ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି କୋର୍ଟରେ ତପସ୍ଵିନୀ ଓ ସୁମିତଙ୍କ ମାମଲା ମଧ୍ୟ ଘୁଞ୍ଚିବାରେ ଲାଗିଛି । ଦିନକୁ ଦିନ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ସୁମିତ ତପସ୍ଵିନୀଙ୍କୁ ଗ୍ରହଣ କରିବେନି ବୋଲି ନାଛୋଡ ବନ୍ଧା । ଆଉ ସେପଟେ ତପସ୍ଵିନୀ ସୁମିତଙ୍କ ସହ ରହିବେ ବୋଲି ନିଜ ଜିଦରେ ଅଟଳ । କୋର୍ଟ ଶୁଣାଣି ତାରିଖ ଆସୁଛି ଏବଂ ଯାଉଛି । କିନ୍ତୁ ତପସ୍ଵିନୀ ତାଙ୍କ ସଂଘର୍ଷ ଯେଉଁଠୁ ଆରମ୍ଭ କରିଥିଲେ ସେଇଠି ହିଁ ପଡି ରହିଛନ୍ତି । ଆଉ ସୁମିତ ଏବେ ବି ତପସ୍ଵିନୀଙ୍କ ପ୍ରତି ଆଖି ବୁଜି ଦେଇଛନ୍ତି ।

ଜନ ସାଧାରଣଙ୍କ ସହଯୋଗରେ ତପସ୍ଵିନୀ ସୁମିତଙ୍କ ବାରଣ୍ଡାରେ ପ୍ରବେଶ କରିଥିଲେ । ଆଉ ଏବେ ସେ ସେଠାରେ ରହୁଛନ୍ତି । ତେବେ ସେଠାରେ ଶୀତ ଦାଉରୁ ରକ୍ଷା ପାଇବା ସହ ତାଙ୍କୁ ବିଶେଷ ଅସୁବିଧା ହେଉ ନାହିଁ ବୋଲି କହିଛନ୍ତି ପ୍ରମିଳା ମା । ତପସ୍ଵିନୀ, ତାଙ୍କ ଘରଲୋକ ଏବଂ ପ୍ରମିଳା ମା ଏବେ ବି ଆଶା ବାନ୍ଧି ବସିଛନ୍ତି କି ତପସ୍ଵିନୀଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ଆଉ ସେ ଶୀଘ୍ର ସୁମିତଙ୍କ ପାଖକୁ ଯିବେ ।
ସେପଟେ ସୁମିତ କହି ଚାଲିଛନ୍ତି କି ଏତେ ସବୁ ତାଙ୍କ ସହ ଘଟିଲା ପରେ ସେ ଆଗାମୀ ସାତ ଜନ୍ମରେ ମଧ୍ୟ ତପସ୍ଵିନୀଙ୍କୁ ନିଜର କରିବା କଥା ଭାବି ପାରିବେନି । ତେବେ ଆସନ୍ତା ଜାନୁୟାରୀ ୪ ତାରିଖରେ ତପସ୍ଵିନୀଙ୍କ ପିଟିସନର ଶୁଣାଣି ରହିଛି । କୋର୍ଟଙ୍କ ରାୟ ୪ ତାରିଖକୁ ଘୁଞ୍ଚିବା ପରେ ପ୍ରମିଳା ମା ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି କି, ତାରିଖ ଘୁଞ୍ଚୁଛି ମାନେ ନିଶ୍ଚୟ କିଛି ଗୋଟେ ହେବ ବା ତପସ୍ଵିନୀଙ୍କ ସପକ୍ଷରେ ନିଶ୍ଚୟ ରାୟ ଶୁଣାଇବେ କୋର୍ଟ ।
ଯାହା ବି ହେଉଛି ଭଗବାନ ଭଲ କରିଛନ୍ତି, ତପସ୍ଵିନୀ ଏବେ ପିଣ୍ଡାରେ ଭଲରେ ରହୁଛନ୍ତି ବୋଲି ପ୍ରମିଳା ମା କହିଛନ୍ତି । ଓକିଲ ଯେବେ ତାଙ୍କୁ କୋର୍ଟକୁ ଡାକିବେ ସେମାନେ ଯିବେ । ଆଉ ସେପର୍ଯ୍ୟନ୍ତ ପିଣ୍ଡାରେ ହିଁ ବସି ରହିଥିବେ ବୋଲି ସେ କହିଛନ୍ତି । ଭଗବାନଙ୍କ ଆଶୀର୍ବାଦ ଏବଂ ଜନ ସାଧାରଣଙ୍କ ପ୍ରାର୍ଥନା ନିଶ୍ଚୟ ତପସ୍ଵିନୀଙ୍କୁ ସଫଳତା ଆଣିଦେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି ।

କିନ୍ତୁ ଅନ୍ୟପଟେ ସୁମିତ ଏବଂ ତାଙ୍କ ପରିବାର ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି । ଏହାସହ ସୁମିତ ମଧ୍ୟ ଧୀରେ ଧୀରେ ଅନେକ ଲୋକଙ୍କ ସମର୍ଥନ ହାସଲ କରି ଚାଲିଛନ୍ତି । ଏପରି ସ୍ଥଳେ କୋର୍ଟ କ’ଣ ରାୟ ଶୁଣାଇବେ ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।