ନମସ୍କାର ବନ୍ଧୁଗଣ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ହ-ତ୍ୟା କା-ଣ୍ଡ ଘଟଣା ରେ ଅ-ଭି-ଯୁ-କ୍ତ ଗୋପାଳ ଦାସ ବର୍ତ୍ତମାନ ଜେଲରେ ଅଛି । ଆଉ ସେତେବେଳେ କିଏ କହିଲା ଗୋପାଳ ମୁଣ୍ଡ କାମ କରୁ ନାହିଁ ତ ଆଉ କିଏ କହିଲା ଗୋପାଳ ଜଣେ ମାସିକ ରୋଗୀ । ଆଉ ଏଭଳି ଏକ ଅଭିଯୋଗର ଝାରସୁଗୁଡା କୋର୍ଟ ରାୟ ଶୁଣାଇ ଥିଲେ । ଝାରସୁଗୁଡା ଜିଲ୍ଲା ଦୌରା ଜଜ କହିଛି କି ଅଭିଯୁକ୍ତ ଗୋପାଳ ଦାସ ଜଣେ ପାଗଳ ନୁହେଁ । ତଦନ୍ତ ବେଳେ ସେ ତଦନ୍ତକାରୀ ଟିମ ସହ ଆଖି ରେ ଆଖି ମିଶାଇ ତଦନ୍ତ କରିଛି । ଗୋପାଳ ର ମାନସିକ ଅବସ୍ଥା ମଧ୍ୟମ ଧରଣର ରହିଛି ।

ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା ଗଠନ ହୋଇଥିବା ମେଡିକାଲ ବୋର୍ଡ ରିପୋର୍ଟ ବି କହୁଛି ଅ-ଭି-ଯୁ-କ୍ତ ଗୋପାଳ ପାଗଳ ନୁହେଁ । ଏବେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟା ମାମଲାରେ ଗୋପାଳ ଦାସ ଜେଲ ରେ ଅଛି । ଆଉ ଏପଟେ ଝାରସୁଗୁଡାରେ ଉପ-ନିର୍ବାଚନ ଚାଲିଛି ।
ପ୍ରଚାରରେ କମ୍ପୁଛି ପୁରା ଝାରସୁଗୁଡା । କେତେବେଳେ ବିଜୁ ଜନତା ଦଳ ତ କେବେ ଭାରତୀୟ ଜନତା ପାର୍ଟି ତ ଆଉ କେବେ କଂଗ୍ରେସ । ସମସ୍ତେ ସମସ୍ତଙ୍କର ପ୍ରାର୍ଥୀ କୁ ଜିତାଇବା ପାଇଁ ଜି ଜାନ ଲଗାଇ ଦେଇଛନ୍ତି । ଆଉ ଯେବେ ଝାରସୁଗୁଡା ରେ ଅସହୟ ଗରମ ଠିକ ସେତିକି ବେଳେ ପ୍ରଚାର ଜମୁଛି ।

ହଜାର ହଜାର ଲୋକ ଏକତ୍ରିତ ହେଉଛନ୍ତି । ବିଜୁ ଜନତା ଦଳର ନାରା ପକାଉଛନ୍ତି ତ ଆଉ କେତେବେଳେ ଏଥର ପଦ୍ମ ଫୁଟିବ ବୋଲି କହୁଛନ୍ତି । କିନ୍ତୁ ଏହାରି ଭିତରେ କୁଆଡେ ଜେଲରେ ପେପର ପଢି ଗୋପାଳ କହୁଛି “ମୁଁ ଟିକେ ନିର୍ବାଚନି ପ୍ରଚାର କରିଥାନ୍ତି ।
କିଛି ନ ହେଲେ ମୁଁ ନିର୍ବଚାନ ପ୍ରଚାର ବେଳେ ମୁଁ ତ ମୋ ଡିୟୁଟି କରିପାରି ଥାନ୍ତି । ଯଦି ମୋର ଚାକିର ଯିବ ତେବେ ମୁଁ ଟିକେ ପ୍ରଚାର କରିବି । ଆଉ ଯେବେ ଅଭିଯୁକ୍ତ ଗୋପାଳ ପେପର ଲେଉଟାଉଛି ସେତେବେଳେ ଦେଖୁଛି କେନ୍ଦ୍ରୀୟ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ବିଶିଶି ସଭାପତି ଆସିଛନ୍ତି ପ୍ରଚାର କୁ ।
ଠିକ ଏତିକି ବେଳେ ଗୋପାଳ କହୁଛି ମୁଁ ଟିକେ ପ୍ରଚାର କୁ ଯିବି । ମୁଁ ଟିକେ ହଟା ଯୋଡି ଭୋଟ ମାଗିବୀ । ଆଉ ବେଳେବେଳେ ହସି ହସି କହୁଛି ବାପା ସହ ସିନା ରାଗ ଥିଲା ଝିଅ ସହ ନାହିଁ । ଆଉ ମୁଁ ବି ଚାହୁଁଛି ଝିଅ ଦୀପାଳି ଜିତି ଯାଉ । ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।