଜର ଙ୍କୁ ହରାଇ ଏବେ ଦୁଃଖ ରେ ମ୍ରିୟମାଣ ହୋଇ ପଡିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।