ଆଜିର ରାଶିଫଳ, 15 ଜୁଲାଇ 2020, ବୁଧବାର, ଭଗବାନ ଗଣେଶଙ୍କ ଏହି ୫ଟି ରାଶି ଉପରେ ରହିବ ଆଶୀର୍ବାଦ, ସମ୍ପର୍କରେ ମଧୁରତା ଦେଖିବାକୁ ମିଳିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ କାଳ୍ପନିକ ଦୁନିଆରେ ହିଁ ଦିନ ଅତିବାହିତ କରିବେ । ଆଜି ଆରମ୍ଭ କରାଯାଇ ଥିବା ନିର୍ମାଣ କାମ ସନ୍ତୋଷଜନକ ରୂପରେ ପୁରା ହେବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । ବନ୍ଧୁ ଏବଂ ସାଙ୍ଗ ମାନଙ୍କ ସହିତ ମିଶିବା ଦ୍ଵାରା ଘରର ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ଯିବ । ସାମାଜିକ ପ୍ରତିଷ୍ଠା ବଢିବ ଏବଂ ନୂଆ ଲୋକଙ୍କ ସହିତ ଆପଣଙ୍କ ସମ୍ପର୍କ ମଧ୍ୟ ସ୍ଥାପିତ ହେବ । ଆପଣ ଜୀବନର ସବୁ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରିବେ ।

ବୃଷ

ଆଜି ଯାତ୍ରା କରିବା ସମୟରେ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଦେଖା ଲାଭଦାୟକ ହୋଇ ପାରେ । ସେପର୍ଯ୍ୟନ୍ତ କୌଣସି ପ୍ରତିଜ୍ଞା କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ତାହାକୁ ପୁରା କରିବାରେ ସକ୍ଷମ ନ ହୋଇଛନ୍ତି । ଆପଣଙ୍କ ଖରାପ ବ୍ୟବହାର ପାଇଁ ପରିବାରର ସଦସ୍ୟ ରାଗି ଯାଇ ପାରନ୍ତି । ସାବଧାନ ରୁହନ୍ତୁ କାରଣ ପ୍ରେମରେ ପଡିବା ଆଜିର ଦିନ ଆପଣଙ୍କ ପାଇଁ ଅନ୍ୟ ସମସ୍ୟା ସୃଷ୍ଟି କରି ପାରେ । ଆପଣଙ୍କ ସବୁ କାମରେ ସରଳତା ଏବଂ ନବୀନତାର ଝଲକ ଦେଖିବାକୁ ମିଳିବ ।

ମିଥୁନ

ଆଜି ଆପଣ ଧାର୍ମିକ କାର୍ଯ୍ୟକଳାପରେ ଭାଗ ନେବେ । ଖାଇବା ପିଇବାରେ ଆଗ୍ରହ ବଢିବ । କୌଣସି ଏମିତି ଲୋକଙ୍କ ସହିତ ସମୟ ଅତିବାହିତ କରନ୍ତୁ ଯାହା ସହିତ ରହିବାକୁ ଆପଣଙ୍କୁ ବହୁତ ଭଲ ଲାଗୁଥିବ । ଆପଣ ଚାହିଁଲେ ସମସ୍ୟାକୁ ହସିହସି ସମାଧାନ କରି ପାରିବେ । ଆପଣଙ୍କୁ ଜୀବନରେ ସମରସତା ବଢାଇବା ପାଇଁ ଏବଂ ସନ୍ତୁଳନ ରଖିବାର ଆବଶ୍ୟକତା ଅଛି । ଆପଣ ସମାଜ ପାଇଁ କିଛି କରିବା ଉଦେଶ୍ୟରେ କାମ କରିବେ ।

କର୍କଟ

ଆପଣଙ୍କ ପାରିବାରିକ ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ । ଆଜି ଦିନରେ ସଫଳତା ପାଇବା ପାଇଁ ଭଗବାନ ଶିବଙ୍କ ଆରାଧନା କରି ଦିନ ଆରମ୍ଭ କରନ୍ତୁ । ନିଜର ପ୍ରିୟ ପ୍ରସଙ୍ଗ ବିଷୟରେ କେଉଁଠି ଅଧିକ କିଛି କୁହନ୍ତୁ ନାହିଁ । ଗୁରୁତ୍ଵପୂର୍ଣ କାମ ଶେଷ କରିବା ପାଇଁ ଲାଗି ରହିବେ । ଛାତ୍ର ମାନେ ଅଧିକ ପରିଶ୍ରମ କରିବେ । ଅଧିକ ଗର୍ବ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ହାନିକାରକ ହେବ । ସନ୍ତାନ ମାନଙ୍କ ଠାରୁ ଚିନ୍ତା ମୁକ୍ତ ହେବ ।

ସିଂହ

ଆଜି କାରୋବାରରେ ଲାଭର ସ୍ଥିତି ନିର୍ମାଣ ହେବ । ବ୍ୟବସାୟୀକ ଯାତ୍ରା ସଫଳ ହେବ । ବୈଦୁକ ଚର୍ଚାରେ ବିବାଦକୁ ଏଡାଇ ସମାଧାନକାରୀ ବ୍ୟବହାର ଆପଣାଇବେ । ପାରିବାରିକ ସମସ୍ୟାର ସମାଧାନ କରିବା ପାଇଁ ଆପଣଙ୍କର ପିଲାଙ୍କ ଭଳି ନିରୀହ ଆଚରଣ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିବ । ଆୟର ସାଧନ କରିବାର ପ୍ରୟାସ ସଫଳ ହେବ । ସାଙ୍ଗ ଏବଂ ପରିବାର ସହିତ ସାମାଜିକ ଓ ମନୋରଞ୍ଜକ କାର୍ଯ୍ୟକଳାପ ଏବଂ ପାର୍ଟିରେ ଯୋଗ ଦେବା ଦ୍ଵାରା ଆପଣଙ୍କ ଚାପ କମ ହେବ ।

କନ୍ୟା

ବାପାଙ୍କ ଠାରୁ ଲାଭ ହେବ ଏବଂ ବନ୍ଧୁଙ୍କ ଠାରୁ ସମ୍ପୂର୍ଣ ସହଯୋଗ ମିଳିବ । ସମ୍ପର୍କରେ ମଧୁରତା ଦେଖିବାକୁ ମିଳିବ ଏବଂ ଉଭୟ ବହୁତ ଭଲ ସମୟ ଅତିବାହିତ କରିବେ । ଆଜି ଆପଣ ଭାବି ଥିବା କାମରେ ଆପଣଙ୍କୁ ସଫଳତା ମିଳିପାରେ । ନିଜର କାମ ଏବଂ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ କାରଣ ଆଧିକାରିକ କାମ ବୁଝିବାରେ କଷ୍ଟ ହେବ । ଆପଣଙ୍କ ଆତ୍ମବିଶ୍ଵାସ ଏବଂ ସାହାସିକତା, ଆପଣଙ୍କ ଭଲ ଉତ୍ତମ ଉଦେଶ୍ୟ ସହିତ ମିଶି ଆପଣଙ୍କୁ ବିପଦ ସମୟରୁ ବାରାହ କରିବ ଏବଂ କଠିନ ପରିସ୍ଥିତିରେ ବିଜୟୀ ହୋଇ ବାହାରକୁ ଆସିବା ପାଇଁ ସାହାଯ୍ୟ କରିବ ।

ତୁଳା

ମିଠା ଖାଦ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଗୃହ ସୁଖରେ ବୃଦ୍ଧି ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ଆପଣଙ୍କ ବାପା ମାଆଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ନଦେଲେ ଏହା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇ ପାରେ । ରାଜ କାର୍ଯ୍ୟରେ ଯୋଡି ହୋଇଥିବା ବ୍ୟକ୍ତି ମାନଙ୍କ ପାଇଁ ସମୟ ମିଶ୍ରିତ ଫଳଦାୟୀ ଅଟେ । ନିଜର ଅଧିକାରର ଭୁଲ ପ୍ରୟୋଗ କରନ୍ତୁ ନାହିଁ କ୍ଷତି ହୋଇ ପାରେ । ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଅନ୍ତୁ । ବସ୍ତ୍ର ଉପରେ ଖର୍ଚ ବଢିବ ।

ବିଛା

ଆଜି ଆପଣ ଅନ୍ୟକୁ ଖୁସିରେ ଦେଖି ଏବଂ ପୁରୁଣା ଭୁଲକୁ ଭୁଲି ଆପଣ ଜୀବନକୁ ସାର୍ଥକ କରିବେ । କିଛି ସମୟ ଧରି ଘରେ ଚାଲିଥିବା କାମ ଆପଣଙ୍କ ଠାରୁ କିଛି ସମୟ ନେଇ ପାରେ । ଅନ୍ୟ ମାନଙ୍କ ହସ୍ତକ୍ଷେପ ଦ୍ଵାରା ବାଧା ସୃଷ୍ଟି ହୋଇ ପାରେ । ଚାକିରିରେ ପ୍ରଗତିର ଯୋଗ ରହିଛି କିନ୍ତୁ କୌଣସି ଅନ୍ୟ ଜାଗାକୁ ଯିବାକୁ ପଡିପାରେ । ଭବିଷ୍ୟତ ଯୋଜନା ବିଷୟରେ ପୁଣି ଠାରେ ଭାବିବାର ସମୟ ଅଟେ । ନିଜର ଭାବନାକୁ ପରିବର୍ତ୍ତନ କରନ୍ତୁ ନାହିଁ କି ଅନ୍ୟକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ।

ଧନୁ

ଆଜି ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ମନବାଞ୍ଛିତ ସଫଳତା ମିଳିବ । ଚିନ୍ତା ମଧ୍ୟ ଆଜି କମ ହୋଇ ପାରେ । ରାଜ କାର୍ଯ୍ୟରୁ ଲାଭ ହେବ । ବ୍ୟବସାୟ ସହିତ ଯୋଡି ହୋଇଥିବା ଲୋକଙ୍କୁ ସଫଳତା ଏବଂ ଲାଭ ମିଳିବ । କୌଣସି ପୁରୁଣା କୋର୍ଟ କେସ ମଧ୍ୟ ସମାଧାନ ହୋଇ ପାରେ । ଭାଇ ବନ୍ଧୁଙ୍କ ସହିତ ମିଶି ନୂଆ ଆୟୋଜନକୁ ହାତକୁ ନିଅନ୍ତୁ । ତାଙ୍କ ସହିତ ଆନନ୍ଦ ପୂର୍ବକ ସମୟ ଅତିବାହିତ ହେବ । ଟଙ୍କାର ସ୍ଥିତିକୁ ନେଇ ଫାଲତୁ ଚିନ୍ତା ହୋଇ ପାରେ ।

ମକର

ଆଜି ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଭଲ ଅଛି । ସନ୍ତାନ ମାନଙ୍କ ପାଇଁ ସମୟ ଅନୁକୂଳ ଅଛି । ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଆପଣ ସହଜରେ ବହୁତ ଦିନ ଧରି ଥିବା ବିଲ ଏବଂ ଧାର ସୁଝି ପାରିବେ । ଆପଣଙ୍କର ଅଧିକ ସମୟ ବନ୍ଧୁ ଏବଂ ପରିବାର ସହିତ କଟିବ । କାମରେ ସଫଳତା ମିଳିବ । ଚାକିରି କରିଥିବା ବ୍ୟକ୍ତିଙ୍କୁ କର୍ମଚାରୀଙ୍କ ସହଯୋଗ ମିଳିବ । ବାପା ଘରୁ ଆପଣଙ୍କୁ ଭଲ ସମାଚାର ମିଳିବ ।

କୁମ୍ଭ

ଆଜି କରାଯାଇ ଥିବା ନିବେଶ ଆପଣଙ୍କ ସମୃଦ୍ଧି ଏବଂ ଆର୍ଥିକ ସୁରକ୍ଷାରେ ବୃଦ୍ଧି କରାଇବ । ମାନସିକ ଶାନ୍ତି ପାଇଁ ସମସ୍ୟାର କାରଣର ସମାଧାନ କରିବେ । ରିୟଲ ଏଷ୍ଟେଟ ସବନ୍ଧିତ ନିବେଶ ଆପଣଙ୍କୁ ଖାସ ସଫଳତା ଦେବ । ଆପଣ ଏମିତି ସ୍ରୋତ ଦ୍ଵାରା ଧନ ଅର୍ଜିତ କରି ପାରନ୍ତି ଯାହା ବିଷୟରେ ଆପଣ ପ୍ରଥମରୁ ଭାବି ନଥିବେ । ପାରିବାରିକ ସଦସ୍ୟଙ୍କ ସହିତ ମତଭେଦ ହୋଇ ପାରେ । କୋର୍ଟ କଚେରୀ କାମରେ ସାବଧାନ ରୁହନ୍ତୁ ।

ମୀନ

ଆଜି ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହୋଇ ପାରେ । ସୃଜନାତ୍ମକ ଶକ୍ତିକୁ ମଧ୍ୟ ଉଚିତ ଦିଗ ମିଳିଯିବ । ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ସହିତ ଖାଇବା ପିଇବାର ଆୟୋଜନ ହେବ ଆଜିର ଦିନ ଆପଣ ଶକ୍ତିରେ ଭରପୁର ରହିବେ । ଦୈନିକ କାର୍ଯ୍ୟକୁ ମଧ୍ୟ ଆତ୍ମବିଶ୍ଵାସ ଏବଂ ଏକାଗ୍ରତା ମନରେ ପୁରା କରିବେ । ଉଚ୍ଚାଧିକାରୀଙ୍କ ସହିତ ଗୁରୁତ୍ଵପୂର୍ଣ ମାମଲା ସହିତ ଖୋଲା ମନରେ ଚର୍ଚା କରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।