Vastu Tips- ଘରୁ ବାହାରକୁ ଯିବା ସମୟରେ ଦେଖା ଦେଲେ ଏହି 10 ସଙ୍କେତ, ହୋଇଥାଏ ବହୁତ ଶୁଭ, ସବୁ ମନୋକାମନା ହୁଏ ପୂର୍ଣ୍ଣ

ଆମ ଆଖପାଖରେ ଥିବା ଛୋଟ ବଡ ସମସ୍ତ ବସ୍ତୁ ହେଉନ୍ତୁ ବା ଜୀବଜନ୍ତୁ ସମସ୍ତଙ୍କର ନିଜର ଉର୍ଜା ରହିଛି । ଏହି ଉର୍ଜା କେବେ ଶୁଭ ହୋଇଥାଏ ତ କେବେ ଅଶୁଭ । ଏହି ବସ୍ତ୍ ଓ ପ୍ରାଣୀମାନେ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଶୁଭ ଓ ଅଶୁଭ ଘଟଣାର ସଙ୍କେତ ଦେଇଥାନ୍ତି । ହିନ୍ଦୁଧର୍ମର ପ୍ରାୟତଃ ସମସ୍ତ ଶାସ୍ତ୍ରରେ ଶୁଭ ଓ ଅଶୁଭ ବସ୍ତୁ/ପ୍ରାଣୀଙ୍କ ବିଷୟରେ ଉଲ୍ଲେଖ ରହିଛି । ଆଜି ଆମେ ଏପରି କିଛି ବସ୍ତୁ/ପ୍ରାଣୀଙ୍କ ବିଷୟରେ ଜାଣିବା ।

୧- ଆପଣ କୌଣସି ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଘରୁ ବାହାରିଲା ବେଳେ ଯଦି ଦେଖୁଛନ୍ତି କି ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧି ଜଣେ ବାଳିକା ହସୁଥିବାର ଦେଖା ଯାଉଛି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କୁ କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିବ । ୨- ଆପଣ କେଉଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଘରୁ ବାହାରିବା ସମୟରେ ଭୁଲ୍ ରେ ଦୁଗ୍ଧ ପାତ୍ରରୁ ଦୁଗ୍ଧ ଉତୁରି ପଡ଼ିବା ମଧ୍ୟ ଉତ୍ତମ ସଙ୍କେତ ବୋଲି କୁହାଯାଏ । ମାତ୍ର ପାତ୍ରରେ ରଖା ଯାଇଥିବା ଦୁଗ୍ଧ ଯଦି ଜାଣିଶୁଣି ବା କାହା ଧକ୍କାରେ ପଡ଼ିଯାଏ, ତେବେ ତାହା ଅଶୁଭ ସଙ୍କେତ ଅଟେ ।

୩- ଯଦି ଘରୁ ବାହାରିବା ବେଳେ ଆପଣଙ୍କୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଛିଙ୍କ ଆସେ କିମ୍ବା କିଏ ପଛରୁ ଡାକେ ତେବେ ତାହା ଅଶୁଭ ସଙ୍କେତ ବୋଲି କୁହାଯାଏ । ଆପଣ ଅଳ୍ପ ସମୟ ବସି ଶାନ୍ତିରେ ପାଣି ପିଅନ୍ତୁ ଓ ତା ପରେ କାମକୁ ଯାଆନ୍ତୁ । ଏହାଦ୍ବାରା ଅଶୁଭ ପ୍ରଭାବ ଦୂର ହୋଇଯାଏ । ୪- ଘରୁ ବାହାରିବା ସମୟରେ ମନ୍ଦିର ଘଣ୍ଟି ବାଜିବା ଶବ୍ଦ, ପୂଜା ଭଜନ ଓ ମନ୍ତ୍ରର ଶବ୍ଦ କିମ୍ବା ଗାଈର ଶବ୍ଦ ଶୁଣିବା ମଧ୍ୟ ଶୁଭ ସଙ୍କେତ ଅଟେ । ସେହିପରି କଳି ଝଗଡା, କୁକୁର କାନ୍ଦିବାର ଶୁଣିବା ଅଶୁଭ ହୋଇଥାଏ ।

୫- ଘରୁ ବାହାରିବା ସମୟରେ ଫୁଲ, ନଡ଼ିଆ, ସ୍ଵସ୍ତିକ, ତ୍ରିଶୂଳ, ଧ୍ଵଜା, ଡମ୍ବରୁ ଓ ଶଙ୍ଖ ଆଦି ଧାର୍ମିକ ଜିନିଷ ଦେଖିବାକୁ ମିଳେ, ତେବେ ତାହା ଶୁଭ ସଙ୍କେତ ଅଟେ । ସେହିପରି ଅଳିଆ ଆବର୍ଜ୍ଜନା, ଓଲଟା ପଡ଼ିଥିବା ଜୋତା ଚପଲ, ଖାଲି ମାଠିଆ ଓ ଲୋଟା ଆଦି ଦେଖିବା ଅଶୁଭ ସଙ୍କେତ ଅଟେ । ୬- ଘରୁ ବାହାରିବା ସମୟରେ ଯଦି ଘରଦ୍ୱାରରେ ଗୋମାତା ଦେଖିବାକୁ ମିଳନ୍ତି, ତେବେ ତାହା ମଧ୍ୟ ଶୁଭ ସଙ୍କେତ ଅଟେ । ସେଥିପାଇଁ ତାଙ୍କୁ ପ୍ରଣାମ କରି ଯାଆନ୍ତୁ ।

୭- ଘରୁ ଜରୁରୀ କାମରେ ଯିବା ସମୟରେ ସାପ, ନେଉଳ, ଝିଟିପିଟି, ହାତୀ ଓ ମୟୂର ଦେଖାଗଲେ ଶୁଭ ସଙ୍କେତ ଅଟେ । ସେହିପରି ରାସ୍ତାରେ କଳା ବିଲେଇ ଦେଖିଲେ ଅଶୁଭ ବୋଲି କୁହାଯାଏ । ୮- ଘରୁ ବାହାରିବା ପରେ ଯଦି ଆପଣଙ୍କୁ କିନ୍ନର କିମ୍ବା କାହାର ଶବ ଯାଉଥିବାର ଦେଖିବାକୁ ମିଳେ ତାହା ମଧ୍ୟ ଶୁଭ ଅଟେ । ହାତ ଯୋଡ଼ି ପ୍ରମାଣ କରି ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରନ୍ତୁ ।

୯- ଯଦି ଆପଣଙ୍କୁ ରାସ୍ତାରେ ଯିବା ସନୟରେ ମୁଦ୍ରା ମିଳୁଛି, ତେବେ ନିକଟ ଭବିଷ୍ୟତରେ ଆପଣଙ୍କୁ ଧନ ପ୍ରାପ୍ତିର ଯୋଗ ହେଉଅଛି । ୧୦- ସେହିପରି ଯଦି ଘରୁ ଯିବା ସମୟରେ ପୁରୁଷଙ୍କ ଡାହାଣ ଆଖି ଓ ସ୍ତ୍ରୀ ଙ୍କ ବାମ ଆଖି ଡେଉଁଛି ତେବେ ଏହା ମଧ୍ୟ ଶୁଭ ସଙ୍କେତ ଅଟେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ