ଗାୟତ୍ରୀ ମନ୍ତ୍ରର ସଠିକ ଜପ କରିବା ଉଚିତ, ନ ହେଲେ ଜୀବନ ଉପରେ ପଡିଥାଏ ନକାରାତ୍ମକ ପ୍ରଭାବ, ଜାଣନ୍ତୁ କେମିତି …

ଗାୟତ୍ରୀ ମନ୍ତ୍ର ବହୁତ ଶକ୍ତିଶାଳୀ ହୋଇଥାଏ ଏବଂ ଏହି ମନ୍ତ୍ରକୁ ଆମ ଧର୍ମରେ ସବୁଠୁ ଶ୍ରେଷ୍ଠ ମନ୍ତ୍ର ବୋଲି କୁହାଯାଏ । ଏହି ମନ୍ତ୍ର ସବୁଠୁ ସହଜ ଅଟେ ଏବଂ ଏହାକୁ ଦୁଇ ତିନି ଥର ଶୁଣିବା ମାତ୍ରେ ହିଁ ଲୋକମାନେ ଏହାକୁ ମନେ ରଖି ଦିଅନ୍ତି । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଜୀବନରେ ବହୁତ ଲାଭ ମିଳିଥାଏ ।

ଗାୟତ୍ରୀ ମନ୍ତ୍ର ଜପ କରିବାର ଲାଭ –

ନକାରାତ୍ମକ ଶକ୍ତି ଗୁଡିକ ହୋଇଥାଏ ଦୂର

ଦିନକୁ ପାଞ୍ଚ ଥର ଏହି ମନ୍ତ୍ର ଜପ କରିବା ଦ୍ଵାରା ବିଭିନ୍ନ ପ୍ରକାରର ନକାରାତ୍ମକ ଶକ୍ତି ଗୁଡିକ ଆପଣଙ୍କ ଠାରୁ ଦୂର ହୋଇଯାଏ । ଏହା ସହିତ ଆପଣଙ୍କର ଘରୁ ବି ବିଭିନ୍ନ ନକାରାତ୍ମକ ଶକ୍ତି ଗୁଡିକ ଦୂର ହୋଇଯିବ ।

ସ୍ମରଣ ଶକ୍ତି ବଢିଥାଏ

ପିଲାମାନଙ୍କ ପାଇଁ ଏହି ମନ୍ତ୍ର ଜପ କରିବା ବହୁତ ଲାଭଦାୟକ ହୋଇଥାଏ । ଏବଂ ଗାୟତ୍ରୀ ମନ୍ତ୍ରର ଜପ ଯଦି ପିଲାମାନେ କରନ୍ତି ତେବେ ତାଙ୍କର ମୁଣ୍ଡ ଭଲ ଭାବରେ କାର୍ଯ୍ୟ କରିବ ଏବଂ ଏହା ସହିତ ପିଲାମାନଙ୍କର ସ୍ମରଣ ଶକ୍ତି ବି ବଢିଥାଏ ।

ମନୋକାମନା ହୋଇଥାଏ ପୁରା

ଏମିତି କୁହାଯାଏ କି ଗାୟତ୍ରୀ ମନ୍ତ୍ରକୁ ପଢିବା ଦ୍ଵାରା ଆପଣଙ୍କର କୌଣସି ବି ମନୋକାମନା ଜଲ୍ଦି ପୁରା ହୋଇ ଯାଇଥାଏ । କହିବାକୁ ଗଲେ ଏହି ମନ୍ତ୍ରରେ ୨୪ ଅକ୍ଷରରେ ତିଆରି ହୋଇଛି ଏବଂ ଏହି ସବୁ ଅକ୍ଷର ୨୪ ଶକ୍ତିଙ୍କୁ ଦର୍ଶାଇ ଥାଏ । ଏହି କାରଣରୁ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କର ସବୁ ଶକ୍ତିଙ୍କୁ ମନେ ରଖି ଦିଅନ୍ତି ଏବଂ ଏହି ଶକ୍ତି ଆପଣଙ୍କର ସବୁ ମନୋକାମନାକୁ ପୂରଣ କରିଥାଏ ।

ସନ୍ତାନ ପ୍ରାପ୍ତି ହୋଇଥାଏ

ଯେଉଁ ଲୋକମାନଙ୍କର ପିଲା ହେଉ ନାହିଁ ତାଙ୍କୁ ବି ଗାୟତ୍ରୀ ମନ୍ତ୍ର ଜପ କରିବା ଆରମ୍ଭ କରିଦେବା ଉଚିତ । କାରଣ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଭଗବାନଙ୍କର କୃପା ଆପଣଙ୍କୁ ମିଳିଥାଏ । ଏବଂ ଆପଣଙ୍କୁ ସନ୍ତାନର ପ୍ରାପ୍ତି ହୋଇଥାଏ ।

ଭୁଲ ଜପ କରିବା ଦ୍ଵାରା ବଢିଥାଏ ପାପ

ଯଦି ଆପଣ ଏହି ମନ୍ତ୍ରକୁ ସଠିକ ଭାବରେ ଜପ କରୁ  ନାହାନ୍ତି ତେବେ ଆପଣଙ୍କୁ ଏହା ସହିତ ଜଡିତ କୌଣସି ଲାଭ ମିଳିବ ନାହିଁ । ସେଥିପାଇଁ ଏହାକୁ ଭଲ ଭାବରେ ମନେ ରଖି ଜପ କରିବା ଉଚିତ ।

କେତେବେଳେ କରିବା ଦରକାର ମନ୍ତ୍ରର ଜପ

ଏହି ମନ୍ତ୍ରର ଜପ ସକାଳରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ସମୟରେ ବି ଆପଣ କରି ପାରିବେ । କିନ୍ତୁ କୁହାଯାଏ କି ଏହି ମନ୍ତ୍ରର ଜପ ସୂର୍ଯ୍ୟଦୟରୁ ଦୁଇ ଘଣ୍ଟା ପୂର୍ବରୁ ଏବଂ ସୂର୍ଯ୍ୟଅସ୍ତରୁ ଏକ ଘଣ୍ଟା ପରେ କରିଲେ ତେବେ ଅଧିକ ଲାଭ ମିଳିଥାଏ । ଏହି ମନ୍ତ୍ରର ଜପ ରାତିରେ କରିବା ଉଚିତ ନୁହେଁ ।

କେତେଥର କରିବା ଦରକାର ଜପ

ଯଦି ଆପଣଙ୍କ ପାଖରେ ଅଧିକ ସମୟ ନାହିଁ ତେବେ ଆପଣ ଏହି ମନ୍ତ୍ରର ଜପ ଦିନକୁ ପାଞ୍ଚ ଥର କରନ୍ତୁ । ଅନ୍ୟଥା ଆପଣ ଏହାକୁ ଦିନରେ ଥରେ ୧୦୮ ଥର କରନ୍ତୁ ।

ଗାୟତ୍ରୀ ମନ୍ତ୍ର –

ଓଁ ଭୂର୍ଭୁବ: ସ୍ୱ: ତତ୍ସବିତୁର୍ବରେଣ୍ଯଂ ଭର୍ଗୋ ଦେବସ୍ୟ ଧୀମହି ଧି ୟୋ ୟୋ ନ: ପ୍ରଚୋଦୟାତ୍

ଯଦି ଆପଣଙ୍କୁ ଆମର ଏହି ଆର୍ଟିକୀଲ ପସନ୍ଦ ଆସିଥାଏ ତେବେ ଶେୟାର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।