ନମସ୍କାର ବନ୍ଧୁଗଣ ତେବେ ଯାଜପୁର ସୁକିନ୍ଦା ବଜ଼ାର ଉପରେ ହଠାତ ଏପରି ପାଟି କରିବାକୁ ଲାଗିଥିଲେ ଜଣେ ମହିଳା । ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କ ସହିତ ବଚସା କରୁଥିବା ସମୟରେ ମହିଳା ଜଣକ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଥିଲା । ତେବେ ପରେ ଜଣା ପଡିଥିଲା ଯେ ମହିଳା ଜଣକ କୁଆଡେ ବିବାହିତା ଏବଂ ତାଙ୍କର ଏକ ୮ ବର୍ଷର ପୁଅ ମଧ୍ୟ ରହିଛି । କିନ୍ତୁ, ସ୍ୱାମୀ, ପୁଅ ଓ ଘର ସଂସାର ଛାଡ଼ି ସେ ଦୁଇ ବର୍ଷ ହେବ ପ୍ରେମିକ ସହିତ ଚାଲି ଆସିଥିଲେ ।
ବର୍ତ୍ତମାନ ଯେଉଁ ବ୍ୟକ୍ତିଙ୍କ ସହିତ ସେ ଝଗଡ଼ା କରୁଥିଲେ ସେ କୁଆଡେ ତାଙ୍କ ପ୍ରେମିକ ନାଁ ତାଙ୍କର ଦୀପକ । ଦୁଇ ବର୍ଷ ହେବ ମହିଳା ଜଣକ ଦୀପକଙ୍କ ହାତ ଧରି ଘର ଛାଡ଼ି ଚାଲି ଆସିଥିଲେ ।ତେବେ କିନ୍ତୁ ମହିଳା ଜଣକ ବିବାହିତା ହୋଇଥିବାରୁ ଦୀପକଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କରି ନଥିଲେ ।
ଏହାପରେ ଉଭୟେ ଦୁଇ ବର୍ଷ ଧରି ଘରଭଡ଼ା ନେଇ ବାହାରେ ରହୁଥିଲେ । ଏହାରି ମଧ୍ୟରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ ହେଁ ଦୀପକ ତାଙ୍କର ଗର୍ଭପାତ କରାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ୨ ବର୍ଷ ପରେ ସେମାନଙ୍କ ପ୍ରେମ ସମ୍ପର୍କରେ ଭଟ୍ଟା ପଡି ଯାଇଥିଲା । ଏବେ ଦୀପକ ଆଉ କାହାକୁ ବିବାହ କରିଥିବା ଜାଣି ମହିଳା ସୁକିନ୍ଦା ଥାନାରେ ଅଭିଯୋଗ କରିବାକୁ ଆସିଥିବା ବେଳେ ରାସ୍ତାରେ ଦୀପକ ହାବୁଡି ଯାଇଥିଲେ ।
ମହିଳା ଜଣକ ପେଟ୍ରୋଲ ବୋତଲ ଧରି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି । ତେବେ ବର୍ତ୍ତମାନ ଦୀପକ ଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେହି ମହିଳା ଜଣଙ୍କ ର ସ୍ୱାମୀ ର ଯେତେବେଳେ ଦୁର୍ଘଟଣା ହୋଇ ଯାଇଥିଲା ସେତେବେଳେ ଦୀପକ ହିଁ ତାକୁ ସାହାର୍ଯ୍ୟ କରିଥିଲେ ।
ସବୁ ଜିନିଷ ଯୋଗାଇ ଦେଉଥିଲେ ତେବେ ସେ ତାକୁ ଧରମ ପୁଅ ବୋଲି ମଧ୍ୟ ମାନୁଥିଲେ । ତେବେ ତାଙ୍କ ଘରେ ମଧ୍ୟ ରହୁଥିଲେ ଦୀପକ ତେବେ ହୁଏତ ଦୀପକ ଭଲ ପଇସା ରୋଜଗାର କରୁଥିବାର ଦେଖି ତାକୁ ପ୍ରେମ ଜାଲ ରେ ଫସେଇବା ପାଇଁ ଚେଷ୍ଟା କରିଥିଲେ ତେବେ ତାହା ନ ହୋଇ ପାରିବାରୁ ବର୍ତ୍ତମାନ ମିଥ୍ୟା ଅଭିଯୋଗ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।