ଏହି ଦିଗରେ ଘରେ ରଖନ୍ତୁ ଲାଲ ରଙ୍ଗର ଜିନିଷ, ଯେ କୌଣସି କାମ କରିବେ ମିଳିବ ସଫଳତା

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଯଦି ଘରର ସବୁ ଦିଗରେ ସଠିକ ଜିନିଷ ରଖିଛନ୍ତି ତେବେ ଆପଣ ସବୁବେଳ ଉନ୍ନତିର ମାର୍ଗରେ ବଢିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁରଦିଗର ନିଜସ୍ୱ ଏକ ମହତ୍ଵ ହୋଇଥାଏ । ଯେମିତି କି ହଳଦୀ ରଙ୍ଗର ଜିନିଷ ଗୁଡିକୁ ଦକ୍ଷିଣ – ପଶ୍ଚିମ ଦିଗରେ ରଖିବା ଉଚିତ । ସେହିଭଳି ଆଜି ଆମେ ଆପଣଙ୍କୁ କହିବୁ କି ନାଲି ଓ ସବୁଜ ରଙ୍ଗର ଜିନିଷକୁ କେଉଁ ଦିଗରେ ରଖିବା ଦ୍ଵାରା ଆପଣଙ୍କୁ ଲାଭ ମିଳିବ ।

ଘରେ ଆବଶ୍ୟକ ହେଉଥିବା ନାଲି ରଙ୍ଗ ସମ୍ବନ୍ଧିତ ଜିନିଷ ଗୁଡିକ ମଧ୍ୟରେ ଟବ, ବାଲ୍ଟି, ପନିପରିବା ଇତ୍ୟାଦି ସାମିଲ ହୋଇପାରିବ । ଆପଣଙ୍କୁ କହିଦେଉଛୁ କି ନାଲି ରଙ୍ଗର ଜିନିଷକୁ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ । ସେହିଭଳି ଦକ୍ଷିଣ ପଶ୍ଚିମ ଦିଗରେ ଦିଗରେ ହଳଦିଆ ରଙ୍ଗର ଜିନିଷ ରଖିବା ଦ୍ଵାରା ଆପଣଙ୍କୁ ପେଟ ସମ୍ଭନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ । ଏହିଭଳି କରିବା ଦ୍ଵାରା ଶୁଭ ବାସ୍ତୁର ଶୁଭ ପରିମାଣ ମିଳିଥାଏ ।

କାରଣ ନାଲି ରଙ୍ଗର ସମ୍ବନ୍ଧ ଅଗ୍ନି ତତ୍ତ୍ଵ ସହ ହୋଇଥାଏ ଓ ଦକ୍ଷିଣ ଦିଗର ସମ୍ବନ୍ଧ ମଧ୍ୟ ଅଗ୍ନି ତତ୍ଵ ସହ ହୋଇଥାଏ । ଏଥିପାଇଁ ଦକ୍ଷିଣ ଦିଗରେ ନାଲି ରଙ୍ଗ ସମ୍ବନ୍ଧିତ ଜିନିଷ ରଖିବା ଉଚିତ । ଦକ୍ଷିଣ ଦିଗରେ ନାଲି ରଙ୍ଗର ଜିନିଷ ରଖିବା ଦ୍ଵାରା ଘରର କନ୍ୟାଙ୍କୁ ସମସ୍ତ ପ୍ରକାରର ଲାଭ ମିଳିଥାଏ । ଆଖି ଠିକ ରୁହେ ଓ ଆଖି ସମ୍ବନ୍ଧୀୟ ସମସ୍ତ ରୋଗ ବି ଭଲ ହୋଇଯାଏ । ଘରେ ସବୁଜ ରଙ୍ଗର ଜିନିଷକୁ ଏକ ଖାସ ଦିଗରେ ରଖିବା ଲାଭଦାୟକ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଜ ରଙ୍ଗ ସମ୍ବଦ୍ଧିତ ଜିନିଷକୁ ପୂର୍ବ କିମ୍ବା ଦକ୍ଷିଣ – ପୂର୍ବ ଦିଗରେ ଅର୍ଥାତ ଆଗ୍ନେୟ କୋଣରେ ରଖିବା ଉଚିତ । ସବୁଜ ରଙ୍ଗର ବସ୍ତୁରେ ବହୁତ କିଛି ସାମିଲ ହୋଇଥାଏ । ଯେମିତି କି ସବୁଜ ପନିପରିବା, ଫଳ, ଡାଲି, ପୋଷାକ, ବିଛଣା ଇତ୍ୟାଦି । ଏହା ଛଡା ଆପଣ ଘରେ ଯଦି ଛୋଟ ବଗିଚା ତିଆରି କରିବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ କରିବା ଉଚିତ । ସବୁଜ ରଙ୍ଗ ଓ ଏହି ଦୁଇଟି ଦିଗର ସମ୍ବନ୍ଧ କାଷ୍ଠ ତତ୍ତ୍ଵ ଅର୍ଥାତ କାଠ ଅଟେ ।

ସେଥିପାଇଁ ପୂର୍ବ କିମ୍ବା ଦକ୍ଷିଣ – ପୂର୍ବ ଦିଗରେ ସବୁଜ ରଙ୍ଗର ଜିନିଷ ରଖିବା ଶୁଭ ଫଳଦାୟୀ ଅଟେ । ପୂର୍ବ ଦିଗରେ ସବୁଜ ରଙ୍ଗର ବସ୍ତୁ ରଖିବା ଦ୍ଵାରା ଘରର ବଡ ପୁଅ ଜୀବନରେ ସବୁବେଳେ ଆଗକୁ ବଢିଥାଏ । ତାଙ୍କର ସ୍ଥିତି ବି ମଜବୁତ ରହିଥାଏ । ଅନ୍ୟ ପଟେ ଆଗ୍ନେୟ କୋଣରେ ସବୁଜ ରଙ୍ଗର ଜିନିଷ ରଖିବା ଦ୍ଵାରା ବଡ ଝିଅର ଲାଭ ବି ହୋଇଥାଏ । ତାଙ୍କର ଲଗାତାର ବିକାସ ହୋଇଥାଏ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।