ଘର ଭିତରେ ପଶି ଯାଇପାରେ ମହାନଦୀ ପାଣି । ଆଉ ସେଥିପାଇଁ ଏବେ ସୂଚନା ଦିଆ ଯାଇଛି । ଘରର କୌଣସି ଜରୁରୀ କାଗଜପତ୍ର ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ । କାରଣ ଘର ଭିତରେ ବନ୍ୟା ପାଣି ପଶିବ ତେବେ ସୁରକ୍ଷିତ ଭାବରେ କାଗଜପତ୍ର ରଖନ୍ତୁ ଯେମିତି ସେଥିରେ ପାଣି ନ ଲାଗିବ କି ପାଣିରେ ନ ଭାସିଯିବ । ହଁ ଦର୍ଶକ ବନ୍ଧୁ କୌଣସି ବି ସମୟରେ ବନ୍ୟା ସ୍ଥିତି ଦେଖା ଯାଇପାରେ ।

ଯେଉଁ ମାତ୍ରା ରେ ହୀରାକୁଦ ତାର ସ୍ଗେତ ଖୋଲି ଦେଇଛି । ମହାନଦୀ ର କ୍ଷିପ୍ର ଗତିରେ ମାଡି ଆସିଛି ବନ୍ୟା ଜଳ । ଆଉ ଏମିତି ବି ଘଟଣା ଘଟି ଯାଇପାରେ । ଘର ଭିତରେ ପାଣି ପଶିଲେ ହୁଏ ତ ଲୋକ ମାନେ ବିପଦରେ ପଡି ପାରନ୍ତି । ଆଉ ଯାହାକୁ ନେଇ ଏବେ ସତର୍କ କରାଇଛନ୍ତି ହୀରାକୁଦ ବନ୍ଧ କର୍ତ୍ତୁପକ୍ଷ । ଛତିଶଗଡ ତାର ସବୁ ଗେଟ ଖୋଲି ଦେବା ପରେ ଯେଉଁ ଜଳ ଆସି ହୀରାକୁଦ ଡ୍ୟାମ ରେ ରହିଥିଲା ସେହି ଜଳ ସ୍ତର କ୍ଷିପ୍ର ଗତିରେ ବଢିବାରେ ଲାଗିଥିଲା ।
ଆଉ ପରବର୍ତ୍ତୀ ସମୟରେ ପୁଣି ଥରେ ଉପର ମୁଣ୍ଡରେ ବର୍ଷା ହେବାରୁ ସେହି ଜଳ ସେହି ଡ୍ୟାମ କୁ ଆସିଲା । ଆଉ ଯାହା ଫଳରେ 5ଟି ଗେଟ ଖୋଇବାକୁ ବାଧ୍ୟ ହୋଇଥିଲା ହୀରାକୁଦ ଡ୍ୟାମ କର୍ତ୍ତୁପକ୍ଷ । ପରେ ଆଉ 3ଟି ଗେଟ ଖୋଲା ହୋଇଥିଲା । କିନ୍ତୁ ସେତିକି ରେ ବି କାମ ହେଲା ନାହିଁ । ଯଦି ହୀରାକୁଦ ଗେଟ ଆହୁରି ନ ଖୋଲିବ ତେବେ ସେହି ଅଞ୍ଚଳରେ ରହୁଥିବା ଅଞ୍ଚଳ ଗୁଡିକ ଭାସିଯିବ ।

ଏଥିପାଇଁ ଏପଟେ ଆହୁରି ଗେଟ ଖୋଲା ଗଲା । ଏବେ ମୋଟ 12ଟି ଗେଟ ଖୋଲା ଯାଇଛି । ଯାହା ଫଳରେ ବନ୍ୟା ଜଳ ସବୁ ଓଡିଶା ଭିତରକୁ ପ୍ରଭାବିତ ହେଉଛି । ଆଉ ଯାହା ପାଇଁ ହୀରାକୁଦ କର୍ତ୍ତୁପକ୍ଷ ଜରୁରୀ ସୂଚନା ଦେଇଛନ୍ତି କି ନିଜର ଜରୁରୀ ଡକୁମେଣ୍ଟ ସବୁକୁ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ । କାରଣ କେଉଁ ସ୍ଥିତି ରେ ବନ୍ୟା ପାଣି ଘରେ ପଶି ଯାଇପାରେ ।
ସୂଚନା ଅନୁଯାୟୀ ହୀରାକୁଦ ଡ୍ୟାମ ପ୍ରଥମେ 5ଟି, ତା ପରେ 3ଟି ଓ ଏବ 4ଟି ଗେଟ ଖୋଲି ଦେଇଛି । ଆଉ କ୍ଷିପ୍ର ଗତିରେ ଜଳ ସବୁ ମାଡି ଆସୁଛି । ତେବେ ଦେଖାଯାଉ ଆଗକୁ ଆଉ ଗେଟ ଖୋଲା ହେବ ନା କଣ ସ୍ଥିତି ହେଉଛି । କାରଣ ଏତେ ମାତ୍ରାରେ ଜଳ ଆସିଛି ଯେ ବିଭିନ୍ନ ସ୍ଥାନ ରେ ଲୋକ ମାନେ ସମସ୍ୟାରେ ପଡିବାକୁ ଲାଗିଲେଣି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।