ଗୋଟିଏ ଲକ୍ଷଣ ଯାହା କେବଳ Omicron ନେଇ ଆସିଥାଏ !

ଆଜି ଆମେ ଆପଣଙ୍କୁ ଏକ ଏମିତି ଲକ୍ଷଣ ବିଷୟରେ କହିବୁ ଯାହାକି ଓମିକ୍ରନ ଭାରିଏଣ୍ଟ ମାମଲାରେ ସାମ୍ନାକୁ ଆସୁଛି । ଯଦି ଆପଣ ଏହି ଲକ୍ଷଣକୁ ନଜର ରଖିବେ ତେବେ ବୋଧେ ହୁଏ ଆପଣ ଓମିକ୍ରନ ଭାରିଏଣ୍ଟକୁ ସହଜରେ ଜାଣି ପାରିବେ । କହିଦେଉଛୁ କି ଓମିକ୍ରନ ଭାରିଏଣ୍ଟ କିମ୍ବା ଇନଫେକସନ ଅଧିକ ଘାତକ ନୁହେଁ କିନ୍ତୁ ନଜର ଅନ୍ଦାଜ କରିବା ଉଚିତ ନୁହେଁ । କହିଦେଉଛୁ କି ଓମିକ୍ରନ ଭାରିଏଣ୍ଟ କରୋନାର ଡେଲ୍ଟା ଭାରିଏଣ୍ଟ ଠାରୁ ୩ ଗୁଣା ଅଧିକ ଜଲ୍ଦି ଆକ୍ରାନ୍ତ କରୁଛି ।

ଏହା ସେମାନଙ୍କୁ ବି ଆକ୍ରାନ୍ତ କରି ପାରିବ ଯେଉଁମାନେ ଆଗରୁ କୋଭିଡ ହୋଇସାରିଛି ଓ ସେମାନେ ରିକଭରି ହୋଇ ଯାଇଛନ୍ତି । ଓମିକ୍ରନ ତାଙ୍କୁ ବି ହୋଇପାରେ ଯେଉଁମାନେ ଭ୍ୟାକସିନ ନେଇସାରିଛନ୍ତି ଓ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି ପାଇସାରିଛି । ଓମିକ୍ରନ ଲକ୍ଷଣ ବିଷୟରେ କହିବା ତେବେ ପ୍ରଥମେ ତ ଆପଣଙ୍କୁ ଜର ଆସିବ ।

ଯାହାକି ୩ ରୁ ୪ ଦିନ ମଧ୍ୟରେ ଭଲ ହୋଇଯିବ । କ୍ଳାନ୍ତ ଅନୁଭବ କରିବେ ଯାହାକି ଧୀରେ ଧୀରେ ବଢି ଚାଲିବ । ଶୁଖିଲା କାସ ହବ । ଶରୀରରେ ଯନ୍ତ୍ରଣା ହବ । କିନ୍ତୁ ଏହି ସବୁ ଲକ୍ଷଣ ୫ ରୁ ୭ ଦିନ ମଧ୍ୟରେ ଦୂର ହୋଇଯିବ । କିନ୍ତୁ ଡେଲ୍ଟା ଭାରିଏଣ୍ଟର ସମୟରେ କିମ୍ବା ତାହା ପୂର୍ବରୁ ଯେଉଁ ସବୁ କରୋନା ଲକ୍ଷଣ ନଜର ଆସୁଥିଲା, ତାହା ବର୍ତ୍ତମାନ ସମୟରେ ନଜର ଆସୁ ନାହିଁ ।

ପ୍ରଥମେ ପ୍ରଥମେ କୋଭିଡ ୧୯ରେ ମାମଲାରେ ସୁଙ୍ଘିବା ଶକ୍ତି ଓ ସ୍ଵାଦ ଚାଲି ଯାଉ ଥିଲା । କିନ୍ତୁ ତାହା ବର୍ତ୍ତମାନ ଓମିକ୍ରନ ମାମଲାରେ ନଜର ଆସୁ ନାହିଁ । ଓମିକ୍ରନ ମାମଲାରେ କିଛି ନୂଆ ଲକ୍ଷଣ ସାମ୍ନାକୁ ଆସୁଛି । ଓମିକ୍ରନରେ ଭୋକ ଗାୟବ ହୋଇଯିବ । ଯଦି ଜର ଥଣ୍ଡା ଆସୁଛି, କାସ ହେଉଛି, ଓ ଭୋକ ପୁରା ଗାୟବ ହୋଇ ଯାଉଛି ତେବେ ଆପଣ ସତର୍କ ହୋଇ ଯାଅନ୍ତୁ ଓ ନିଜର ଟେସ୍ଟ କରାନ୍ତୁ । ଏହି ସବୁ ଲକ୍ଷଣ କରୋନାର ଡେଲ୍ଟା ଭାରିଏଣ୍ଟରେ ନ ଥିଲା ।

କରୋନାର ପୂର୍ବ ଲକ୍ଷଣରେ ସୁଙ୍ଘିବା ଶକ୍ତି ଓ ସ୍ଵାଦ ଚାଲି ଯାଉ ଥିଲା । କିନ୍ତୁ ଓମିକ୍ରନ ମାମଲାରେ ଏହିଭଳି କିଛି ବି ନଜର ଆସୁ ନାହିଁ । ଯଦି ଆପଣ ଏହିଭଳି କୌଣସି ଶରୀରରେ ଲକ୍ଷଣ ନଜର ଆସୁଛି ଓ ଆପଣଙ୍କୁ ଲାଗୁଛି କି ଓମିକ୍ରନରେ ଇନଫେକସନ ହୋଇଛି ତେବେ ଆପଣ ପ୍ରଥମେ ଆରଟିପିସିଆର ଟେସ୍ଟ କରାନ୍ତୁ । ଯଦି ପଜିଟିବ ଆସୁଛି ତେବେ ଆପଣ ଆଇଶ୍ଳୋଏଟ ହୋଇ ଯାଆନ୍ତୁ । ନିଜର ଲକ୍ଷଣ ଗୁଡିକ ଉପରେ ଧ୍ୟାନ ଦିଅନ୍ତୁ । ଯଦି ଅଧିକ ସମସ୍ୟା ଆସୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ହସ୍ପିଟାଲରେ ଭର୍ତ୍ତି ହୁଅନ୍ତୁ ।