ଗୁଟଖା ପ୍ଯାକେଟ ଖୋଲିଲେ ବାହାରୁଛି ପୁଳା ପୁଳା ବିଦେଶୀ ମୁଦ୍ରା । ଆଉ ଏହି ଦୃଶ୍ୟ ଦେଖିବା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଉଛି । ଲୋକଙ୍କୁ ଚିନ୍ତାରେ ପକାଇ ଦେଉଛି ଏଭଳି ଭିଜୁଆଲ । ଗୁଟଖା ପ୍ଯାକେଟରୁ ଆମେରିକୀୟ ଡଲାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣ ଦେଖି ପାରୁଥିବେ କି ଗୁଟଖା ପାଉଚ ଖୋଲିଲେ ସେଥିରୁ କିଛି ଗୁଟଖା ସହ ଏକ ସିଲଭର କୋଟେଡ ପ୍ଯାକେଟ ମଧ୍ୟ ମିଳୁଛି ।
ଯାହାକୁ ଖୋଲିଲେ ସେଥିରୁ ବାହାରୁଛି ଖଡଖଡିଆ ଆମେରିକୀୟ ଡଲାର । ଏମିତି ଶହ ଶହ ଗୁଟଖା ପାଉଚ ରହିଛି ସେହି ଆଟାଚୀ ଭିତରେ । ଯେଉଁଥିରେ ଅନେକ ଡଲାର ସବୁ ରଖାଯାଇଛି । କୋଲକାତା ବିମାନ ବନ୍ଦରରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ରବିବାର ଦିନ କୋଲକାତା କଷ୍ଟମ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଜଣେ ବ୍ୟକ୍ତିଙ୍କ ଠାରୁ ଚାଳିଶି ହଜାର ଡଲାର ମୂଲ୍ୟର ବିଦେଶୀ ନୋଟ ଜବତ କରିଛନ୍ତି ।
ଯାହା ଭାରତୀୟ ଟଙ୍କା ହିସାବରେ 32 ଲକ୍ଷ 80 ହଜାର ଟଙ୍କା ହେବ । ତେବେ ଗୁଟଖା ପ୍ଯାକେଟରେ କିଭଳି ହଜାର ହଜାର ଡଲାର ଚାଲାଣ କରା ଯାଉଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଖବର ମୁତାବକ ଏହି ସବୁ ଟଙ୍କା ବ୍ୟାଙ୍କକ ଯାଉଥିଲା । ସେଠାରେ ଏହି ଟଙ୍କାକୁ ପରିବର୍ତ୍ତନ ଜରା ଯାଇଥାନ୍ତା ।
ତେବେ ବ୍ୟକ୍ତିଜଣକ ଏଭଳି ଉପାୟରେ ଟଙ୍କା ନେଇ ବ୍ୟାଙ୍କକ ଯାଉଥିବା ବେଳେ କଲିକତା କଷ୍ଟ ଡିପାର୍ଟମେଣ୍ଟ ତାଙ୍କୁ ଧରିଥିଲା । ଏୟାର ଇଣ୍ଟେଲିଜେନ୍ସି ଠାରୁ ଏନେଇ ସୂଚନା ମିଳିବା ପରେ କୋଲକାତା କଷ୍ଟ ଡିପାର୍ଟମେଣ୍ଟ ର ଅଧିକାରୀ ସବୁ ବ୍ୟାଗକୁ ଭଲ ଭାବେ ଚେକ୍ କରିଥିଲେ । ଯାହାପରେ ଏକ ବଡ ଟ୍ରଲି ବ୍ୟାଗକୁ ସନ୍ଦେହ ଘେରକୁ ନିଆ ଯାଇଥିଲା । ବ୍ୟାଗରେ ବିପୁଳ ପରିମାଣର ଗୁଟଖା ଦେଖି ସନ୍ଦେହ ବଢିଥିଲା ।
ଆଉ ଯାଞ୍ଚ କରିବା ପରେ ସେଥିରୁ ବିଦେଶୀ ନୋଟ ସବୁ ବାହାରିଥିଲା । ଏମିତି ଗୋଟିଏ ପରେ ଗୋଟିଏ ଗୁଟଖା ପାଉଚ ଚିରି ସେଥିରୁ ଡଲାର ସବୁ ଜବତ କରିଥିଲେ ଅଧିକାରୀ ମାନେ । ବର୍ତ୍ତମାନ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ପଚରା ଉଚରା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।