ଘର ଘର ବୁଲି ଜନ୍ମ କଲା ଛୁଆକୁ ବିକିବାକୁ ମୂଲଚାଲ କରୁଛି ମା’, ଏ ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ଫାଟି ପଡିବ, ଦେଖନ୍ତୁ video

ଅଭାବ ଅନଟନ ଆଗରେ ବେଳେବେଳେ ମାଆର ମମତା ବି ମୁଣ୍ଡ ନୁଆଁଇ ଦିଏ । ଦଶ ମାସର ଗର୍ଭ ଯନ୍ତ୍ରଣା ଓ କୋଳରେ ଥିବା ଶିଶୁର ନିରୀହ ମୁହଁ ବି ମାଆ ଆଖିକୁ ଫିକା ଦିଶେ । କାରଣ କଅଁଳ ଶିଶୁର ଭୋକିଲା ମୁଁହ ଦେଖି ମା କେମିତି ବା ସହ୍ୟ କରିପାରିବ । ଭୋକିଲା ପେଟ ମାତୃତ୍ଵକୁ ଉପହାସ କରିବା ଭଳି ମନେ ହେଉଥିଲା । ଶେଷରେ ପରିସ୍ଥିତି ମାଆକୁ ନିଷ୍ଠୁର ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଥିଲା । ସେଇଥି ପାଇଁ 10 ହଜାର ଟଙ୍କା ବଦଳରେ ତିନି ମାସର ଶିଶୁକୁ ବିକ୍ରି କରିବାକୁ ଆଗେଇ ଆସିଥିଲା ମା’ ।

କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ସେଠାରେ ଅସହାୟ ମହିଳାଜଣକ ଘର ଘର ବୁଲି ନିଜର ତିନିମାସର ଶିଶୁ କନ୍ୟାକୁ ବିକ୍ରି କରିବାକୁ ମୂଲଚାଲ କରୁଥିଲେ । କ୍ଷୀରଖିଆ ଛୁଆକୁ ପର ହାତରେ ଟେକି ଦେବାକୁ କେଉଁ ମା’ ଅବା ଚାହିଁବ ! ମହିଳାଙ୍କ ନାମ ହେଉଛି ମମତା ଦାସ । ଅଳ୍ପ ବୟସରେ ସ୍ଵାମୀଙ୍କ ମୃତ୍ୟୁ ହେବାସହ ଏହା ପୂର୍ବରୁ ଶାଶୁ ମଧ୍ୟ ଦୁନିଆ ଛାଡି ଚାଲି ଯାଇଥିଲେ ।

ଫଳରେ ମହିଳାଜଣକ ଏକଦମ ଅସହାୟ ହୋଇ ପଡିଛନ୍ତି । ତାଙ୍କର ଭୋଟର ତାଲିକାରେ ନାଁ ନାହିଁ କି ଆଧାରକାର୍ଡ ମଧ୍ୟ ନାହିଁ । ତେଣୁ ସରକାରୀ ରାଶାନ ଟିକକ ବି ତାଙ୍କ ପାଖରେ ପହଞ୍ଚି ପାରୁନି । ଯେଉଁଠି ନିଜ ପେଟ ପୂରିବା ପାଇଁ କିଛି ମିଳୁନି ସେଇଥି ଏତେ ଛୋଟ ଛୋଟ ଛୁଆଙ୍କୁ ଧରି କେମିତି ବଞ୍ଚିବେ ବୋଲି ମମତା ନିରୂପାୟ ହୋଇ ଯାଇଛନ୍ତି ।

ତେଣୁ ନିଜ ଶିଶୁକୁ 10 ହଜାର ଟଙ୍କାରେ ବିକ୍ରି କରିଦେବା ପାଇଁ ଚାହୁଁଥିବା ସେ କହିଛନ୍ତି । ସରକାର ବର୍ଷକୁ ବର୍ଷ ଅନେକ ବିକାଶମୂଳକ ଯୋଜନା ନେଇ ଆସୁଛନ୍ତି । ତେଣୁ ସେସବୁ କୁଆଡେ ବାଟବଣା ହେଉଛି ସେନେଇ ମଧ୍ୟ ପ୍ରଶ୍ନ ଉଠେ । ହାଟଡିହ ବ୍ଲକ ବିଷ୍ଣୁପୁର ଗାଁରେ ସକାଳୁ ସକାଳୁ ଏହି ଭାବବେଗ ଭରା ଦୃଶ୍ୟ ଦେଖିବାକୁ ମିଳିଥିଲା । ତିନିମାସର ଶିଶୁକୁ ବିକିଦେବା ପାଇଁ ମା’ଟିଏ ଘର ଘର ବୁଲି ମୂଲଚାଲ କରୁଥିଲା । ଅଞ୍ଚଳବାସୀଙ୍କୁ ଏ ଦୃଶ୍ୟ ବେଶ ବାଧିଥିଲା । ମମତାଙ୍କ ଘର ହେଉଛି ଶାଳନୀୟ ପଞ୍ଚାୟତ ମହାପୁର ଗାଁ’ରେ ।

ସାତ ମାସ ତଳେ ନିଜ ସ୍ଵାମୀ ସନ୍ତୋଷ ଓ ଶାଶୁଙ୍କୁ ହରାଇବା ପରେ ଅସହାୟ ହୋଇ ପଡିଛନ୍ତି ମମତା । ତେଣୁ ମମତାଙ୍କୁ କିଛି ସାହାଯ୍ୟ ମିଳିଲେ ସେ ନିଜେ ଚଳିବା ସହ ନିଜ କୁନି କୁନି ଛୁଆଙ୍କୁ ପୋଷିବାରେ ସକ୍ଷମ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।