କ୍ଯାରିୟର ଗଢିବା ସମୟ ଆସିଲେ ‘ୟା’ପରେ କଣ ହେବ’ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥାଏ । ଏହି ପ୍ରଶ୍ନର ଉତ୍ତର ଖୋଜି ଖୋଜି କିଏ କେତେବେଳେ ସଫଳତାର ସିଡି ଚଢିଚାଲେ ତାହା କହି ହୁଏନି । ଆଜି ଆମେ ରାଜଧାନାୟର ଏଭଳି ଜଣେ ଯୁବ ବ୍ୟବସାୟୀଙ୍କ ସମ୍ପର୍କରେ ଜାଣିବା ଯିଏ ଏହାର ଉତ୍ତର ଖୋଜି ଖୋଜି ଦିଲ୍ଲୀରେ ବ୍ୟବସାୟ କଲେ ଆଉ ଏବେ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ବ୍ୟବସାୟରେ ଲାଗି ପଡିଛନ୍ତି । ଆଉ ଏବେ ସମସ୍ତଙ୍କ ଆଖି ତାଙ୍କ ଉପରେ ରହିଛି ।
ସେ ହେଉଛନ୍ତି Mommy’s Momo ର କୋ-ଡାଇରେକ୍ଟର ଶୈଲେଶ । ସେ ତାଙ୍କ ଅନୁଭୂତିକୁ ଶେୟାର କରିଛନ୍ତି । ଶୈଲେଶ କହିଛନ୍ତି କି ଗ୍ରାଜୁଏସନ ପରେ ସେ କଣ କରିବେ କିଛି ବୁଝି ପାରୁ ନଥିଲେ । ସେ ବୁଝି ସାରିଥିଲେ କି ଘରକୁ ଆର୍ଥିକ ସାହାଯ୍ୟ ଦେବା ସହ ତାଙ୍କୁ ନିଜ କ୍ଯାରିୟର ମଧ୍ୟ ଗଢିବାକୁ ହେବ । ଆଗକୁ କଣ କରିବେ ବୋଲି ସେ ନିଜ ପାଇଁ କିଛି ସମୟ ଚାହୁଁଥିବା ବେଳେ ଘରେ କିନ୍ତୁ ଚାହୁଁଥିଲେ କି ସେ ପାଠ ପଢି ଭଲ କର୍ପୋରେଟ ଚାକିରି କରନ୍ତୁ ।
କାରଣ ତାଙ୍କର ଅନ୍ୟ ସବୁ ଭାଇ ଭଉଣୀ ପାଠ ପଢି ବେଶ ଭଲ ଭଲ ଚାକିରି କରୁଛନ୍ତି । ଏତିକି ବେଳେ ଦିଲ୍ଲୀରେ ଯାଇ ଡିଜିଟାଲ ମାର୍କେଟିଂ ପଢିବାର ଇଚ୍ଛା ହେଲା । ସେ ଘରେ କିନ୍ତୁ କହିଥିଲେ କି, ଏମବିଏ ପଢିବାକୁ ଚାହୁଁଛନ୍ତି ଓ ଏଥିପାଇଁ ତାଙ୍କୁ ବର୍ଷେ ସମୟ ଦରକାର । ଦିଲ୍ଲୀରେ ଯାଇ ଡିଜିଟାଲ ମାର୍କେଟିଂ କଲେ କିନ୍ତୁ ସେଥିରେ ତାଙ୍କର ଏତେ ବି ମନ ଲାଗୁ ନଥିଲା । ଯେହେତୁ ଘରେ ମିଛ କହିଥିଲେ । ଏହାରି ଭିତରେ ସେ ମିଛ କହୁଛନ୍ତି ବୋଲି ଘରେ ଜାଣି ସାରିଥିଲେ ।
ଏତିକି ବେଳେ ସେ ଦିଲ୍ଲୀରେ ତିନିଜଣ ବନ୍ଧୁଙ୍କ ସହ ମିଶି ଭିଡିଓ ଇଫେକ୍ଟସ୍ ଉପରେ ଏକ ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବିଜନେସ ଏତେ ଭଲ ହେଇଥିଲା ଯେ ସେମାନେ 6 ମାସ ଭିତରେ 36 ଲକ୍ଷରୁ ଅଧିକ ରେଭିନ୍ୟୁ କମେଇ ପାରିଥିଲେ । ପ୍ରଥମ ଥର ପାଇଁ ଗୋଟିଏ ରାତିରେ ତାଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଦେଢ ଲକ୍ଷ ଟଙ୍କା ଆସିଥିଲା । ସେ ଜୀବନରେ ଏତେ ଟଙ୍କା ଏକାସାଥେ କେବେ ଦେଖି ନଥିଲେ ବୋଲି କହିଛନ୍ତି । କିନ୍ତୁ ପରେ ଭଲ ଅପଡେଟ ଯୋଗାଇ ନ ପାରିବାରୁ ସେଇ ବିଜନେସ ହ୍ରାସ ପାଇବାକୁ ଲାଗିଲା ।
ଦିଲ୍ଲୀର ମାର୍କେଟିଂ ଅନୁଭୂତି ସହ ଶେଷରେ ରାଜଧାନୀରେ Mommy’s Momo ଭେଞ୍ଚର ଆରମ୍ଭ କରିଛନ୍ତି । ସେଠାରେ ସେ 50 ରୁ ଉର୍ଦ୍ଧ୍ଵ ପ୍ରକାରର ମୋମୋ ବିକ୍ରି କରୁଛନ୍ତି ଓ ଗ୍ରାହକ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।