ମୋର କେବଳ ଏହି ୧ କଥା ମାନି ନିଅନ୍ତୁ, ଦିନେ ନା ଦିନେ ସଫଳତା ଅବଶ୍ୟ ମିଳିବ- Krishna Vani

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ର ର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ ରଚିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ଏହା ଅନେକ ଥର ପ୍ରମାଣିତ ମଧ୍ୟ ହୋଇସାରିଛି । ଏହା ସହିତ ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି କି ଶାସ୍ତ୍ର ରେ ଲେଖା ଯାଇଥିବା ସମସ୍ତ କଥା ସତ ଅଟେ । ତେବେ ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଅନେକ ଶାସ୍ତ୍ର ରହି ଅଛି । କିନ୍ତୁ ସେଥିମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ରଚିତ ଶ୍ରୀମଦ ଭଗବତ ଗୀତା ହେଉଛି ହିନ୍ଦୁ ଧର୍ମର ମୁଖ୍ୟ ଗ୍ରନ୍ଥ ।

କୁହାଯାଏ କି ଏହି ଗ୍ରଂଥ ଟି ରେ ଯାହା ଲେଖାଯାଇଛି ସେ ସବୁ କୁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଏଥିରେ ମନୁଷ୍ୟ ଜୀବନର ଅନେକ କଥା ବିଷୟ ରେ ଲେଖିଛନ୍ତି । ଦୁନିଆ ରେ ଏପରି କିଛି ସମସ୍ୟା ନାହିଁ ଯାହାର ସମାଧାନ ଶ୍ରୀମଦ ଭଗବତ ଗୀତା ରେ ନ ଥିବ ।

ତେବେ ବନ୍ଧୁଗଣ ଏହି ଗ୍ରଂଥ ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟ ଯଦି ତାଙ୍କର ଏହି ଗୋଟିଏ କଥା ଟିକୁ ମାନି ଚଳିବ ତେବେ ଜୀବନ ସାରା ସୁଖ ଓ ଶାନ୍ତି ରେ ରହିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟରେ ଆହୁରି ଅନେକ କଥା । ବନ୍ଧୁଗଣ ଆମେ ଦିନ ସାରା ବହୁତ କାମ କରିଥାଉ । ବହୁତ କାମ କରିବା ପରେ ଆମେ ଥକି ଯାଇଥାଉ । ତେଣୁ ଆମେ ବିଶ୍ରାମ କରିବା ପାଇଁ ଭାବିଥାଉ । କିନ୍ତୁ ବେଳେବେଳେ ଆମେ ସମ୍ପୂର୍ଣ୍ଣ ବିଶ୍ରାମ ନ ନେଉଥିବାରୁ ଆମକୁ ବହୁତ ଅଳସୁଆ ଲାଗିଥାଏ ।

ତେଣୁ ଆମେ ସବୁବେଳେ ଭାବିଥାଉ କି ଗୋଟିଏ ଦିନ ରେ ଯଦି ୨୪ ଘଂଟା ନ ହୋଇ ଆହୁରି ଅଧିକ ସମୟ ହୋଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା । ଯାହା ଫଳ ରେ ଆମେ ଅଧିକ ସମୟ ବିଶ୍ରାମ କରି ପାରନ୍ତେ ଓ କାମ କରିବାରେ ଆମର ସମ୍ପୂର୍ଣ୍ଣ ମନୋଭାବ ରହିଥାନ୍ତା । କିନ୍ତୁ ଆମେ କଣ କେବେ ଭାବିଛେ ଯେ ଏହି ଦୁନିଆ ରେ ଯେଉଁ ମାନେ ସଫଳ ବ୍ୟକ୍ତି ରୂପେ ପରିଚିତ ହୋଇଛନ୍ତି ସେମାନଙ୍କ ପାଖରେ ମଧ୍ୟ ସେହି ଦିନକୁ ୨୪ ଘଣ୍ଟା ହିଁ ଥିଲା ତଥାପି ସେମାନେ କିପରି ଏତେ ଉପରକୁ ଉଠିପାରିଲେ ।

ଏହି ପରି ଭାବନା ବହୁତ ଥର ମନକୁ ଆସିଥାଏ ଓ ଆମେ ତାହାର କାରଣ ମଧ୍ୟ ଖୋଜି ଥାଉ କିନ୍ତୁ କିଛି କାରଣ ପାଇ ନ ଥାଉ । ବନ୍ଧୁଗଣ ସେହି ସଫଳ ବ୍ୟକ୍ତି ମାନେ ସେହି କାମ କୁ ବାଛିଥାନ୍ତି ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଆନନ୍ଦ ମିଳିଥାଏ । ସେମାନେ ନିଜ କାର୍ଯ୍ୟ କୁ ସବୁବେଳେ ଉପଭୋଗ କରିଥାନ୍ତି । ତେଣୁ ଉପଭୋଗ କରିବା ସମୟ ରେ ତାଙ୍କୁ କୌଣସି ପ୍ରକାର ଆଳସ୍ୟ ଆସି ନ ଥାଏ । କେବଳ ତାଙ୍କୁ ନୁହେଁ କାହାକୁ ମଧ୍ୟ ଆଳସ୍ୟ ଆସି ନ ଥାଏ ଯଦି ସେ ତା ମନ ଇଛା ଅନୁଯାୟୀ କାର୍ଯ୍ୟ କରିଥାଏ ।

ତେବେ ବନ୍ଧୁଗଣ ସବୁ ବେଳେ ଏପରି କାର୍ଯ୍ୟ ବାଛନ୍ତୁ ଯାହାକୁ ଆପଣ ଉପଭୋଗ କରିପାରୁଥିବେ । ଯେପରି ସେହି କାର୍ଯ୍ୟ ରୁ ଆପଣଂକୁ ବହୁତ ଆନନ୍ଦ ମିଳୁଥିବ । ଏପରି କାର୍ଯ୍ୟ ବାଛିବା ଦ୍ୱାରା ଆପଣଂକୁ କେବେ ମଧ୍ୟ ଆଳସ୍ୟ ଆସି ନ ଥାଏ । ଆପଣ କେବେ ହେଲେ ମଧ୍ୟ କାର୍ଯ୍ୟ କରିବା ସମୟ ରେ ଥକି ପଡି ନ ଥାନ୍ତି । ଏପରି କାର୍ଯ୍ୟ କରିବା ସମୟ ରେ ଆପଣ ଙ୍କ ମନୋବଳ ଖୁବ ଦୃଢ଼ ରହିଥାଏ । ଆପଣଂକୁ ସେହି କାମ କରିବା ସମୟ ରେ ଆଦୌ ଥକାପଣ ଅନୁଭବ ହୋଇ ନ ଥାଏ ।

ସେ ସେହି କାର୍ଯ୍ୟ ରୁ ବହୁତ ଆନନ୍ଦ ପାଇଥାଏ ଓ ମଜା ଉଠାଇ ଥାଏ । ତେଣୁ ଆପଣ ଯେତେ ବେଳେ ବି ଯେଉଁ କାର୍ଯ୍ୟ କରୁଛନ୍ତି ସେହି କାମ କୁ ପୁରା ଆନନ୍ଦ ରେ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଭବିଷ୍ୟତ ରେ ନିଶ୍ଚୟ ଜଣେ ସଫଳ ବ୍ୟକ୍ତି ଭାବେ ପରିଚିତ ହେବେ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।