କୋଲ୍ଡ ଡ୍ରିଙ୍କସ୍ ରେ ନିଶା ଦେଇ ଘରମାଲିକଙ୍କୁ ବ୍ଲାକମେଲ କରୁଥିଲେ ଆଉ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା, ହେଲେ ଠିକ ସମୟରେ ଖୋଲିଗଲା ପୋଲ୍, ଆଉ ତା’ପରେ…

ବ୍ଳାକମେଲିଂ ଘଟଣା ଏବେ ଖୁବ ସାଧାରଣ ହୋଇଗଲାଣି । ଏବେ ଏକ ନୂଆ ବ୍ଲଆକମେଏଲିଂ ମାମଲା ସାମ୍ନାକୁ ଆସିଛି ଯାହା ଆପଣ ନା କେବେ ଦେଖିଥିବେ ନା ଶୁଣିଥିବେ । ଜଣେ ଭଡାଟିଆଙ୍କ ବ୍ଲଆକମେଏଲିଂ ଘଟଣା ଏବେ ବଲାଙ୍ଗୀରରେ ହଇଚଇ ସୃଷ୍ଟି କରିଛି । ଏହି ଭଡାଟିଆଙ୍କ ଉତ୍ପାତ ଦେଖିବାକୁ ମିଳିଛି । ସାରା ବଲାଙ୍ଗୀର ବାସୀଙ୍କ ହୋସ ଉଡେଇ ଦେଇଛି ଏହି ଭଡାଟିଆଙ୍କ ବ୍ଲଆକମେଏଲିଂ ଘଟଣା । କୋଲ୍ଡ ଡ୍ରିଙ୍କସ୍ ରେ ନିଶା ଦେଇ ଘର ମାଲିକଙ୍କୁ ତାଙ୍କ ସହ ଅଶ୍ଳଇଳ ଭିଡିଓ ଶୁଟ କରି ବ୍ଲଆକମେଏଲିଂ କରାଯାଇଛି ।

ଏଭଳି କରି ୩ ଲକ୍ଷ ଟଙ୍କା ଲୁଟି ନେଇ ଯାଇଛନ୍ତି ଏହି ଲୁଟେରା ଭଡାଟିଆ । ସ୍ଵାମୀ ସ୍ତ୍ରୀ ମିଶି ମାଲିକଙ୍କ ଅଶ୍ଳଇଳ ଭିଡିଓ ପ୍ରସ୍ତୁତ କରିଥିଲେ ଆଉ ଭଡା ନଦେବାର ପ୍ରଥମ ପ୍ଳାନରେ ସଫଳ ମଧ୍ୟ ହେଲେ । କିନ୍ତୁ ଏବେ ପୋଲିସ ସେମାନଙ୍କର ପର୍ଦ୍ଦାଫାଶ କରିଦେଇଛି । ବଲାଙ୍ଗୀର ସାଗର କଲୋନୀରେ ନିଜ ଘରେ ସ୍ତ୍ରୀଙ୍କ ସହ ରହୁଥିଲେ ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ମିଶ୍ର । ଗତ ଅଗଷ୍ଟ ମାସରେ ସ୍ଵାମୀ ସ୍ତ୍ରୀ ବିଶ୍ଵାମିତ୍ର ନାୟକ ଏବଂ ଲଳିତା ବାରିକ ତାଙ୍କ ଘରେ ଭଡାରେ ରହିବା ଆରମ୍ଭ କରିଥିଲେ ।

ମାଲିକ ସହ ସମ୍ପର୍କ ବଢାଇବା ପାଇଁ ସ୍ଵାମୀ ସ୍ତ୍ରୀ ଦୁହେଁ ତାଙ୍କ ଘରକୁ ଯାଇ ତାଙ୍କ ସହ ସମ୍ପର୍କ ବଢାଇଥିଲେ । ଅଗଷ୍ଟ ୯ ତାରିଖ ସନ୍ଧ୍ୟା ସମୟରେ ଘରମାଲିକ ଏକୁଟିଆ ଥିବା ଜାଣି ଅଭିଯୁକ୍ତମାନେ ତାଙ୍କ ସହ ବସିବା ପାଇଁ ଆସିଥିଲେ । ଯାହାପରେ କୋଲ୍ଡ ଡ୍ରିଙ୍କସ୍ ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ବେହୋସ କରି ଦେଇଥିଲେ । ଏହାର ସୁଯୋଗ ନେଇ ଅଶ୍ଳଇଳ ଭିଡିଓ ଶୁଟ କରିବା ସହ ତାଙ୍କୁ ବ୍ଲଆକମେଏଲିଂ କରିବା ଆରମ୍ଭ କରି ଦେଇଥିଲେ ।

ମାଲିକଙ୍କୁ ଫସେଇ ଲୁଟିବାର ମାଷ୍ଟର ପ୍ଳାନ କରିଥିଲେ ସ୍ଵାମୀ ସ୍ତ୍ରୀ । ଏଥିରେ ସଫଳ ମଧ୍ୟ ହେଲେ । ଅଶ୍ଳଇଳ ଭିଡିଓ ଦେଖାଇ ବ୍ଲାକମେଲ କରି ତିନି କିସ୍ତିରେ ମାଲିକ ଠାରୁ ତିନି ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତମାନେ । ଏହାପରେ ପୁଣି ମାଲିକଙ୍କୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଲୋକଲଜ୍ଜା ଓ ମାନସମ୍ମାନ ଯିବା ଭୟରେ ଶ୍ୟାମସୁନ୍ଦର କାହାକୁ କିଛି କହି ପାରୁ ନଥିଲେ । ହେଲେ ମାନସିକ ଚାପ ଅସହ୍ୟ ହେବାରୁ ଶେଷରେ ଘରଲୋକଙ୍କୁ ଜଣାଇଥିଲେ ଶ୍ୟାମସୁନ୍ଦର ।

ଯାହାପରେ ମାମଲା ଯାଇ ଥାନାରେ ପହଞ୍ଚିଥିଲା । ଯାହାପରେ ପୋଲିସ ଦୁଇ ଅଭିଯୁକ୍ତ ସ୍ଵାମୀ ସ୍ତ୍ରୀଙ୍କୁ ତହନରେ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।